ଓଡିଶା

odisha

ETV Bharat / politics

ADR ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲେ ସୌଭିକ ବିଶ୍ବାଳ, ଆଣିଲେ ଏପରି ଅଭିଯୋଗ - MLA Souvic Biswal targets ADR Team - MLA SOUVIC BISWAL TARGETS ADR TEAM

MLA Souvic Biswal targets ADR Team: ବିଧାୟକ ସୌଭିକ ବିଶ୍ବାଳ ଏକ ପ୍ରେସମିଟ କରି ADR ଟିମର ରିପୋର୍ଟ ପ୍ରତି ଆଙ୍ଗୁଠି ଉଠାଇଛନ୍ତି । ADRର ଚେୟାରମ୍ୟାନ ସହଦେଵ ସାହୁ ଏବଂ ତାଙ୍କ ଟିମ ଗଣମାଧ୍ୟମକୁ ଭୁଲ ତଥ୍ୟ ଦେଇଛନ୍ତି ବୋଲି କହିଛନ୍ତି ବିଧାୟକ । ଅଧିକ ପଢନ୍ତୁ

MLA  Souvic Biswal targets ADR Team
MLA Souvic Biswal targets ADR Team (ETV Bharat Odisha)

By ETV Bharat Odisha Team

Published : Jun 1, 2024, 9:33 PM IST

କଟକ: ADR ରିପୋର୍ଟକୁ ନେଇ ତେଜିଲା ବିବାଦ । ନିକଟରେ ADR ରାଜ୍ୟର ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କର ସମ୍ପତ୍ତିକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲେ । ଏହି ରିପୋର୍ଟରେ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳଙ୍କର ସମ୍ପତ୍ତି ୨୩ ଗୁଣା ବଢିଥିବା ନେଇ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ବିଜେଡି ବିଧାୟକ ସୌଭିକ ବିଶ୍ବାଳ ଏକ ପ୍ରେସମିଟ୍‌ କରି କାଉଣ୍ଟର କରିଛନ୍ତି । ADR ରିପୋର୍ଟକୁ ବିରୋଧ କଲେ ଚୌଦ୍ବାର କଟକ ବିଜେଡି ବିଧାୟକ ସୌଭିକ ବିଶ୍ବାଳ ।

MLA Souvic Biswal targets ADR Team (ETV Bharat Odisha)

ସେ କହିଛନ୍ତି , ADRର ଚେୟାରମ୍ୟାନ ସହଦେଵ ସାହୁ ଏବଂ ତାଙ୍କ ଟିମ ଗଣମାଧ୍ୟମକୁ ଭୁଲ ତଥ୍ୟ ଦେଇଛନ୍ତି । ମୋର କୌଣସି ସମ୍ପତ୍ତି କି ଜମିବାଡି ବୃଦ୍ଧି ପାଇନାହିଁ । 2019 ନିର୍ବାଚନ ସମୟରେ ଯେଉଁ ସତ୍ୟପାଠ ଦିଆଯାଇଥିଲା । 2024 ନିର୍ବାଚନରେ ବି ସମାନ ସତ୍ୟପାଠ ଦିଆଯାଇଛି । 2019ରେ 20 ଲକ୍ଷ 68 ହଜାର 800 ଟଙ୍କାର ସମ୍ପତ୍ତି ସହ ସୁନା ଅଳଙ୍କାର ଇନ୍ସୁରାନ୍ସ ଥିବା ସତ୍ୟପାଠରେ ଦର୍ଶାଇଥିଲେ ।

ଏହା ମଧ୍ୟ ପଢନ୍ତୁ ...ଓଡିଶା ନିର୍ବାଚନ 2024: ତୃତୀୟ ପର୍ଯ୍ୟାୟରେ କେତେ କୋଟିପତି ପ୍ରାର୍ଥୀ ? ସ୍କୁଲ ହତା ମାଡ଼ି ନାହାନ୍ତି 2 ପ୍ରାର୍ଥୀ - ADR Report

ସେହି ସମାନ ସମ୍ପତ୍ତିର ମୂଲ୍ୟ ପାଞ୍ଚ ବର୍ଷରେ ବୃଦ୍ଧି ପାଇ 2024 ତାହା 52 ଲକ୍ଷ 63 ହଜାର 668 ଟଙ୍କା ହୋଇଛି ବୋଲି ଚଳିତ ନିର୍ବାଚନରେ ସତ୍ୟପାଠ ଦିଆଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ବିଧାୟକ ସୌଭିକ ବିଶ୍ବାଳ । ଗତ ନିର୍ବାଚନ ଠାରୁ ଚଳିତ ନିର୍ବାଚନ ମଧ୍ୟରେ ବିଧାୟକଙ୍କ ଆୟ 23 ଗୁଣା ବୃଦ୍ଧି ପାଇଛି ବୋଲି ADR ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହି ରିପୋର୍ଟ ମିଛ ଏବଂ ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ ।

ଯେଉଁ 2024 ନିର୍ବାଚନ ସମୟରେ ସତ୍ୟପାଠରେ ମୋର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୫କୋଟି ୪ଲକ୍ଷ ୨୯ହଜାର ୨୩୨ଟଙ୍କା ଦର୍ଶାଇଅଛି ADR ତାହା ସମ୍ପୂର୍ଣ୍ଣ ମିଛ । ମୋ ସତ୍ୟପାଠ ନେଇ ଏକ ତଦନ୍ତ କମିଟି ଗଠନ କରୁ ADR, କାହିଁକି ନା ଏତେ ସମ୍ପତ୍ତି ଥିବା ନେଇ ମୁଁ ମଧ୍ୟ ଅଗୋଚର ବୋଲି କହିଛନ୍ତି ସୌଭିକ ବିଶ୍ବାଳ । ଏହି ରିପୋର୍ଟ କେବେବି ଗ୍ରହଣୀୟ ନୁହଁ ବରଂ ନିନ୍ଦନୀୟ ପ୍ରସଙ୍ଗ ବୋଲି କହିଛନ୍ତି ବିଧାୟକ ସୌଭିକ ବିଶ୍ବାଳ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details