ଓଡିଶା

odisha

ETV Bharat / politics

ଓଡ଼ିଶା ପାଇଁ ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା; ମୋଦି, ଶାହଙ୍କ ସମେତ 40ଜଣ ସାମିଲ - BJP Star Campaigners For Odisha - BJP STAR CAMPAIGNERS FOR ODISHA

BJP Star Campaigners For Odisha: ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ୪୦ ଜଣିଆ ପ୍ରଚାରକ ତାଲିକାରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ଥିବା ବେଳେ ଜେ ପି ନଡ୍ଡା, ଅମିତ ଶାହ, ରାଜନାଥ ସିଂ, ଯୋଗୀ ଆଦିତ୍ୟନାଥଙ୍କ ଭଳି ପ୍ରଭାବୀ ନେତା ସାମିଲ ରହିଛନ୍ତି । ଅଧିକ ପଢନ୍ତୁ

ଓଡ଼ିଶା ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ, ମୋଦି, ଶାହାଙ୍କ ଭଳି ଜାତୀୟ ନେତା କରିବେ ପ୍ରଚାର
ଓଡ଼ିଶା ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ, ମୋଦି, ଶାହାଙ୍କ ଭଳି ଜାତୀୟ ନେତା କରିବେ ପ୍ରଚାର

By ETV Bharat Odisha Team

Published : Apr 23, 2024, 8:52 PM IST

Updated : Apr 23, 2024, 9:25 PM IST

ଓଡ଼ିଶା ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ

ଭୁବନେଶ୍ବର: ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି । ନିର୍ବାଚନୀ ମୈଦାନରେ ଜୁଟାଇବେ ଜନ ସମର୍ଥନ । ଏହି ୪୦ ଜଣିଆ ପ୍ରଚାରକ ତାଲିକାରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ରହିଛି । ଷ୍ଟାର ପ୍ରଚାରକ ତାଲିକାର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ବେଳେ ଜେପି ନଡ୍ଡା ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ରାଜନାଥ ସିଂହ, ଅମିତ ଶାହ, ନୀତିନ୍‌ ଗଡ଼କରୀ, ଯୋଗୀ ଆଦିତ୍ୟନାଥ, ମୋହନ ଯାଦବ, ସ୍ମୃତି ଇରାନୀ, ଭୂପେନ୍ଦ୍ର ଯାଦବ, ଅଶ୍ବିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ହିମନ୍ତ ବିଶ୍ବଶର୍ମା, ବିଷ୍ଣୁଦେଓ ସାଏ, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଧର୍ମେନ୍ଦ୍ର ପ୍ରଧାନ, ବିଜୟପାଲ ସିଂ ତୋମାର, ଲତା ଉଷେଣ୍ଡି, ବିଶେଶ୍ବର ଟୁଡୁ, ସାନ୍ତନୁ ଠାକୁର, ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେଦାରନାଥ କାଶ୍ୟପ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ, ସମୀର ମହାନ୍ତି, ମାନସ ମହାନ୍ତି, ଗୋଲକ ମହାପାତ୍ର, ପୂର୍ଣ୍ଣିମା କେରକେଟା, ଶାରଦା ପ୍ରସାଦ ଶତପଥୀ, ରମେଶ ସାହୁ, ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ମହିଳା ବିରୋଧୀ କେନ୍ଦ୍ରମନ୍ତ୍ରୀ; ମିଶନ ଶକ୍ତି ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି - BJD Press Meet

ତେବେ ଶଙ୍ଖଦଳରୁ ଡିଆଁ ମାରି ପଦ୍ମ ପୋଖରୀରେ ସାମିଲ ହୋଇଥିବା ଓଲିଉଡ଼ର ଆଗଧାଡିର ସୁପରଷ୍ଟାର ମାନଙ୍କ ନାଁ ଏହି ଲିଷ୍ଟରେ ନାହିଁ । ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଏବଂ ଅରିନ୍ଦମ ରାୟଙ୍କ ଭଳି ଓଲିଉଡ୍ ଷ୍ଟାରଙ୍କୁ ବିଜେପି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନାହିଁ । କେବଳ ଅନୁଭବ ମହାନ୍ତି, ପିଙ୍କି ପ୍ରଧାନ, ଶ୍ରୀତମ ଦାସ ଏବଂ ହରିହର ମହାପାତ୍ରଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି । ସେହିଭଳି ଟିକଟ ପାଇ ନଥିବା ସାଂସଦ ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ଦଳ ଷ୍ଟାର ପ୍ରଚାରକ ଭାବେ ସାମିଲ କରିଛି ।

ଷ୍ଟାର ପ୍ରଚାରକ ତାଲିକାକୁ ନେଇ ରାଜ୍ୟ ସଭାପତି କହିଛନ୍ତି, ରାଜ୍ୟ ନିର୍ବାଚନ ପାଇଁ ବିଜେପି ତାର ପ୍ରଭାବୀ ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ଆମର ପ୍ରମୁଖ ନେତାମାନେ ଅଛନ୍ତି । ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ , ଅନେକ କେନ୍ଦ୍ରମନ୍ତ୍ରୀ , ରାଜ୍ୟର ମଧ୍ୟ ଅନେକ ନେତା ଅଛନ୍ତି । ଯାହା ଲୋକଙ୍କ ଅପେକ୍ଷା ରହିଛି ସେ ବାବଦରେ ସେମାନେ ଲୋକଙ୍କ ସହ ଯୋଡି ହେବେ । ଏହାଠାରୁ ଭଲ ଟିମ ଆଉ ମିଳି ନ ପାରେ । ପ୍ରଧାନମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ସେ ମଧ୍ୟ ଖୁବଶୀଘ୍ର ଓଡ଼ିଶା ଆସିବେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ସେ ଆସି ପ୍ରଚାର କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 23, 2024, 9:25 PM IST

ABOUT THE AUTHOR

...view details