ଓଡିଶା

odisha

By ETV Bharat Odisha Team

Published : Mar 10, 2024, 4:05 PM IST

ETV Bharat / politics

ରାଜ୍ୟରେ ସବୁ ସିଟରେ ଲଢେଇ କରିବାକୁ ବିଜେପି ପ୍ରସ୍ତୁତ ହେଉଛି: ଲତା ଉସେଣ୍ଡି

BJD-BJP Alliance: ମେଣ୍ଟ ଚର୍ଚ୍ଚାକୁ ନେଇ ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରତିକ୍ରିୟା ରଖିଛନ୍ତି । ସବୁ ସିଟରେ ଲଢିବା ପାଇଁ ବିଜେପି ପ୍ରସ୍ତୁତ ହେଉଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

BJD-BJP Alliance
BJD-BJP Alliance

BJD-BJP Alliance

ଭୁବନେଶ୍ବର:ମେଣ୍ଟ ଚର୍ଚ୍ଚାକୁ ନେଇ ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, "ମେଣ୍ଟ ଚର୍ଚ୍ଚା ଆପଣ କରୁଛନ୍ତି, ଆମେ ନୁହେଁ । ଆମେ ସବୁ ସିଟ୍ ପାଇଁ ପ୍ରସ୍ତୁତ ହେଉଛୁ । ଦିଲ୍ଲୀ ବୈଠକରେ ପ୍ରତିଟି ଲୋକସଭା ଏବଂ ବିଧାନସଭା ସିଟ୍ ନେଇ ଚର୍ଚ୍ଚା ହୋଇଥିଲା । ସବୁ ସିଟରେ ଲଢେଇ ପାଇଁ ବିଜେପି ପ୍ରସ୍ତୁତ ହେଉଛି । ଆମେ ଏକାକୀ ଲଢ଼ିବୁ ।" ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 'ରାଜନୀତିରେ ମିଛ ଏବଂ ଗୁଜବ ଖରାପ ଜିନିଷ' ପ୍ରତିକ୍ରିୟା ଉପରେ ମଧ୍ୟ ନିର୍ବାଚନ ସହ ପ୍ରଭାରୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏହା ତାଙ୍କ କଥା, ମିଛ କିଏ କହୁଛି, କିଏ କ’ଣ କରୁଛି, ତାହା ତାଙ୍କ କଥା ।"

"ମେଣ୍ଟ ହେଲେ ବିଜେପିର ଲାଭ ହେବ କି ?" ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି, "ଆମେ ସବୁ ସିଟ ପାଇଁ ପ୍ରସ୍ତୁତ ହେଉଛୁ, ଆମେ ମେଣ୍ଟ କଥା କେମିତି କହିବୁ ।"ସୂଚନା ଅନୁସାରେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ପ୍ରଭାରୀ, ସହ ପ୍ରଭାରୀ ଏବଂ ସଭାପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକେ ବସିବ । ନିର୍ବାଚନକୁ ନେଇ ଆଲୋଚନା ହେବ । ଆସନ୍ତା 11 କିମ୍ବା 12 ତାରିଖରେ ମେଣ୍ଟକୁ ନେଇ ସ୍ପଷ୍ଟ ଚିତ୍ର ଆସିପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ମେଣ୍ଟ ହୁଏ ତାହେଲେ 12 ତାରିଖରେ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ଓଡି଼ଶା ଆସିପାରନ୍ତି । ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହିତ ମେଣ୍ଟକୁ ନେଇ ଆଲୋଚନା କରିବେ ।

ଏହା ମଧ୍ୟ ପଢନ୍ତୁ...ଗୁଜବ ଓ ମିଛକଥା ରାଜନୀତିର ସବୁଠୁ ଖରାପ ଜିନିଷ: ନବୀନ
ଏହା ମଧ୍ୟ ପଢନ୍ତୁ...ସିଟ୍ ଅଙ୍କ ଛିଡୁନି, ମେଣ୍ଟ ହେଉନି ! କିଏ ଚାହୁଁଛି ମେଣ୍ଟ ?

ଏହା ମଧ୍ୟ ପଢନ୍ତୁ...ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା: ମନମୋହନଙ୍କ କଥା ଦୋହରାଇଲେ ତୋମାର, ମୁନା କହିଲେ ସୁପ୍ରିମୋଙ୍କ ନିଷ୍ପତ୍ତି ସର୍ବମାନ୍ୟ
ସେପଟେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି । ରାଜ୍ୟର ଶାସକ ଓ ମୁଖ୍ୟ ବିରୋଧୀ ଦଳ ମଧ୍ୟରେ ମେଣ୍ଟ ହେଲେ ମେଣ୍ଟ ବିରୋଧରେ ଥିବା ଭୋଟର ଫାଇଦା କିଏ ନେବ ତାକୁ ନେଇ ଏବେ ଆଲୋଚନା ଆରମ୍ଭ ହେଲାଣି । ତୃତୀୟ ଦଳ ଭାବେ କଂଗ୍ରେସ ରାଜ୍ୟରେ ଅଛି ହେଲେ, ତୃଣମୂଳ ସ୍ତରରେ ଦଳର ବର୍ତ୍ତମାନର ସ୍ଥିତି ଆଉ ରାଜ୍ୟର ନେତୃତ୍ୱକୁ ଦେଖିଲେ ବିଜେଡି-ବିଜେପି ମେଣ୍ଟର ଫାଇଦା ଦଳ ନେଇ ପାରିବ ନାହିଁ ବୋଲି କେହି କେହି କହୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details