ଓଡିଶା

odisha

By ETV Bharat Odisha Team

Published : Apr 2, 2024, 8:17 PM IST

ETV Bharat / politics

ଟିକେଟ ପାଇବା ପରେ କଣ କହୁଛନ୍ତି ସମ୍ବଲପୁର ଜିଲ୍ଲାର ବିଜେପି ପ୍ରାର୍ଥୀ ? - BJP MLA Candidates

Sambalpur BJP MLA Candidates: ଆଜି ବିଜେପି ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଜୟନାରାୟଣ ମିଶ୍ର ଓ ନାଉରୀ ନାଏକଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି । ତେବେ ଟିକେଟ ପାଇବା ପରେ କଣ ରହିଛି ସମ୍ବଲପୁର ଜିଲ୍ଲା ବିଜେପି ପ୍ରାର୍ଥୀଙ୍କ ପ୍ରତିକ୍ରିୟା ? ଅଧିକ ପଢନ୍ତୁ

Assembly Election 2024
Assembly Election 2024

ଟିକେଟ ପାଇବା ପରେ କଣ କହୁଛନ୍ତି ସମ୍ବଲପୁର ଜିଲ୍ଲାର ବିଜେପି ପ୍ରାର୍ଥୀ ?

ସମ୍ବଲପୁର: ଆଜି ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ସମ୍ବଲପୁର ଜିଲ୍ଲାର ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜୟ ନାରାୟଣ ମିଶ୍ରଙ୍କୁ ପୁଣି ଥରେ ଟିକେଟ ଦିଆଯାଇଥିବା ବେଳେ ରେଙ୍ଗାଲି ପାଇଁ ନାଉରୀ ନାୟକ, କୁଚିଣ୍ଡା ପାଇଁ ରବି ନାୟକ ଓ ରେଢ଼ାଖୋଲ ପାଇଁ ଦେବେନ୍ଦ୍ର ମହାପାତ୍ରଙ୍କୁ ଟିକେଟ ପ୍ରଦାନ କରାଯାଇଛି । ଏହି ସୂଚନା ମିଳିବା ପରେ ସମ୍ବଲପୁର ସହରରେ ଜୟ ନାରାୟଣ ମିଶ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ସମ୍ବଲପୁର ସହର ନନ୍ଦପଡାରେ ଥିବା ଜୟ ନାରାୟଣଙ୍କ ବାସ ଭବନଠାରେ ବିଜେପି କର୍ମୀ ମିଠା ବାଣ୍ଟିବା ସହ ବାଣ ଫୁଟାଇଛନ୍ତି । ଏହି ଅବସରରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି, "ବିଜେପି ପକ୍ଷରୁ ଘୋଷଣା ହୋଇଥିବା ବିଧାୟକ ପ୍ରାର୍ଥୀ ତାଲିକା ବହୁତ ଭଲ ହୋଇଛି । ଦକ୍ଷ ବ୍ୟକ୍ତିଙ୍କୁ ଟିକେଟ ମିଳିଛି । ସମ୍ବଲପୁର ପାଇଁ ପୁଣି ଦଳ ଟିକେଟ ଦେଇଥିବାରୁ ଦଳୀୟ ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଉଛି । ଏହାସହ ଏଥର ବିଜେପି ସମ୍ବଲପୁର ଲୋକସଭା ସହ 7ଟି ଯାକ ବିଧାନସଭା ସିଟ ଜିତିବାକୁ ଯାଉଛି ।"

ଏହା ବି ପଢନ୍ତୁ- ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା: ଚାନ୍ଦବାଲିରୁ ମନମୋହନ-ସମ୍ବଲପୁରରୁ ଜୟନାରାୟଣ-ଦିଗପହଣ୍ଡିରୁ ସିଦ୍ଧାନ୍ତ, ୧୭ ବିଧାୟକ ରିପିଟ୍

ଅନ୍ୟପଟେ ରେଙ୍ଗାଲି ବିଧାୟକଙ୍କୁ ମଧ୍ୟ ପୁଣି ଥରେ ଦଳ ଟିକେଟ ଦେଇଛି । ଏ ନେଇ ସେ କହିଛନ୍ତି, " ରେଙ୍ଗାଲି ଅଞ୍ଚଳରେ ବହୁତ କାମ ହୋଇଛି । ପୂର୍ବରୁ ଏଠାରେ ଥିବା ବିଧାୟକମାନେ ଅନ୍ୟମାନଙ୍କ ଦ୍ବାରା ପରିଚାଳିତ ହେଉଥିଲେ । ତେବେ ବିଜେପିର ବିଧାୟକ ଏଠାରୁ ନିର୍ବାଚିତ ହେବା ପରେ ସ୍ଥାନୀୟ ଲୋକ ସିଧା ସଳଖ ବିଧାୟକଙ୍କୁ ଭେଟି ନିଜର ସମସ୍ୟା ବିଷୟରେ ଅବଗତ କରେଇବାର ସୁଯୋଗ ପାଇଲେ । ରେଙ୍ଗାଲି ଅଞ୍ଚଳରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବହୁତ କାମ ହୋଇଛି । ଆଗକୁ ମଧ୍ୟ ଆହୁରି କାମ କରିବାର ଅଛି । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାର ହାଇଜେକ କରି ବାହା ବାହା ନେଉଛି । ଆଗକୁ ଚାଷୀ ସମସ୍ୟା, ଶିଳ୍ପାନୁଷ୍ଠାନଗୁଡିକ ଯୋଗୁଁ ହେଉଥିବା ପ୍ରଦୂଷଣ ଓ ସ୍ଥାନୀୟ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ନିଯୁକ୍ତି ନ ମଳିବା, ଚାଷୀ ସମସ୍ୟାକୁ ମୁଦ୍ଦା କରାଯିବ ।"

କୁଚିଣ୍ଡା ବିଧାନସଭାରୁ ବିଜେପିର ପ୍ରାର୍ଥୀ ପୁଣି ଥରେ ହୋଇଥିବା ରବି ନାୟକ ନିଜକୁ ଟିକେଟ ଦେଇଥିବାରୁ ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । "ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ସେ କହିଛନ୍ତି । ସାଧାରଣ ଲୋକଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ପ୍ରତି ଅସନ୍ତୋଷ ଭରି ରହିଛି । ରାଜ୍ୟ ସରକାର ରାଜ୍ୟର ମାତୃ ଶକ୍ତିଙ୍କୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହୋଇ ଆସୁଛି । ତେବେ ମାତୃ ଶକ୍ତି ଏଥର ରାଜ୍ୟ ସରକାରଙ୍କୁ ଉଚିତ ଜବାବ । ରାଜ୍ୟ ସରକାର ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଉ ନାହିଁ । ଆଗାମୀ ନିର୍ବାଚନରେ କୁଚିଣ୍ଡାବାସୀ ରାଜ୍ୟ ସରକାରଙ୍କୁ ଉଚିତ ଜବାବ ଦେବେ ।"

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details