ଭୁବନେଶ୍ବର: ରାଜ୍ୟରେ ଆଳୁ ଦର ଅହେତୁକ ବୃଦ୍ଧି ଖାଉଟିଙ୍କୁ ଏକ ପ୍ରକାର ନାକରେ କନ୍ଦାଇଥିଲା । ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଥିଲା । ଫଳରେ ଆଳୁ ଦାମ ଅକାଶଛୁଆଁ ହୋଇଥିଲା । ସାଧାରଣ ଖାଉଟିଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆଳୁ ଆସିବା ଏକପ୍ରକାର ବନ୍ଦ ହୋଇଛି । ଏବେ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରୁଛନ୍ତି । ଏଣେ ଉତ୍ତରପ୍ରଦେଶ ଆଳୁର ସ୍ବାଦକୁ ନେଇ ନାକ ଟେକୁଛନ୍ତି ଗ୍ରାହକ । ଏଭଳି ସ୍ଥିତିରେ ସାଧାରଣରେ ଆଲୋଚନା ଜୋର ଧରିଛି ଯେ, କେଉଁ ଆଳୁ ଭଲ ? ଉତ୍ତରପ୍ରଦେଶ ନାଁ ପଶ୍ଚିମବଙ୍ଗ । ତେବେ ଏଭଳି ପ୍ରଶ୍ନର ଏକ କୌତୁକିଆ ଉତ୍ତର ରଖିଛନ୍ତି ବିଜେପି ବିଧାୟକ ।
ବାପା(ବିଜେଡି)ଋଣ କରିଛି, ପୁଅ (ବିଜେପି) ସୁଝୁଛି:
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପି ବରିଷ୍ଠ ବିଧାୟକ ଭାସ୍କର ମଢେଇ କହିଛନ୍ତି, "ଆଳୁ, ଡାଲି ସ୍ବାଭାବିକ ପକ୍ରିୟାରେ ଚାଲିବ । ଆମେ ଉତ୍ପାଦନ କରିବୁ ଖାଇବୁ । ଆମେ ଯେଉଁଟା ଉତ୍ପାଦନ କରିବୁ ସେଇଟା ଭଲ ହେବ । ବାହାରୁ ଆସିଲେ ତାହା ସ୍ଵାଦ ହେବନି । ପୂର୍ବ ସରକାରର ଯେଉଁ କାର୍ଯ୍ୟକଳାପ, ଯେତେବେଳେ ବାପା ଋଣ କରିଥାଏ, ତାହା ପୁଅକୁ ବାଧକ ହୋଇଥାଏ । ପରେ ପୁଅ ହିଁ ଋଣ ସୁଝିଥାଏ । ଠିକ୍ ସେମିତି ପୂର୍ବ ସରକାର, ଯିଏ ଆମ ବାପା । ବାପା ଋଣ ଖାଇଛି ପୁଅ ଏବେ ସୁଝୁଛି । ପୁଅ ଦକ୍ଷ ଅଛି ଋଣ ସୁଝିକି ଆଗକୁ ବଢିବ । ପୂର୍ବ ସରକାର ଚାଷୀକୁ ଗୁରୁତ୍ୱ ଦେଇନି । ରାଜ୍ୟରେ ଶୀତଳ ଭଣ୍ଡାର କରିନି, କିନ୍ତୁ ଆମେ କରିବୁ ଚାଷୀକୁ ପ୍ରୋତ୍ସାହିତ କରିବୁ । ଚାଷ ପ୍ରକ୍ରିୟାକୁ ଆଗକୁ ବଢ଼ାଇବୁ । କିଛି ସମୟ ଲାଗିବ କରାଯିବ ।"
ଦିଦି (ମମତା ବାନାର୍ଜୀ)ଙ୍କ ଆଳୁ ମିଠା: