ଓଡିଶା

odisha

ETV Bharat / politics

'ବିଜେପି ସରକାରକୁ ୪ଜଣ ବ୍ୟକ୍ତି ଚଳାଉଛନ୍ତି', କଡ଼ା ଜବାବ ଦେଲେ ସମୀର

ମୁହାଁମୁହିଁ ହେଲେ ବିଜେପି-ବିଜେଡି । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲା ବିଜେପି । କହିଲା ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହିଁ ବିଜେଡି ।

By ETV Bharat Odisha Team

Published : 4 hours ago

SAMIR TARGETS PRASANNA
SAMIR TARGETS PRASANNA (ETV Bharat Odisha)

ଭୁବନେଶ୍ବର:ମୁହାଁମୁହିଁ ହେଲେ ବିଜେପି ଏବଂ ବିଜେଡି । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଟାର୍ଗେଟ୍ । ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ,"ଓଡ଼ିଶାକୁ ଚଲାଉଛନ୍ତି ୪ ମୁଖ୍ୟମନ୍ତ୍ରୀ ।"ସେପଟେ ସୋସିଆଲ ମିଡିଆରେ ପୋଷ୍ଚ କରି ବର୍ଷିଛନ୍ତି ସମୀର । ସେ କହିଛନ୍ତି,"ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି ବିଜେଡି ନେତା । ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହିଁ ବିଜେଡି ।"

'ବିଜେପି ସରକାରକୁ ୪ଜଣ ବ୍ୟକ୍ତି ଚଳାଉଛନ୍ତି':

SAMIR TARGETS PRASANNA (ETV Bharat Odisha)

ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଟାର୍ଗେଟ୍ । ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ,"ରାଜ୍ୟ ବିଜେପି ସରକାରକୁ ୪ଜଣ ବ୍ୟକ୍ତି ଚଳାଉଛନ୍ତି । ଆମ ସରକାରକୁ ଜଣେ ବ୍ୟକ୍ତି ନବୀନ ପଟ୍ଟନାୟକ ହିଁ ଚଳାଉଥିଲେ । ଏସରକାରକୁ ଜଣେ ଦିଲ୍ଲୀରେ ଥାଇ, ଜଣେ ରାଜ୍ୟରେ ମୋହନ ମାଝୀ, ଆଉ ଦୁଇଜଣଙ୍କ ନାଁ ନେବିନି ସେମାନେ ମୋର ବନ୍ଧୁ ଏଣୁ ଏହି ଚାରିଜଣ ନଚାହିଁଲେ ମୁଖ୍ୟମନ୍ତ୍ରୀ ଫାଇଲରେ ଦସ୍ତଖତ କରୁନାହାଁନ୍ତି । ଏହି ସରକାର ସକାଳେ ଗୋଟିଏ କଥା କହୁଛି , ସଂଧ୍ୟାରେ ଆଉ ଗୋଟିଏ କଥା କହୁଛି । ବାମ ହାତ କ'ଣ କରୁଛି, ତାହା ଡାହାଣ ହାତ ଜାଣିପାରୁନି । "

ପ୍ରସନ୍ନଙ୍କୁ ସମୀରଙ୍କ ଜବାବ:
ତେବେ ସୋସିଆଲ ମିଡିଆରେ ପୋଷ୍ଟ କରି ବର୍ଷିଛନ୍ତି ସମୀର । ସମୀର ମହାନ୍ତି କହିଛନ୍ତି,"ପ୍ରସନ୍ନ ଆଚାର୍ଯ୍ୟ ଭାଇ, ଆପଣ ଏବଂ ଆପଣଙ୍କ ଦଳ ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି । ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଆପଣ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହାନ୍ତି । ବିଜେପିର ଲୋକକଲ୍ୟାଣ କାରୀ ଯୋଜନାରେ ଇର୍ଷାନ୍ୱିତ ହୋଇ ଆପଣ ଏଭଳି ମନ୍ତବ୍ୟ ଦେଉଛନ୍ତି । ଚଳିତ ନିର୍ବାଚନ ସମୟରେ ଆପଣଙ୍କ ଦଳ ଆପଣଙ୍କୁ କୋଣଠେସା କରି ଟିକେଟ୍ ଦେଉନଥିଲା ? ଏ କଥାକୁ ଆପଣ ଭୁଲି ଯାଉଛନ୍ତି । ଆପଣଙ୍କ ଦଳର ସଭାପତି ନବୀନ ବାବୁଙ୍କ ଉପରେ ଆପଣ ଯେଉଁ ଟିପ୍ପଣୀ ଦେଇଛନ୍ତି । ତାହା ଆପଣଙ୍କ ନିଜ କଥା ନା ପାର୍ଟିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି ? ଯଦି ନବୀନ ବାବୁଙ୍କ ପ୍ରତି ଲୋକପ୍ରିୟତା ଥିଲା ବୋଲି ଆପଣ କହୁଛନ୍ତି ,ତେବେ ସେ ଗତ ନିର୍ବାଚନରେ ଲଢୁଥିବା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ 16,344ଟି ଭୋଟ୍ ବ୍ୟବଧାନରେ ହାରିଲେ କେମିତି ? "

ଏହା ମଧ୍ୟ ପଢନ୍ତୁ .... ଏକଜିଟ ପୋଲ ରାଜନୀତି: କଂଗ୍ରେସ କହିଲା ଏମିତି, କାଉଣ୍ଟର କଲା ବିଜେପି - Politics On Exit Poll

ଏହା ମଧ୍ୟ ପଢନ୍ତୁ ....ତେଜୁଛି ରାଜଭବନ ରାଜନୀତି; ବିରୋଧୀଙ୍କ ସମାଲୋଚନାର ଭେଙ୍କେୟା ଓ ଧର୍ମେନ୍ଦ୍ରଙ୍କ ଜବାବ - Raj Bhawan politics issue

ଏହା ମଧ୍ୟ ପଢନ୍ତୁ ....ମନମୋହନଙ୍କୁ ବଦ୍ରିଙ୍କ ଚ୍ୟାଲେଞ୍ଜ; ‘ତାକତ ଅଛି ତ ବିଜେଡିକୁ ଖାଲି କରି ଦେଖାଅ’ - Badri Patra Targets Manmohan


'ବିଜେଡ଼ିର ଅନ୍ତଃକନ୍ଦଳ ଦିବାଲୋକରେ ସ୍ପଷ୍ଟ ':

ସେ ଆହୁରି ମଧ୍ୟ କହିଛନ୍ତି," ଦୀର୍ଘ 24 ବର୍ଷ ଧରି ଲୋକଙ୍କୁ ପ୍ରତାରିତ କରିବା ତଥା ପ୍ରତିଶ୍ରୁତି ପୂରଣ ନ କରିବା ପରାଜୟର କାରଣ ନୁହେଁ କି ? ଆପଣଙ୍କ ଦଳର ସଭାପତି କ୍ରମାଗତ ଭାବେ ନିଜର ଆସ୍ଥା ଓ ବିଶ୍ୱାସ ଓଡ଼ିଶାବାସୀଙ୍କ ଠାରୁ ହରାଇ ବସିଛନ୍ତି । ଏହି କଥାକୁ ଆପଣ ଗ୍ରହଣ କାହିଁକି କରୁନାହାନ୍ତି ? ଚଳିତ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ସେ କେତେ ଭୋଟ ବ୍ୟବଧାନରେ ଜିତିଛନ୍ତି । ଆପଣ ନବୀନ ବାବୁଙ୍କୁ ପଚାରିଲେ ଭଲ ହୁଅନ୍ତା । ବିଗତ କିଛି ବର୍ଷ ଧରି ଆପଣଙ୍କ ଦଳରେ ମନ୍ତ୍ରୀ ଓ ବିଧାୟକ ମାନଙ୍କ ସ୍ଥିତି କ’ଣ ଥିଲା? ଏହା ଆପଣ ବି ଅନୁଭବ କରିଥିବେ । ବର୍ତ୍ତମାନ ଯେତେବେଳେ ବିଜେପି ରାଜ୍ୟରେ ରାଜନୈତିକ ସଂସ୍କୃତି ଓ ପରମ୍ପରାକୁ ପାଳନ କରିବା ସହ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା କରି ଶାସନଭାର ସମ୍ଭାଳିଛି, ତାହା ଆପଣଙ୍କୁ କାହିଁକି କଷ୍ଟ ଦେଉଛି ?ଏବେ ବି ବିଜେଡ଼ି ଦଳ ମଧ୍ୟରେ ଚାଲିଥିବା ଅନ୍ତଃକନ୍ଦଳ ଦିବାଲୋକରେ ସ୍ପଷ୍ଟ । ଆପଣ ଏହି ସବୁ ପ୍ରସଙ୍ଗରେ କହିବା ପୂର୍ବରୁ ଥରେ ଚିନ୍ତା କରିବା ଦରକାର । "

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details