ଓଡିଶା

odisha

ETV Bharat / politics

ପାଣ୍ଡିଆନଙ୍କୁ ସମୀରଙ୍କ ଚାର୍ଗେଟ, କହିଲେ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣିକି ରଖିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା - SAMIR TARGETS PANDIAN - SAMIR TARGETS PANDIAN

Samir Mohanty Targets Pandian: ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଲେ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି । ପାଣ୍ଡିଆନଙ୍କୁ କଲେ କଡ଼ା ସମାଲୋଚନା । ଅଧିକ ପଢ଼ନ୍ତୁ

ପାଣ୍ଡିଆନଙ୍କୁ ସମୀରଙ୍କ ଚାର୍ଗେଟ
ପାଣ୍ଡିଆନଙ୍କୁ ସମୀରଙ୍କ ଚାର୍ଗେଟ (ETV Bharat Odisha)

By ETV Bharat Odisha Team

Published : May 29, 2024, 9:02 PM IST

ଭୁବନେଶ୍ବର:ନିର୍ବାଚନକୁ ନେଇ ଶାସକ ଓ ବିରୋଧୀମାନେ ମୁହାଁମୁହିଁ ହେଉଛନ୍ତି । ମୁଖ୍ୟତଃ ରାଜ୍ୟରେ ବିଜେପି ଓ ବିଜେଡି ବିଭିନ୍ନ ପ୍ରସଙ୍ଗକୁ ନେଇ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ଆଜି ପୁଣି ଥରେ ବିଜେଡି ନେତାଙ୍କ ଉପରେ ବର୍ଷିଛି ବିଜେପି । ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣିବା ଭିଡିଓକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ।

ପାଣ୍ଡିଆନଙ୍କୁ ସମୀରଙ୍କ ଚାର୍ଗେଟ (ETV Bharat Odisha)

ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି କହିଛନ୍ତି, "ଗତକାଲି ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ଟାଣିକି ରଖିବା । ଆଜି ସକାଳେ ଏକ ଭିଡିଓ ଦେଖିଲି । ଯେଉଁଥିରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଉଁଛନ୍ତି । କିନ୍ତୁ ତାଙ୍କ ପାଖରେ ପାଣ୍ଡିଆନ ଗୋଡରେ ଆଡେଇ ଦେଉଛନ୍ତି । ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରନ୍ତୁ ନାହିଁ । ଗୋଡ଼ ବାଜିଲେ ଆମେ ବିଷ୍ଣୁ କରୁ । ତୁମେ ଗୋଇଠା ମାରୁଛ । ଏଥିପାଇଁ ଓଡ଼ିଶାବାସୀଙ୍କୁ କ୍ଷମାମାଗ । କାରଣ ମୁଖମନ୍ତ୍ରୀ ଆମ ଓଡିଶାର । ତାଙ୍କୁ ବାରମ୍ଵାର ଅପମାନିତ କରୁଛନ୍ତି ତାମିଲ ଗୁମାସ୍ତା।"

ସମୀର ଏହା ମଧ୍ୟ କହିଛନ୍ତି, "ଦୁଇ ପୋଲିସ ଅଧିକାରୀଙ୍କ ଉପରେ ECI ଆକ୍ସନକୁ ଆମେ ସ୍ଵାଗତ କରୁଛୁ । ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ମାଫିଆ ରାଜ୍‌ର ଅନ୍ତ ଘଟିବ ଆଉ କଡ଼ାଗଣ୍ଡା ହିସାବ ଆଦାୟ କରାଯିବ । ବିଜେଡିର ସମସ୍ତ ସଦସ୍ୟ ଜାଣିଛନ୍ତି ଯେ, ଡିଏସ କୁଟ୍ଟେ କିଏ, ବିଶେଷ କରି ବିଜେଡିର ଯେଉଁମାନେ ଟିକେଟ ପାଇଛନ୍ତି ସେମାନେ ଜାଣିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ରାଜନୀତି ସହିତ ଆଶିଷ ସିଂହଙ୍କ କ'ଣ ସମ୍ପୃକ୍ତ ଏକଥା ସବୁ ଜାଣିଛନ୍ତି । ଓଡ଼ିଶାରେ କ'ଣ ହେଉଛି ପ୍ରଧାନମନ୍ତ୍ରୀ ସମସ୍ତ କଥା ଜାଣିଛନ୍ତି । ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି, ଯେତେ ମାଫିଆ ଅଛନ୍ତି ସମସ୍ତଙ୍କର ଅଣ୍ଟା ଭାଙ୍ଗି ଦେବୁ । ଓଡ଼ିଶାରେ ଟ୍ରକ ଟ୍ରକ ଗଞ୍ଜେଇ ଜବତ ହେଇଛି ଏବଂ ଜଣେ ହାବିଲଦାର ଘରୁ ପୁଳାପୁଳା ଟଙ୍କା ଜବତ ହେଉଛି । ଏହାର ପ୍ରଚ୍ଛଦପଟ୍ଟ ନାୟକ କେଉଁମାନେ ? ତାଙ୍କ ପାଇଁ ସଫେଇ ଦେବା ପାଇଁ ନୂଆ ନୂଆ ନେତା ହୋଇଥିବା ଷ୍ଟାର୍ କ୍ୟାମ୍ପେନ ନମ୍ବର ଟୁ କହୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଦିବାସୀଙ୍କୁ ନେଇ ଚକ୍ରାନ୍ତ କରିଥିଲେ ରାଜ୍ୟ ସରକାର, ପାଣ୍ଡିଆନକୁ ଟାର୍ଗେଟ କଲେ ଭର୍ତ୍ତୃହରି - Bhartruhari Mahtab Press Meet

ଓଡ଼ିଆ ଅସ୍ମିତା କେଉଁଠି ପହଞ୍ଚିଛି । ଓଡ଼ିଶାର ସାଢେ ଚାରି କୋଟି ଲୋକମାନଙ୍କର ସେ ମୁଖ୍ୟମନ୍ତ୍ରୀ । ସେ କେଉଁଠି ରବର କଣ୍ଢେଇ ନୁହନ୍ତି । ବିଜେପି ସରକାରକୁ ଆସିଲେ ରାଜ୍ୟରେ ଯେତେ ଘଟଣା ଘଟିଛି ସେ ନବ ଦାସ ଘଟଣା ହେଉ, ପରିକ୍ରମା ପ୍ରକଳ୍ପ ହେଉ, ଦୁର୍ନୀତି ଭ୍ରଷ୍ଟାଚାର, ଗଞ୍ଜାମ ଜିଲ୍ଲାର ଯେଉଁ ସବୁ ଏନକାଉଣ୍ଟର ହୋଇଛି ଏ ସବୁର ତଦନ୍ତ ବିଜେପି କରିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details