ETV Bharat / state

ଥାନା ଦ୍ବନ୍ଦ୍ବରୁ ହୋଇପାରୁନି ବ୍ୟବଚ୍ଛେଦ, ରେଳଟ୍ରାକରୁ ମିଳିଥିଲା ମୃତଦେହ - YOUTH BODY FOUND

ରେଳଧାରଣାରୁ ମିଳିଲା ମୃତଦେହ । ଥାନା ଦ୍ବନ୍ଦ୍ବରୁ ହୋଇପାରୁନି ବ୍ୟବଚ୍ଛେଦ । କ୍ୟାପିଟାଲ ହସ୍ପିଟାଲରେ ଘଣ୍ଟା ଘଣ୍ଟା ଧରି ପଡିରହିଛି ମୃତଦେହ ।

ରେଳଟ୍ରାକରୁ ମିଳିଲା ଯୁବକଙ୍କ ମୃତଦେହ
ରେଳଟ୍ରାକରୁ ମିଳିଲା ଯୁବକଙ୍କ ମୃତଦେହ (ETV Bharat Odisha)
author img

By ETV Bharat Odisha Team

Published : Jan 2, 2025, 4:43 PM IST

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପୁନାମା ଗେଟ ରେଳ ଟ୍ରାକରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ । ମୃତକ ହେଲେ ସ୍ବରାଜ ବେହେରା । ଥାନା ବିବାଦକୁ ନେଇ ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ନହୋଇପାରି ପଡିରହିଛି । ଖବର ଲେଖାଯିବା ସୁଦ୍ଧା ପୋଲିସର ତଦନ୍ତ ଆରମ୍ଭ ପାରିନାହିଁ । ସେପଟେ ସ୍ବରାଜଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସାଙ୍ଗ ଅଭିଯୋଗ ଆଣିଛନ୍ତି ।

ରେଳଟ୍ରାକରୁ ମିଳିଲା ମୃତଦେହ:

ରେଳଟ୍ରାକରୁ ମିଳିଲା ଯୁବକଙ୍କ ମୃତଦେହ (ETV Bharat Odisha)

ଆଜି ପୁନାମା ଗେଟ ରେଳ ଟ୍ରାକରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ମୃତକ ହେଲେ ଓଲଡ ଟାଉନ ଗୋଷାଗୋରେଶ୍ୱେର କୁଞ୍ଜ ପାଟଣାର ସ୍ୱରାଜ ବେହେରା । ନୂଆବର୍ଷରେ ଭୋଜି ଖାଇବାକୁ ଯାଇଥିଲେ । ଆଜି ସକାଳେ ରେଳଧାରଣାରୁ ତାଙ୍କ ମୃତଦେହ ମିଳିଛି ।

ଦ୍ବନ୍ଦ୍ବରୁ ବ୍ୟବଚ୍ଛେଦ ହୋଇପାରୁନି ମୃତଦେହ:

ରେଳଧାରଣାରୁ ମୃତଦେହ ମିଳିଥିବା ବେଳେ ଜିଆରପି ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଛି । ହେଲେ ମାମଲାଟି କେଉଁଠି ରୁଜୁ ହେବ ତାହାକୁ ନେଇ ଦେଖାଦେଇଛି ଦ୍ବନ୍ଦ୍ବ । ଏୟାରଫିଲଡ ଥାନା ଓ ଜିଆରପିକୁ ନେଇ ଦ୍ବନ୍ଦ୍ବ ଦେଖାଦେବାରୁ ଖବର ଲେଖାଯିବା ସୁଦ୍ଧା ବ୍ୟବଚ୍ଛେଦ ହୋଇପାରିନାହିଁ । ଫଳରେ କ୍ୟାପିଟାଲ ଥାନାରେ ପଡିରହିଛି ମୃତଦେହ । ଥାନା ଦ୍ୱନ୍ଦ୍ୱ ଓ ବିବାଦ ଭିତରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାରଲୋକେ ।

ମୃତ ସ୍ବରାଜ ବେହେରା
ମୃତ ସ୍ବରାଜ ବେହେରା (ETV Bharat Odisha)

ସାଙ୍ଗ ଆଣିଲେ ହତ୍ୟା ଅଭିଯୋଗ:

ସ୍ବରାଜଙ୍କ ମୃତଦେହ ରେଳ ଧାରଣାରୁ ମିଳିବା ପରେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ବରାଜଙ୍କ ସାଙ୍ଗ ଓ ପରିବାର । ଏହାକୁ ହତ୍ୟା ବୋଲି ସେମାନେ ଅଭିଯୋଗ କରିଛନ୍ତି । ମୃତ ସ୍ବରାଜଙ୍କ ସାଙ୍ଗଙ୍କ ଅଭିଯୋଗ ଅନୁଯାୟୀ, ‘ରେଳ ଲାଇନରୁ ସ୍ୱରାଜଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ପିଠିରେ ଛାତିରେ ବିଭିନ୍ନ ପ୍ରକାର ଦାଗ ଦେଖିବାକୁ ମିଳିଛି । ଯାହାକି ଛୁରୀରେ କରାଯାଇଛି । ତାଙ୍କୁ କେହି ମାରିକି ସେଠାରେ ଫିଙ୍ଗିଦେଇଛି । କାରଣ ପାରିପାର୍ଶ୍ବିକ ସ୍ଥିତି ଓ ଶରୀରରେ ଟ୍ରେନ ଦୁର୍ଘଟଣାର କୌଣସି ଚିହ୍ନ ନାହିଁ । ତେଣୁ କେହି ତାଙ୍କୁ ମାରି ପିଙ୍ଗି ଦିଆଯାଇଛି ।’

ଭୋଜି କରିବାକୁ ଯାଇ ଫେରିଲେନି:

ଗତକାଲି ନୂଆବର୍ଷ ଥିବାରୁ ଭୋଜି ହେଉଥିବା କହି ଘରୁ ବାହାରିଥିଲେ ସ୍ବରାଜ । ହେଲେ ଆଉ ଫେରିନଥିଲେ । ଆଜି ତାଙ୍କ ମୃତଦେହ ରେଳଧାରଣାରୁ ମିଳିଛି । ତାଙ୍କୁ ହତ୍ୟା କରି ପିଙ୍ଗି ଦିଆଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ମିଛ ଅପହରଣ ନାଟକରୁ ସତ ହତ୍ୟାକାଣ୍ଡ, ସାଙ୍ଗ ସାଜିଲା ସଇତାନ

ହଟିଲା କନ୍ଦରପୁର ହତ୍ୟା ଘଟଣା ଉପରୁ ପରଦା, ସାର୍ଟର ଟ୍ୟାଗ କହିଲା ଅଭିଯୁକ୍ତ ଠିକଣା

ନିଖୋଜ ଥିଲେ, ଅଖା ବସ୍ତାରୁ ମିଳିଲା ମୃତଦେହ

ପତ୍ରପୋଡା ମାଂସ ପାଇଁ ବୃଦ୍ଧଙ୍କୁ ପୋଡିଦେଲେ, ଦୁଇ ଗିରଫ

କ୍ୟାପିଟାଲ ହସ୍ପିଟାଲରେ ମୃତଦେହ:

ମୃତଦେହ ଜବତ ପରେ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ଜିଆରପି । ହେଲେ ଥାନା ଦ୍ବନ୍ଦ୍ବକୁ ନେଇ ମାମଲାର ତଦନ୍ତ ହୋଇପାରୁନାହିଁ । ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ପଡିରହିଥିବା ବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାରଲୋକେ ।

ମୃତଦେହ ରାସ୍ତାରେ ରଖି ପ୍ରତିବାଦ:

ରାସ୍ତାରେ ମୃତଦେହ ରଖି ପ୍ରତିବାଦ
ରାସ୍ତାରେ ମୃତଦେହ ରଖି ପ୍ରତିବାଦ (ETV Bharat Odisha)

ସେପଟେ ସ୍ବରାଜଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ହତ୍ୟାକାରୀକୁ ଗିରଫ ଦାବିରେ ମୃତଦେହକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିଲେ ମୃତକଙ୍କ ପରିବାରଲୋକେ । ରାସ୍ତାରେ ନିଆଁ ଜାଳି ମାଉସୀମାରୁ ବଢ଼େଇବାଙ୍କ ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ବୁଝାସୁଝା କରିଥିଲା ଲିଙ୍ଗରାଜ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.