ଓଡିଶା

odisha

ETV Bharat / politics

ଡ଼ାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଛାଡ଼ିବା କାମ କରୁଛି ବିଜେପି: ବିଜେଡି - BJD Delegation Meets CEO

BJD Delegation Meets CEO: ପ୍ରଶାନ୍ତ ଜଗଦ୍ଦେବ ବୁଥରେ ଗଣ୍ଡଗୋଳ କରିବା ସହ ପ୍ରିଜାଇଡିଂ ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିବା ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : May 30, 2024, 8:12 PM IST

BJD Delegation Meets CEO
BJD Delegation Meets CEO (ETV Bharat Odisha)

ଭୁବନେଶ୍ବର: ପ୍ରଶାନ୍ତଙ୍କ ବିରୋଧରେ CEOଙ୍କୁ ଫେରାଦ ହେଲା ବିଜେଡି । ପ୍ରଶାନ୍ତ ଜଗଦ୍ଦେବ ବୁଥରେ ଗଣ୍ଡଗୋଳ କରିବା ସହ ପ୍ରିଜାଇଡିଂ ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରି ଭୋଟର ମାନଙ୍କୁ ଧମକାଇଥିବା ଅଭିଯୋଗ କରିଛି ବିଜେଡ଼ି । ପ୍ରଶାନ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି । ଏନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରମାଣ ସହିତ ଅଭିଯୋଗ କରିଛନ୍ତି ।

BJD Delegation Meets CEO (ETV Bharat Odisha)

ରାଜ୍ୟରେ ସ୍ୱଚ୍ଛ ଅବାଧ ନିରପେକ୍ଷ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡିଛି ଶାସକ ବିଜେଡ଼ି ଦଳ। ଆଜି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ନେତା ମାନଙ୍କ ଦ୍ୱାରା କରାଯାଉଥିବା ଆଇନ ଅମାନ୍ୟ ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ବିଜେପି ନେତା ଯେଉଁଭଳି ଗୁଣ୍ଡାରାଜ କରି ଭୋଟକୁ ପ୍ରଭାବିତ କରିବାକୁ ଯୋଜନା କରୁଛନ୍ତି ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେଡ଼ି ଅନୁରୋଧ କରିଛି । ତେବେ ଏହି ପ୍ରସଙ୍ଗରେ ବିଜେଡି ନେତ୍ରୀ ସୁଲତା ଦେଓ କହିଛନ୍ତି ଯେ,ଡାହାଣୀ ହୋଇ ଲାଗିବା ଆଉ ଗୁଣିଆ ହୋଇ ଝାଡ଼ିବା ବିଜେପି ଠାରୁ ଶିଖିବେ । ଦଳରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଗୁଣ୍ଡା ଅଛନ୍ତି ସେ ନେତାଙ୍କ ଠାରୁ କଣ ଆଶା କରାଯିବ ବୋଲି ସୁଲତା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଶୋଚନୀୟ ପରାଜୟ ଜାଣି ବିଜେପି ଆପଣାଇଛି ହିଂସାର ବାଟ: ବିଜେଡି - BJD Delegation Meets CEO

ବୋଲଗଡ଼ କାଉଁରୀ ପାଟଣା ବୁଥରେ ଯେଉଁ ଭିଡିଓ ମିଳିଥିଲା ତାକୁ ପ୍ରମାଣ କରି CEOଙ୍କ ଆଗରେ ଉପସ୍ଥାପନ କରାଯାଇଛି । ସେ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, କେଉଁ ଭଳି ଭାବରେ ପ୍ରଶାନ୍ତ ଜଗଦେବ ନିର୍ବାଚନ ଚାଲିଥିବା ବେଳେ ଆଚରଣ କରୁଛନ୍ତି । ଏଭଳି ଲୋକଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀ ସୁରକ୍ଷା ଦେଉଥିବା ସୁଲତା କହିଛନ୍ତି । ଖୋର୍ଦ୍ଧାରେ ଏକ ଭିନ୍ନ ବାତାବରଣ ସୃଷ୍ଟି କରିଛି ବିଜେପି । ସରକାରୀ କର୍ମଚାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା । ଯାହାଦ୍ୱାରା ସରକାରୀ କର୍ମଚାରୀ ମାନଙ୍କର ମନୋବଳ ହ୍ରାସ ପାଉଛି ବୋଲି କହିଛନ୍ତି ସୁଲତା । ଏହି ନିର୍ବାଚନ ଆଚରଣ ଉଲ୍ଲଘଂନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ । ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦଳ ଦାବି କରିଛି । ତେବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଉ ଦିନେ ପରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଯଦି ଏମିତି କାର୍ଯ୍ୟକ୍ରମ ଜାରି ରୁହେ, ତେବେ ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details