ଭୁବନେଶ୍ବର:ରାଜ୍ୟର ସରକାରୀ ଅଧିକାରୀଙ୍କୁ ବିଜେପି ନେତା ଧମକ ଦେଉଥିବା ନେଇ ଅଭିଯୋଗ ଆଣିଲା ବିଜେଡି । ରାଜ୍ୟ ବିଜେପି ନାଁରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ଦଳ । ଏନେଇ ବିଜେଡ଼ିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "ଜାତୀୟ ନିର୍ବାଚନ ଅୟୋଗଙ୍କ ନାଁ ନେଇ ଧମକ ଦେଉଛନ୍ତି ବିଜେପି ନେତା । ଓଡ଼ିଶା ବିଜେପିର ଅଭ୍ୟାସଗତ ତ୍ରୁଟି ରହିଛି । ଏହି ଅଭ୍ୟାସଗତ ତ୍ରୁଟି ହେଉଛି, ଯେତେବେଳେ ନିର୍ବାଚନ ଆସେ ସେତେବେଳେ ନିର୍ବାଚନ ହାରିବା ଜାଣି ସରକାରୀ ଅଧିକାରୀମାନଙ୍କୁ ବିରୋଧ କରନ୍ତି । ବିରୋଧ କରିବାର ପ୍ରକ୍ରିୟା ଓ ଅଭ୍ୟାସ ବିଜେପିର ରହିଛି । ଏହା ଗତକାଲି କି ଆଜିର ଅଭ୍ୟାସ ନୁହେଁ । ୨୦୧୯ ଓ ତା' ପରେ ଅନୁଷ୍ଠିତ ସବୁ ଉପନିର୍ବାଚନରେ ବିଜେପି ଏମିତି ଅଭିଯୋଗ କରିଛି । ୨୦୧୯ ନିର୍ବାଚନରେ ଯେତେବେଳେ ବିଜେପିକୁ ସ୍ପଷ୍ଟ ଭାବେ ଜଣାପଡିଗଲା ସେମାନେ ହାରିବାକୁ ଯାଉଛନ୍ତି । ସେତେବେଳେ ସେମାନେ ସରକାରୀ ଅଧିକାରୀଙ୍କୁ ବିରୋଧ କରିବା ଆରମ୍ଭ କରୁଥିଲେ । ଏବେ ମଧ୍ୟ ସେହିପରି ଅବସ୍ଥା ଦେଖିବାକୁ ମିଳୁଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନେତା କିଛି ନୂଆ କରିବାକୁ ଚେଷ୍ଟା କରୁଛନ୍ତି । ଏଥର ବିଜେପି ନେତା କେବଳ ଅଧିକାରୀଙ୍କୁ ବିରୋଧ କରୁନାହାନ୍ତି ବରଂ ସରକାରୀ ଅଧିକାରୀଙ୍କୁ ସିଧାସଳଖ ଫୋନ କରି ଧମକ ଚମକ ଦେବା ଆରମ୍ଭ କରିଛନ୍ତି । ବିଡ଼ିଓ, ତହସିଲଦାର, ଡିଏସପି, ସିଡିପିଓ, ଆଇଆଇସିଙ୍କୁ ଫୋନ କରି ଧମକ ଦେଉଛନ୍ତି ବିଜେପି ନେତା । ବିଜେପି ନେତା ଧମକ ଦେଇ କହୁଛନ୍ତି ଯେ, ଆମକୁ ସମର୍ଥନ କର । ନଚେତ ହଇରାଣ ହେବ । ନିର୍ବାଚନ କମିଶନଙ୍କ ନାଁକୁ ଅପବ୍ୟବହାର କରି ବିଜେପି ନେତୃବୃନ୍ଦ ସରକାରୀ ଅଧିକାରୀଙ୍କୁ ଧମକ ଦେଉଛନ୍ତି । କହୁଛନ୍ତି ଆମ ଲାଇନରେ କାମ କର । ନହେଲେ ବଦଳି ହେବ । ଯେତେବେଳେ ହତାଶ ନିରାଶ ହୁଅନ୍ତି ସେତେବେଳେ ଓଡ଼ିଶା ବିଜେପି ଏଭଳି ପନ୍ଥା ଆପଣାଇଥାଏ।"
ECIଙ୍କ ଦ୍ୱାରସ୍ଥ ହେଲା ବିଜେଡି, ସରକାରୀ ଅଧିକାରୀଙ୍କୁ ବିଜେପି ନେତା ଧମକାଉଥିବା ଅଭିଯୋଗ - BJD Alleges Over Threatening - BJD ALLEGES OVER THREATENING
BJD Alleges Over Threatening: ରାଜ୍ୟ ବିଜେପି ନାଁରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେଡି । ସରକାରୀ ଅଧିକାରୀମାନଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ଆଣିଛି ଦଳ । ଅଧିକ ପଢନ୍ତୁ
Published : Apr 8, 2024, 9:42 PM IST
ନିକଟରେ ନିର୍ବାଚନ ଆୟୋଗ ୬ ଆଇପିଏସ ଓ ୨ ଆଇଏଏସଙ୍କୁ ବଦଳି କରାଇଛନ୍ତି । ଯାହାର ଉଦାହରଣ ଦେଇ ବିଜେପି ନେତା ରାଜ୍ୟର ସରକାରୀ ଅଧିକାରୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ଆଣିଛି ବିଜେଡି । "ନିର୍ବାଚନ ଆୟୋଗଙ୍କ ନାଁକୁ ଅପବ୍ୟବହାର କରି ବିଜେପି ନେତା ଏପରି କରୁଛନ୍ତି । ଏହା ଆଦର୍ଶ ଆଚରଣ ବିଧିର ଉଲଂଘନ । ପୂର୍ବରୁ ଏମିତି କେବେ ହୋଇନଥିଲା । ଏନେଇ ବିଜେଡି ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି । ଆମର ନିର୍ବାଚନ ଆୟୋଗଙ୍କ ଉପରେ ଭରସା ଅଛି । ନିର୍ବାଚନ ଆୟୋଗ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବେ । ବିଜେପି ନେତାମାନେ ଏଭଳି ନିନ୍ଦନୀୟ କାର୍ଯ୍ୟରୁ ନିବୃତ୍ତ ରହିବେ" ବୋଲି କହିଛନ୍ତି ସମ୍ବିତ ପାତ୍ର ।
ଇଟିଭି ଭାରତ, ଭୁବନେଶ୍ବର