ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଅରୁଣଙ୍କୁ ଚିଠି; ଆଦର୍ଶ ବିଦ୍ୟାଳୟରୁ ହଟୁ ବିଧାୟକ-ସାଂସଦଙ୍କ କୋଟା - REMOVE QUOTA SYSTEM

ଆଦର୍ଶ ବିଦ୍ୟାଳୟରୁ ବିଧାୟକ ସାଂସଦଙ୍କ କୋଟା ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ବିଧାୟକ ଅରୁଣ ସାହୁ ।

REMOVE QUOTA SYSTEM
REMOVE QUOTA SYSTEM (ETV BHARAT ODISHA)
author img

By ETV Bharat Odisha Team

Published : Jan 16, 2025, 11:01 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ । ଆଦର୍ଶ ବିଦ୍ୟାଳୟରୁ ବିଧାୟକ, ସାଂସଦଙ୍କ ଲାଗି ଥିବା କୋଟା ହଟାଇବା ପାଇଁ ଚିଠିରେ ଦାବି କରିଛନ୍ତି ଅରୁଣ । କୋଟା ବ୍ୟବସ୍ଥା ଯୋଗୁଁ ଶୈକ୍ଷିକ ପରିବେଶ ନଷ୍ଟ ସହ ପାଠପଢାରେ ପାତର ଅନ୍ତର ହେଉଛି ବୋଲି ଅରୁଣ ଚିଠିରେ ଅଭିଯୋଗ କରିଛନ୍ତି । ଅରୁଣଙ୍କ ଅଭିଯୋଗକୁ ନେଇ ବିଭାଗ ସହ ଆଲୋଚନା କରି ପଦକ୍ଷେପ ପାଇଁ ବିଚାର କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

  • କଣ ଅରୁଣଙ୍କ ଦାବି:-

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ରାଜ୍ୟରେ ସ୍କୁଲ ଶିକ୍ଷାର ମାନ ଉନ୍ନତି ସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ପ୍ରତ୍ୟେକ ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଛି । ଏହି ବିଦ୍ୟାଳୟରେ ସଂପୃକ୍ତ ବ୍ଳକର ମେଧାବୀ ବିଦ୍ୟାର୍ଥୀ ମାନେ ବିନା ଦ୍ଵିଗ୍ଧାରେ ପ୍ରବେଶିକା ପରୀକ୍ଷାରେ ନିଜର ସାମର୍ଥ୍ୟ ଅନୁସାରେ ପ୍ରସ୍ତୁତ ପୂର୍ବକ କୃତକାର୍ଯ୍ୟ ହୋଇ ଅଧ୍ୟୟନ ନିମନ୍ତେ ପ୍ରବେଶ କରିପାରୁଛନ୍ତି । ଏମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ସହିତ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସଂପୂର୍ଣ୍ଣ ଆସ୍ଥା ସହିତ ପ୍ରତିଯୋଗୀତାରେ ଏକ ଦକ୍ଷ ପ୍ରତିଯୋଗୀ ଭାବେ ଭୂମିକା ନିର୍ବାହ କରିବାରେ ସକ୍ଷମ ହୋଇପାରୁଛନ୍ତି । ପରବର୍ତ୍ତୀ ସମୟରେ ସେମାନେ ଅନ୍ଯ ବିଦ୍ୟାର୍ଥୀମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ଭାବେ କାର୍ଯ୍ୟ କରିବେ ।"

REMOVE QUOTA SYSTEM (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-NEP-2020 ଲାଗୁ ପରେ ୫ ବର୍ଷରୁ କମ ବୟସ୍କ ଯିବେ ‘ବାଳବାଟିକା’, ଜାଣନ୍ତୁ କ’ଣ ବଦଳିବ ? - NEP 2020 IN ODISHA

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ଲାଗୁ ହେବ ‘ଜାତୀୟ ଶିକ୍ଷା ନୀତି’: ଜାରି ହେଲା ବିଜ୍ଞପ୍ତି - NATIONAL EDUCATION POLICY 2020

  • ରହିଛି ବିଧାୟକ ଓ ସାଂସଦଙ୍କ 2ଟି ଲେଖାଏଁ କୋଟା

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ଆଦର୍ଶ ବିଦ୍ୟାଳୟ 316 ରହିଛି । ସେଥିରେ ବିଧାୟକ ଓ ସାଂସଦଙ୍କ 2ଟି ଲେଖାଏଁ କୋଟା ରହିଛି । ଯେତେବେଳେ ନୟାଗଡ ବ୍ଲକ ଆଦର୍ଶ ବିଦ୍ୟାଳୟରେ ଓଡ଼ିଶାରେ ଲଗାତାର ଭାବେ କିଛି ବର୍ଷ ହେବ ପ୍ରଥମ ସ୍ଥାନରେ ରହୁଥିଲା । ଯେତେବେଳେ ମୁଁ ଦେଖିଲି ରେଜଲ୍ଡ ଦ୍ବିତୀୟକୁ ଖସି ଆସିଲା ସେନେଇ ମୁଁ ପ୍ରିନ୍ସିପାଲଙ୍କୁ କାରଣ ପଚାରିଥିଲି । ସେ କହିଲେ ବିଧାୟକଙ୍କ ନିର୍ଦ୍ଦେଶରେ ଯେଉଁମାନେ ଆସୁଛନ୍ତି ସେମାନେ ଏଣ୍ଟ୍ରାନ୍ସରେ ଭଲ କରିନଥାନ୍ତି ସେମାନଙ୍କ କେୟାର ନେବାରେ ଆମକୁ ସମସ୍ୟା ହେଉଛି । ତେଣୁ ମୁଁ ଚିଠି ଲେଖି ଏହି କୋଟା ସିଷ୍ଟମ ହଟାଇବାକୁ କହିଛି । ସାଧାରଣ ଛାତ୍ରମାନେ ପ୍ରବେଶିକା ପରୀକ୍ଷା ଦ୍ବାରା ଅଧ୍ୟୟନ ନିମନ୍ତେ ଉତୀର୍ଣ୍ଣ ହେଉଥ‌ିବା ସ୍ଥଳେ ସୁପାରିଶ କରିବା ଦ୍ୱାରା ପାତରଅନ୍ତର ହେଲା ଭଳି ଅନୁଭବ ହେଉଛି । ବିଦ୍ୟାଳୟର ପ୍ରବେଶ ପ୍ରକ୍ରିୟାକୁ ଆହୁରି ଉତ୍ତରଦାୟୀ କରିବା ପାଇଁ ଆମ ଉପରେ ନ୍ୟସ୍ତ ହୋଇଥ‌ିବା ବିଶେଷ ଅଧିକାରକୁ ପ୍ରତ୍ୟାହାର କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଛି । ଏ ବାବଦରେ ପୂର୍ବ ସରକାରଙ୍କୁ ମଧ୍ଯ ଅନୁରୋଧ କରିଛି ।"

ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ସାଂସଦ ଓ ବିଧାୟକ କୋଟା ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଚିଠି ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, "ଏ ନେଇ ବିଭାଗ ସହ ଆଲୋଚନା କରି ପଦକ୍ଷେପ ନେବା ପାଇଁ ବିଚାର କରିବି । ଆଦର୍ଶ ବିଦ୍ୟାଳୟରେ ଭଲ ରେଜଲ୍ଟ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଯୋଜନା ହେଉଛି । ଶିକ୍ଷକ ଅଭାବ ଦୂର କରିବାକୁ TGT PGT ଶିକ୍ଷକ ଦିଆଯାଉଛି । 16009 କନିଷ୍ଠ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ 28 ହଜାର ଶିକ୍ଷକ ନିଯୁକ୍ତି ଦେବେ ସରକାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.