ETV Bharat / state

ଭାରତ ସରକାରଙ୍କ କ୍ୟାଲେଣ୍ଡର ପ୍ରଥମ ପୃଷ୍ଠାରେ ଚମକିଲେ ଓଡ଼ିଆ ବୃଦ୍ଧା, ଦିନେ ପାଦ ଛୁଇଁଥିଲେ ପ୍ରଧାନମନ୍ତ୍ରୀ - ODISHA WOMAN FEATURED 1ST PAGE

ପୁଣି ଚର୍ଚ୍ଚାରେ ତୁଳା ମାଉସୀ । ଭିକ୍ଷା ରାଶିରୁ ମନ୍ଦିରକୁ ଦାନ କରିଥିଲେ ଲକ୍ଷେ ଟଙ୍କା, ନିର୍ବାଚନୀ ସଭା ମଞ୍ଚରେ ପାଦ ଛୁଇଁଥିଲେ ପ୍ରଧାନମନ୍ତ୍ରୀ ।

Odisha woman featured 1st page
Odisha woman featured 1st page (ETV Bharat Odisha)
author img

By ETV Bharat Odisha Team

Published : Jan 16, 2025, 9:44 PM IST

ବ୍ରହ୍ମପୁର/ଫୁଲବାଣୀ: ଭାରତ ସରକାରଙ୍କ ନୂତନ ବର୍ଷ-୨୦୨୫ କ୍ୟାଲେଣ୍ଡରରେ ସ୍ଥାନ ପାଇଛନ୍ତି ଓଡ଼ିଆ ମହିଳା ତୁଳା ମାଉସୀ । କ୍ୟାଲେଣ୍ଡରର ‘ଜନ ଭାଗିଦାରୀରେ ଜନମଙ୍ଗଳ’ ଶୀର୍ଷକ ପ୍ରଥମ ପୃଷ୍ଠାରେ ମୋଟ 12ଟି ଫଟୋ ସ୍ଥାନ ପାଇଥିବା ବେଳେ ପ୍ରଥମରେ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା । କି’ଏ ଏହି ତୁଳା ମାଉସୀ ? କିପରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ, ଆସନ୍ତୁ ଜାଣିବା ।

  • ନୂଆ କ୍ୟାଲେଣ୍ଡରରେ ଚମକିଲେ ଓଡ଼ିଆ ମହିଳା :

ନୂତନ ବର୍ଷ-୨୦୨୫ କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ତୁଳା ମାଉସୀଙ୍କ ଫଟୋ । ଭାରତ ସରକାରଙ୍କ ନୂତନ ବର୍ଷର କ୍ୟାଲେଣ୍ଡରରେ ସ୍ଥାନ ପାଇଛି ୧୨ଟି ଫଟୋ । ସେଥିମଧ୍ୟରେ କନ୍ଧମାଳର ଦାନୀ ଭିକ୍ଷୁକ ତୁଳା ମାଉସୀ କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥିବା ଦେଖିବାକୁ ମିଳିଛି । ଜାନୁଆରୀ ମାସର ପୃଷ୍ଠାରେ ପ୍ରଧାନମନ୍ତ୍ରୀଙ୍କ ସହିତ ତୁଳା ମାଉସୀ କଥାବାର୍ତ୍ତା ହେଉଥିବା ଫଟୋ ସ୍ଥାନୀତ ହେବା ନେଇ ଏବେ ସବୁଠି ଚର୍ଚ୍ଚା । କହି ରଖୁଛୁ, ଗତ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ତୁଳା ମାଉସୀଙ୍କୁ ଭେଟିବା ସହ ମଞ୍ଚରେ ପାଦ ଛୁଇଁ ପ୍ରଣାମ କରିଥିଲେ ଓ ଉତ୍ତରୀୟ ଦେଇ ସମ୍ମାନିତ ମଧ୍ୟ କରିଥିଲେ ।

Odisha woman featured 1st page (ETV Bharat Odisha)
  • କାହିଁକି ତୁଳା ମାଉସୀଙ୍କ ପାଦ ଛୁଇଁଥିଲେ ପ୍ରଧାନମନ୍ତ୍ରୀ ?

ବୃଦ୍ଧା ତୁଳା ବେହେରା ଭିକ୍ଷାବୃତ୍ତି କରି ଚଳନ୍ତି । ସ୍ଥାନୀୟ ଅଞ୍ଚଳରେ ନିର୍ମିତ ହୋଇଥିବା ଜଗନ୍ନାଥ ମନ୍ଦିରକୁ ସେ ଜୀବନବ୍ଯାପୀ ଅର୍ଜିଥିବା ଅର୍ଥ ୧ ଲକ୍ଷ ଟଙ୍କା ଦାନ କରିଥିଲେ । ଗତବର୍ଷ ମେ ମାସ ୧୧ ତାରିଖରେ ଆୟୋଜିତ ‘ବିଜୟ ସଙ୍କଳ୍ପ ସମାବେଶ’ର ନିର୍ବାଚନୀ ପ୍ରଚାର ପାଇଁ ଫୁଲବାଣୀ ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ସମୟରେ ୭୦ ବର୍ଷୀୟ ତୁଳା ମାଉସୀଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ସଭା ମଞ୍ଚରେ ସାକ୍ଷାତ କରି ଆଲୋଚନା କରିବା ସହିତ ପାଦ ଛୁଇଁ ପ୍ରଣାମ କରିଥିଲେ ପ୍ରଧାନମନ୍ତ୍ରୀ । ସେହି ସମୟରେ ଉଠାଯାଇଥିବା ଫଟୋ କ୍ୟାଲେଣ୍ଡରରେ ସ୍ଥାନୀତ କରାଯାଇଛି । ଚଳିତବର୍ଷ ଭାରତ ସରକାରଙ୍କ ନୂତନ ବର୍ଷ-୨୦୨୫ କ୍ୟାଲେଣ୍ଡରକୁ ଗତ ୬ ତାରିଖ ଦିନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି । ସେଥିରେ ରହିଥିବା ପ୍ରଥମ ପୃଷ୍ଠାର (Public Welfare through Jan Bhagidari) ରେ ଓଡିଶାର କନ୍ଧମାଳ ଜିଲ୍ଲାର ଦାନୀ ଭିକ୍ଷୁକ ତୁଳା ବେହେରାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖାଯାଇଛି । ତୁଳା ମାଉସୀଙ୍କୁ ମଞ୍ଚକୁ ନେବାରେ ସହଯୋଗ କରିଥିବା ସ୍ଥାନୀୟ ବିଜେପିର ବରିଷ୍ଠ ନେତା ରମେଶ ଚନ୍ଦ୍ର ମହାନ୍ତିଙ୍କ ଫଟୋ ମଧ୍ୟ ଏହି ପୃଷ୍ଠାରେ ରହିଛି ।

Odisha woman featured 1st page
Odisha woman featured 1st page (Govt Of India)

ଏହା ବି ପଢନ୍ତୁ...କମଳା ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ମୋଦି - Kamala send Rakhi to Modi

ଏହା ବି ପଢନ୍ତୁ...ବର୍ଜ୍ୟବସ୍ତୁ ସଂଗ୍ରହରୁ ମନ କି ବାତ, କେନ୍ଦ୍ରାପଡାର କମଳା ଯିବେ ଦିଲ୍ଲୀ

  • ସେଦିନ କଥା ମନେ ପକାଇଲେ ତୁଳା

ଫୁଲବାଣୀର ବୃଦ୍ଧା ଜଣଙ୍କ ଏହି ଖବର ଜାଣିବା ପରେ କହିଛନ୍ତି, 'ମୁଁ ବହୁତ ଖୁସି' । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୁଲବାଣୀ ଗସ୍ତ ସମୟର କଥାକୁ ମନେ ପକାଇ ସେ କହିଛନ୍ତି, "ସେଦିନ ସାଥୀ ହୋଇ ଫଟୋ ଉଠାଇଲୁ, ମୋତେ ସେ ମୁଣ୍ଡିଆ ମାରିଲେ । ମୁଁ ତାଙ୍କ ମୁଣ୍ଡ ଆଉଁସିଦେଲି । ମୋତେ ହିନ୍ଦୀରେ କଥା କହି ଦେଉଥାନ୍ତି, ମୁଁ ବୁଝିପାରିଲି ନାହିଁ ।" ସେହି କଥାକୁ ପାଖରେ ଠିଆ ହୋଇଥିବା ସ୍ଥାନୀୟ ବ୍ୟକ୍ତି ବନ କହିଲା ବୋଲି କହିଛନ୍ତି ତୁଳା ମାଉସୀ । ସେ ଆହୁରି କହିଛନ୍ତି, "ମୋବାଇଲ ଏବଂ ଟିଭିରେ ଏହି ସମସ୍ତ ବିଷୟ ଆସୁଥିବା ଶୁଣିକି ମୋର ମନ ବହୁତ ଖୁସି ହୋଇଯାଉଛି । ପ୍ରଧାନମନ୍ତ୍ରୀ ମା’ ବୋଲି ସମ୍ୱୋଧନ କରିଥିଲେ । କ’ଣ ଇଚ୍ଛା ରହିଛି ବୋଲି ପଚାରିଲେ । ମୁଁ କହିଲି, କିଛି ଦରକାର ନାହିଁ ।"

ଇଟିଭି ଭାରତ, ବ୍ରହ୍ମପୁର/ଫୁଲବାଣୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.