ଓଡିଶା

odisha

ETV Bharat / politics

କଳାହାଣ୍ଡିରେ କଂଗ୍ରେସର ରଣହୁଙ୍କାର, ସାମିଲ ହେଲେ ବଳଭଦ୍ର - kalahandi news

Bharat Jodo Nyay Yatra: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଶକ୍ତ ହେଉଛି କଂଗ୍ରେସ । ଆଜି କଳାହାଣ୍ଡିରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ଟାର୍ଗେଟ କରିଛି ଦଳ । ଏଥର ୯ ରୁ ୯୦ହେବ କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି ।

କଳାହାଣ୍ଡିରେ କଂଗ୍ରେସର ରଣ ହୁଙ୍କାର , ସାମିଲ ହେଲେ ବଳଭଦ୍ର
କଳାହାଣ୍ଡିରେ କଂଗ୍ରେସର ରଣ ହୁଙ୍କାର , ସାମିଲ ହେଲେ ବଳଭଦ୍ର

By ETV Bharat Odisha Team

Published : Jan 24, 2024, 10:54 PM IST

କଳାହାଣ୍ଡିରେ କଂଗ୍ରେସର ରଣ ହୁଙ୍କାର , ସାମିଲ ହେଲେ ବଳଭଦ୍ର

ଭବାନୀପଟଣା:ଆଜି କଳାହାଣ୍ଡି ଜିଲ୍ଲାରୁ ନିର୍ବାଚନୀ ରଣହୁଙ୍କାର ଦେଇଛି କଂଗ୍ରେସ । ଆଜି ଶକ୍ତି ପ୍ରଦର୍ଶନ କରିଛି ଦଳ । ସଭା ମଞ୍ଚରୁ ସିଧାସଳଖ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଶ୍ଵବିଦ୍ୟାଳୟ ପଡିଆଠାରେ କଂଗ୍ରେସର ହୁଙ୍କାର ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଦଳ ବହୁ ପଦାଧିକାରୀ ଯୋଗ ଦେଇଥିବାବେଳେ ବିଜେଡ଼ି ଝାଡି କଂଗ୍ରେସରେ ଯୋଗଦେଇଛନ୍ତି ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ।

ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ବିଶ୍ଵବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ବଳଭଦ୍ର ମାଝୀ କଂଗ୍ରେସରେ ଯୋଗଦାନ କରିଥିବାବେଳେ ଆସନ୍ତା ଦିନରେ ଦଳ ଯେଉଁ ଦାୟିତ୍ବ ଦେବା ତାହା ସୂଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି ।

ସେପଟେ ରାଜ୍ୟ ପ୍ରଭାରୀ ସିଧାସଳଖ ଭିକେ ପାଣ୍ଡିଆନକୁ ବିରୋଧ କରିବା ସହ ପାଣ୍ଡିଆନ ବେକ୍ କରିବ ଓ କଂଗ୍ରେସ ଫେରିବ ବୋଲି କହିଥିଲେ । ଆସନ୍ତା ଦିନରେ ଓଡ଼ିଶାରେ କଂଗ୍ରେସ ସରକାର କରିବା ସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସରକାରଙ୍କୁ କାଠ ଗଢାକୁ ଟାଣିବା ବୋଲି ପ୍ରକାଶ କରିଛନ୍ତି ।

ସେହିପରି ଶରତ ପଟ୍ଟନାୟକ କହିଛନ୍ତି ,"ରାହୁଲ ଗାନ୍ଧୀ ଓଡିଶା ୪ ଦିନ ପାଇଁ ଆସୁଛନ୍ତି । ଏଥିପାଇଁ କର୍ମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ଜାଣି ସାରିଲେଣି ବିଜେପି ଏବଂ ବିଜେଡି ସରକାର ଯାହା ଦୁର୍ନିତି କରୁଛନ୍ତି । ନବୀନ ପଟ୍ଟନାୟକ ୨୪ ବର୍ଷ ଭିତରେ ରାଜ୍ୟରୁ ଦରିଦ୍ର କରିଦେଇଛନ୍ତି । ପରିବର୍ତ୍ତନର ସ୍ବର ଆରମ୍ଭ ହୋଇଛି । ଏଥର ସରକାର ପରିବର୍ତ୍ତନ ନିଶ୍ଚିତ । ୯ ରୁ ୯୦ ହେବ କଂଗ୍ରେସ ସରକାକ ଗଠନ କରିବ ।"

ଏହା ମଧ୍ୟ ପଢନ୍ତୁ ....କଂଗ୍ରେସକୁ ଫେରିବେ ଶ୍ରୀକାନ୍ତ ! କହିଲେ ଦଳ ନଡାକିଲେ ବି କରୁଛି ପ୍ରଚା

ଏହା ମଧ୍ୟ ପଢନ୍ତୁ.....ହିନ୍ଦୁମାନେ ବିଜେପି ହିନ୍ଦୁ ଓ ସନାତନୀ ହିନ୍ଦୁ ଭାବେ ଦୁଇ ଭାଗରେ ବାଣ୍ଟି ହୋଇଛନ୍ତି: ଅଜୟ କୁମାର

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶା ରାଜ୍ୟ ପ୍ରଭାରୀ ଅଜୟ କୁମାର, ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଖଡ଼ିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୋଜା, ବରିଷ୍ଟ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ସମେତ ରାଜ୍ୟ ଅନେକ ବରିଷ୍ଟ କଂଗ୍ରେସ ନେତା ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details