ଓଡିଶା

odisha

ETV Bharat / politics

ବାରବାଟୀ ଷ୍ଟାଡିୟମ ନବୀକରଣ ବିବାଦ, ପୁଣି ରାଜ୍ୟ ସରକାରଙ୍କୁ ମେୟରଙ୍କ ପ୍ରଶ୍ନବାଣ - Barabati Stadium Redevelopment

Barabati Stadium Redevelopment Controversy: ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଲାଗି ରହିଛି ବିବାଦ । କେବେ କାମ ଆରମ୍ଭ ହେବ ବୋଲି ପ୍ରଶ୍ନ କରିଛନ୍ତି କଟକ ମେୟର ସୁବାସ ସିଂ? ପୂର୍ବରୁ ମଧ୍ୟ ସୁବାସ ଓ OCA ସମ୍ପାଦକଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା । ପଢନ୍ତୁ ପୂରା ଖବର ।

Barabati Stadium Redevelopment
Barabati Stadium Redevelopment (ETV Bharat Odisha)

By ETV Bharat Odisha Team

Published : Aug 4, 2024, 6:00 PM IST

କଟକ: ବାରବାଟୀ ଷ୍ଟାଡିୟମର ନବୀକରଣ ଓ ଏହାକୁ ବିଶ୍ବସ୍ତରୀୟ ସ୍ପୋର୍ଟସ କମ୍ପ୍ଲେକ୍ସରେ ପରିଣତ କରିବା ନେଇ ଲାଗିରହିଛି ବିବାଦ । ପୂର୍ବରୁ ମଧ୍ୟ ସୁବାସ ଓ OCA ସମ୍ପାଦକଙ୍କ ମଧ୍ୟରେ ବାକ ଯୁଦ୍ଧ ଦେଖିବାକୁ ମିଳିଥିଲା । ଆଜି କଟକ ମେୟର ସୁବାସ ସିଂ ରାଜ୍ୟ ସରକାରଙ୍କୁ ଏନେଇ ସିଧା ପ୍ରଶ୍ନ କରିଛନ୍ତି ।

Barabati Stadium Redevelopment (ETV Bharat Odisha)

ରାଜ୍ୟ ସରକାରଙ୍କୁ ମେୟରଙ୍କ ପ୍ରଶ୍ନ:

ମେୟର କହିଛନ୍ତି, "ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବାରବାଟୀ ଷ୍ଟାଡିୟମର ନବୀକରଣ ହେବ କି ନାହିଁ ? ଏହାକୁ କୋଟି କୋଟି କ୍ରୀଡାପ୍ରେମୀ ଅପେକ୍ଷା କରିଛନ୍ତି । ପୂର୍ବ ସରକାର ବାରବାଟୀ ଜମି ଲିଜକୁ ରିନ୍ୟୁଆଲ କରିଥିଲେ । ଏପରିକି ବାରବାଟୀ ଷ୍ଟାଡିୟମର କାମ ପାଇଁ ଯୋଜନା କରିଥିଲେ । ବର୍ତ୍ତମାନର ସରକାର ଏଥିରୁ ଓହରି ଯାଉଛନ୍ତି ।"

'ଅର୍ଥ ମଞ୍ଜୁର ହୋଇନାହିଁ'

ପୂର୍ବରୁ ମଧ୍ୟ ବାରବାଟୀ ଷ୍ଟାଡିୟମ ନବୀନକରଣ ବିବାଦକୁ ନେଇ ମେୟରଙ୍କ ମତ ଭୁଲ ବୋଲି କହିଥିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସେ କହିଥିଲେ, "ଓଡିଶା ଅଲିମ୍ପିକ ସଙ୍ଘ ସମ୍ପାଦକ ଅଭିଜିତ ପାଲ ଏବଂ ଓଡିଶା କ୍ରିକେଟ ସଙ୍ଘ ସମ୍ପାଦକ ସଞ୍ଜୟ ବେହେରା ଏନେଇ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଠବିସିସିଆଇ, ରାଜ୍ୟ ସରକାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓସିଏ, ଓଓଏ ସଦସ୍ୟ ଆଲୋଚନା କରିଛନ୍ତି । ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ଦିଗରେ ରାଜ୍ୟ ସରକାର ଓ କେନ୍ଦ୍ରମନ୍ତ୍ରୀ ଚେଷ୍ଟା ଚଳାଇଛନ୍ତି । ଆଗାମୀ ଦିନରେ ଉଭୟ କ୍ରୀଡା ସଙ୍ଘର କର୍ମକର୍ତ୍ତା ଆଲୋଚନା କରି ବାରବାଟୀର ନବୀକରଣ ଦିଗରେ ପଦକ୍ଷେପ ନେବେ । ବାରବାଟୀ ଷ୍ଟାଡିୟମର ବିକାଶ ପାଇଁ କୌଣସି ଅର୍ଥ ମଞ୍ଜୁର ହୋଇନାହିଁ । କୌଣସି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇନାହିଁ ।"

ଏହା ବି ପଢନ୍ତୁ...ମେୟରଙ୍କ 7ଶହ କୋଟି ବ୍ୟୟବରାଦ କଥା ମିଛ ! ବାରବାଟୀ ନବୀକରଣ ପାଇଁ କୌଣସି ଚୁକ୍ତି ହୋଇନଥିବା କହିଲା OCA - Barabati stadium issue

'DPR ପ୍ରସ୍ତୁତ ସରିଛି'

"ଓସିଏ ତରଫରୁ ଏକ ବିଦେଶୀ କମ୍ପାନୀକୁ ଡିପିଆର ପ୍ରସ୍ତୁତ ପାଇଁ ପ୍ରସ୍ତାବ ଦିଆଯାଇଛି । ୩ ପ୍ରକାରର ପ୍ରସ୍ତାବ ଆସିବା ପରେ ଓସିଏ ତରଫରୁ ତାକୁ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବାରବାଟୀର ନବୀକରଣ ବାଟ ଫିଟିବ" ବୋଲି କହିଥିଲେ ଓସିଏ ସମ୍ପାଦକ । ତେବେ ବାରବାଟୀକୁ ନେଇ ପୂର୍ବରୁ ବିଭିନ୍ନ ଲୋକ ଭିନ୍ନ ମତ ଦେଇଛନ୍ତି । ଏଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ ଓସିଏ ସମ୍ପାଦକ । ଅପରପକ୍ଷରେ ବାରବାଟୀର ମର୍ଯ୍ୟାଦା ଓ ମାନ୍ୟତା ବଜାୟ ରଖିବା ଦିଗରେ ଓଓଏ ଏବଂ ଓସିଏ ପ୍ରଚେଷ୍ଟା ଜାରି ରଖିବ ବୋଲି ଭରସା ଦେଇଥିଲେ ଓଓଏ ସମ୍ପାଦକ ଅଭିଜିତ ପାଲ ।

ନିଆଁରେ ଘିଅ ଢାଳିଲେ ମେୟର:

ଅପରପକ୍ଷେ, ଆଜି ମେୟର ସିଧାସଳଖ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି, "ଷ୍ଟାଡିୟମର ଉନ୍ନତି ହେବ ନାଁ ନାହିଁ?" ତେଣୁ ଏହି ବିବାଦରେ ପୂର୍ଣଚ୍ଛେଦ ନପଡୁଣୁ ପୁଣି ନିଆଁରେ ଘିଅ ଢାଳିଛନ୍ତି ମେୟର ବୋଲି ଚର୍ଚ୍ଚା ହେଉଛି ।


ଇଟିଭି ଭାରତ, କଟକ

ABOUT THE AUTHOR

...view details