ଓଡିଶା

odisha

ETV Bharat / politics

ସମୟ ଗଡୁଛି ଉତ୍କଣ୍ଠା ବଢୁଛି, ଖୋର୍ଦ୍ଧାରେ ଛିଣ୍ଡୁନି ବିଜେପି-ବିଜେଡି ଅଙ୍କ - Odisha Assembly Election 2024 - ODISHA ASSEMBLY ELECTION 2024

Khordha Assembly Constituency: ପାଖଉଛି ବିଧାନସଭା ନିର୍ବାଚନ । ହେଲେ ଏବେ ବି ଖୋର୍ଦ୍ଧା ଆସନ ପାଇଁ ଚୂଡାନ୍ତ ହୋଇପାରୁନି ବିଜେଡି ଓ ବିଜେଡି ପ୍ରାର୍ଥୀ । ଯାହାକୁ ନେଇ ଚିନ୍ତାରେ ଉଭୟ ଦଳର ଆଶାୟୀ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 27, 2024, 12:40 PM IST

Updated : Apr 27, 2024, 2:14 PM IST

ସମୟ ଗଡୁଛି ଉତ୍କଣ୍ଠା ବଢୁଛି, ଖୋର୍ଦ୍ଧାରେ ଛିଣ୍ଡୁନି ବିଜେପି-ବିଜେଡି ଅଙ୍କ

ଖୋର୍ଦ୍ଧା:ଜୋରଦାର କ୍ୟାମ୍ପେନ ସହିତସବୁଆଡେ ଏବେ ରାଜନୀତି ସରଗରମ । ଯେଉଁଠି ଦେଖିବେ ନିର୍ବାଚନୀ ଚର୍ଚ୍ଚା । ଏସବୁ ଭିତରେ ବେଶୀ ଚର୍ଚ୍ଚା ହେଉଛି ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ । ଏହି ନିର୍ବାଚନ ମଣ୍ଡଳୀ ପାଇଁ କୁଆଡେ ଅଡୁଆ ହୋଇଛି ବିଜେଡି ଓ ବିଜେପି ଅଙ୍କ । ସେଥିପାଇଁ ଏଯାବତ୍ ଉଭୟ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରୁ ନଥିବା ଚର୍ଚ୍ଚା ହେଉଛି । ଦିନ ପରେ ଦିନ ଗଡି ଚାଲିଛି, କିନ୍ତୁ ଖୋର୍ଦ୍ଧା ଗଣିତ ଜଟିଳ ହେବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଉଭୟ ବିଜେଡି ବିଜେପିର ଆଶାୟୀ ଓ କର୍ମୀ ।

ଖୋର୍ଦ୍ଧା ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଖୋର୍ଦ୍ଧା ଓ ଟାଙ୍ଗି ବ୍ଲକ ସହ ମ୍ୟୁନିସିପାଲଟି ମିଶି ରହିଛି । ଗତ ନିର୍ବାଚନରେ ବିଜୁ ଜନତା ଦଳରୁ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଭାରତୀୟ ଜନତା ପାର୍ଟିର କାଳୁ ଚରଣ ଖଣ୍ଡାୟତରାୟଙ୍କୁ ପାଖାପାଖି 10 ହାଜର ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଜିତୁ ମିତ୍ର 84,553 ଖଣ୍ଡ ଭୋଟ ପାଇଥିବା ବେଳେ କାଳୁ ଖଣ୍ଡାୟତରାୟଙ୍କୁ 74,510 ଖଣ୍ଡ ଭୋଟ ମିଳିଥିଲା । ଚଳିତ ନିର୍ବାଚନ ପାଇଁ ସବୁ ଦଳରେ ଏକାଧିକ ଆଶାୟୀ ଆଶାବାନ୍ଧି ବସିଛନ୍ତି । ବିଜେଡିର ରାଜ୍ୟ ବରିଷ୍ଠ ଉପସଭାନେତ୍ରୀ ବାସନ୍ତି ମହାପାତ୍ର ସଂଗଠନ ସହ ଜଡିତ ରହି ଟିକଟ ଆଶାୟୀ ଥିବାବେଳେ, ରାଜେନ୍ଦ୍ର ସାହୁ ବି ଖୋର୍ଦ୍ଧା ପାଇଁ ଦୃଢ ଦାବି କରୁଥିବା ଚର୍ଚ୍ଚା ହେଉଛି । ସେପଟେ ବିଧାୟକ ଜିତୁ ମିତ୍ର ଆଶାୟୀ ତାଲିକାରେ ଆଗରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁର ଲୋକସଭାରେ ବଦଳିବେ କଂଗ୍ରେସ ପ୍ରାର୍ଥୀ, ଚର୍ଚ୍ଚାରେ ନଗେନ୍ଦ୍ରଙ୍କ ନାଁ ! - Sambalpur Lok Sabha

ସେହିପରି ବିଜେପିରୁ କାଳୁ ଖଣ୍ଡାୟତ ଆଶାୟୀ ଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଳରେ ମିଶି ତାଙ୍କ ପାଇଁ ଅଡୁଆ ବଢ଼ାଇ ଦେଇଛନ୍ତି । ଜଗଦ୍ଦେବଙ୍କ ଘର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ହୋଇଥିବାରୁ ସେ କୁଆଡେ ଖୋର୍ଦ୍ଧା ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ସେହିପରି ଜିଲ୍ଲା ବିଜେପି ସଭାପତି ରଶ୍ମି ମହାପାତ୍ର ମଧ୍ୟ ଟିକଟ ରେସରେ ଥିବା ଜଣାପଡିଛି । ଏସବୁ କଳ୍ପନା ଜଳ୍ପନା ଭିତରେ ସାଂସଦ ଅପରାଜିତାଙ୍କ ଆଶୀର୍ବାଦ ଯାହାକୁ ମିଳିବ ସେ ପ୍ରାର୍ଥୀ ହିଁ ହେବ ବୋଲି କୁହାଯାଇଛି ।

ଅନ୍ୟପଟେ କଂଗ୍ରେସ ଖୋର୍ଦ୍ଧା ପାଇଁ ସୋନାଲି ସାହୁଙ୍କ ନାମ ଘୋଷଣା କରିସାରିଛି । ଖୋର୍ଦ୍ଧା ଆସନ ପାଇଁ ବିଜେଡିରେ ଏକାଧିକ ଆଶାୟୀ ରହିଥିବା ବେଳେ ଟିକଟ ନପାଇ ବିଦ୍ରୋହ କରିବା ନେତାଙ୍କ ଉପରେ ବିଜେପି ନଜର ରଖିଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Apr 27, 2024, 2:14 PM IST

ABOUT THE AUTHOR

...view details