ଓଡିଶା

odisha

ETV Bharat / politics

ବଣାଇରେ ହିମନ୍ତ ବିଶ୍ବଶର୍ମାଙ୍କ ପ୍ରଚାର, କହିଲେ ‘ସ୍ବପ୍ନରୁ ସିଦ୍ଧିର ରାସ୍ତା ମିଳିବ’ - ASSAM CM CAMPAIGN - ASSAM CM CAMPAIGN

Assam CM Campaign In Bonai: ସୁନ୍ଦରଗଡର ବଣାଇରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପ୍ରଚାର । ପ୍ରଭୁ ଜଗନ୍ନାଥ ରତ୍ନଭଣ୍ଡାରର ଚାବି ହେରଫେର କରିଥିବା ଲୋକଙ୍କୁ ଆଶୀର୍ବାଦ କରିବେ ନା ମୋଦିଙ୍କୁ ଆଶୀର୍ବାଦ କରିବେ ଯିଏ ଦେଶରେ ରାମ ମନ୍ଦିର ନିର୍ମାଣ କରିଛନ୍ତି ବୋଲି ହିମନ୍ତଙ୍କ ଟାର୍ଗେଟ । ଅଧିକ ପଢନ୍ତୁ

Assam CM Campaign In Bonai
Assam CM Campaign In Bonai (ETV Bharat Odisha)

By ETV Bharat Odisha Team

Published : May 16, 2024, 4:39 PM IST

Assam CM Campaign In Bonai (ETV Bharat Odisha)

ରାଉରକେଲା/ବଣାଇ: ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ପଶ୍ଚିମ ଓଡିଶାର ଚର୍ଚ୍ଚିତ ବିଧାନସଭା ଆସନ ବଣାଇରେ ହେବାକୁ ଯାଉଛି କଡା ଟକ୍କର । ବର୍ତ୍ତମାନ କେନ୍ଦ୍ରୀୟ ବିଜେପି ଦଳର ଟାର୍ଗେଟରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା । ତେଣୁ ସମସ୍ତ ଦଳ ପ୍ରଚାରରେ ନିଜର ସମ୍ପୂର୍ଣ୍ଣ ଶକ୍ତି ଖଟାଉଛନ୍ତି । ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ପ୍ରଚାର ମଙ୍ଗ ଧରିଛନ୍ତି ।

ବଣାଇରେ ବିଜେପି ପ୍ରାର୍ଥିନୀ ସେବତୀ ନାୟକଙ୍କୁ ବିଜୟୀ କରିବା ଲାଗି ବଣାଇ ନିର୍ବାଚନ ମଣ୍ଡଳୀର ରାଜାମୁଣ୍ଡା ଠାରେ ବିଜେପିର ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସିପିଆଇଏମ ଗଡ଼ ଭାବେ ପରିଚିତ ବଣାଇରେ ପ୍ରଚାରରେ ଆସି ଜୟ ଜଗନ୍ନାଥ କହି ଓଡ଼ିଆରେ ଲୋକଙ୍କୁ କିଭଳି ଅଛନ୍ତି ବୋଲି ହିମନ୍ତ ପଚାରିଥିଲେ ।

ଏହା ମଧ୍ୟ ପଢନ୍ତୁ .... ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡିଆଙ୍କୁ ନୁହେଁ କେବଳ ଜଣଙ୍କୁ ଭଲ ପାଉଛନ୍ତି, ଏମିତି କାହିଁକି କହିଲେ ହିମନ୍ତ ବିଶ୍ବଶର୍ମା - Himanta Biswa Sarma Odisha Campaign

ହିମନ୍ତ କହିଛନ୍ତି, "ବଣାଇକୁ ଆସି ଆଦିବାସୀ ସମାଜ ସହ ମିଶି ଆନନ୍ଦ ଲାଗୁଛି । ପୁଣି ଥରେ ନିର୍ବାଚନ ସରିଲେ ସୁନ୍ଦରଗଡ ବୁଲିବାକୁ ଆସିବି । ଓଡିଶାରେ ୧୦ ଜୁନରେ ବିଜେପି ସରକାର ହେବାକୁ ଯାଉଛି । ପ୍ରଭୁ ଜଗନ୍ନାଥ ରତ୍ନଭଣ୍ଡାରର ଚାବି ହେରଫେର କରିଥିବା ଲୋକଙ୍କୁ ଆଶୀର୍ବାଦ କରିବେ ନା ମୋଦିଙ୍କୁ ଆଶୀର୍ବାଦ କରିବେ ଯିଏ ଦେଶରେ ରାମ ମନ୍ଦିର ନିର୍ମାଣ କରିଛନ୍ତି । ବିଜେଡି କେବଳ ୨ ଖଣ୍ଡ ବ୍ୟାଗ ଦେଉଛି ଆଉ ମୋଦି ଦେଉଥିବା ଚାଉଳକୁ ନିଜ ନାଁରେ ପ୍ରଚାର କରୁଛନ୍ତି ।"

ସ୍ବପ୍ନରୁ ସିଦ୍ଧିର ରାସ୍ତା ମିଳିବ ବୋଲି କହିଛନ୍ତି ହିମନ୍ତ । ୧୦ ବର୍ଷ ପୂର୍ବେ ବିଜେପି ସ୍ବପ୍ନ ଦେଖିଥିଲା ଯାହା ଫଳରେ ଆଜି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବାକୁ ଯାଉଛି ବୋଲି କହିଛନ୍ତି ହିମନ୍ତ । ଓଡିଶା ମୁଖ୍ୟମନ୍ତ୍ରୀ ଜନତାଙ୍କ ଉନ୍ନତି ନାଁରେ ସାଢେ ଚାରି କୋଟି ଓଡିଆଙ୍କୁ ଭୁଆଁ ବୁଲାଉଛନ୍ତି । ରାଜ୍ୟ ସରକାର ଓଡ଼ିଆ ଭାଇଭଉଣୀ ମାନଙ୍କ ପାଇଁ ୨୫ ବର୍ଷରେ କିଛି କରିପାରିଲେ ନାହିଁ । ତେବେ ଏଥର ବିଜେପିକୁ ରାଜ୍ୟରେ ବିଜୟୀ କରନ୍ତୁ ଏବଂ ବିଜେପିର ଡବଲ ଇଞ୍ଜିନ ସରକାର ଆସିଲେ ସମସ୍ତ ଗ୍ରାମକୁ ରାଜସ୍ବ ଗ୍ରାମ କରିବା ସହ ସମସ୍ତ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦିଆଯିବ ସହ ସ୍ବାସ୍ଥ୍ୟ ଏବଂ ଗମନାଗମନରେ ରାଜ୍ୟ ଆଗୁଆ ହେବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ଏଥିସହ ଧାନର ଏମଏସପି ୨୧୦୦ ବଦଳରେ ୩୧୦୦ ଟଙ୍କା କରାଯିବ । ବିଧବା ମହିଳା ଓ ବାର୍ଦ୍ଧକ୍ୟ ଭର୍ତ୍ତା ୧ ହଜାର ପରିବର୍ତ୍ତେ ୩ ହଜାର ପେନସନ ଦିଆଯିବ । ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ହିମନ୍ତ । ଶେଷରେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ ଙ୍କୁ ଏଠାରେ ଉନ୍ନତି ବଦଳରେ ଅତ୍ୟାଚାର ହେଉଛି ଏବଂ ରାଉରକେଲା ବହୁ ଚର୍ଚ୍ଚିତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ଅବହେଳା କରି କେସକୁ ଦବାଇ ଦେଇଛନ୍ତି କହି ଟାର୍ଗେଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details