ଓଡିଶା

odisha

By ETV Bharat Odisha Team

Published : Apr 27, 2024, 10:30 PM IST

ETV Bharat / politics

ଏକା ପାଣ୍ଡିଆନଙ୍କ ପ୍ରଚାର, ବିଜେଡି ପାଇଁ ହେବ କାଳ ! - VK Pandian Campaign

VK Pandian Campaign: ପାଣ୍ଡିଆନ ଏକାକୀ ପ୍ରଚାର କରିବା ବିଜେଡିକୁ କାଳ ହୋଇପାରେ । ତେଣୁ ପାଣ୍ଡିଆନ ଦଳ ତୁଙ୍ଗ ନେତାଙ୍କୁ ସାଙ୍ଗରେ ନେଇ ପ୍ରଚାର କଲେ ଅଧିକ ଫାଇଦା ମିଳିବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

VK Pandian Campaign
VK Pandian Campaign

VK Pandian Campaign

ଭୁବନେଶ୍ବର: ଗତ ୩ ଦିନ ହେଲା ଦକ୍ଷିଣ ଓଡିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରଚାରର ନେତୃତ୍ବ ନେଇଛନ୍ତି ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ଦଳର ପ୍ରଚାର ଆରମ୍ଭ କରିଥିବାବେଳେ ପାଣ୍ଡିଆନ ଏହାକୁ ଆଗକୁ ନେଇଛନ୍ତି । କିନ୍ତୁ ପାଣ୍ଡିଆନଙ୍କ ପ୍ରଚାର ବିଜେଡି ପାଇଁ ବୁମେରାଙ୍ଗ ହୋଇପାରେ ବୋଲି ରାଜନୀତି ସମୀକ୍ଷକ ଆକଳନ କରୁଛନ୍ତି । ପାଣ୍ଡିଆନଙ୍କ ଏକାକୀ ପ୍ରଚାର ଦଳ ପାଇଁ କାଳ ହୋଇପାରେ । ତେଣୁ ପାଣ୍ଡିଆନ ଦଳ ତୁଙ୍ଗ ନେତାଙ୍କୁ ସାଙ୍ଗରେ ନେଇ ପ୍ରଚାର କଲେ ଅଧିକ ଫାଇଦା ମିଳିବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ ।

ହିଞ୍ଜିଳିରେ ଗତ ୨୩ ତାରିଖରେ ବିଜେଡିର ପ୍ରଚାର ଅଭିଯାନର ଶୁଭାରମ୍ଭ କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୨୫ ତାରିଖରୁ ବିଜେଡି ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ନମ୍ବର ୨ କୁହାଯାଉଥିବା ଭିକେ ପାଣ୍ଡିଆନ । ଗୁରୁବାର ଦିନ କୋରାପୁଟର ପଟାଙ୍ଗୀ, ଲକ୍ଷ୍ମୀପୁର, ବିଷମକଟକ ଓ ଗୁଣୁପୁରରେ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଗତକାଲି ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁରରେ ସେ ଦଳର ପ୍ରଚାରର ନେତୃତ୍ବ ନେଇଥିଲେ । ସେହିପରି ଆଜି ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ଖଡ଼ିଆଳ, ନୂଆପଡା, ଧର୍ମଗଡ଼, ଜୁନାଗଡ଼, ଲାଞ୍ଜିଗଡ଼, ନର୍ଲ୍ଲା ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନ ଜୋରଦାର ପ୍ରଚାର କରିଛନ୍ତି । ତେବେ ଏହି ପ୍ରଚାର ସମୟରେ ସ୍ଥାନୀୟ ପ୍ରାର୍ଥୀଙ୍କ ଛଡା ଦଳର ତୁଙ୍ଗ ନେତାଙ୍କୁ ଦେଖିବାକୁ ମିଳୁନାହିଁ ।

ଏନେଇ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ବିଜେଡିର କମାଣ୍ଡ ଷ୍ଟ୍ରକ୍‌ଚର୍‌ ଦୁର୍ବଳ ହୋଇଛି । ବହୁତ ସ୍ଥାନରେ ଅସନ୍ତୋଷ ରହିଛି । ବିଜେଡିର ପ୍ରଚାର ଗୁରୁତ୍ବପୂର୍ଣ୍ଣ ନୁହେଁ, ଗୁରୁତ୍ବପୂର୍ଣ୍ଣ ହେଉଛି ଅସନ୍ତୋଷ ସମାଧାନ କରିବା । ସ୍ଥାନୀୟ ପ୍ରସଙ୍ଗକୁ ନେଇ ନିର୍ବାଚନ ହେଉଛି । ବିଜେଡି ଭିତରେ ଥିବା ଅସନ୍ତୋଷ ଯୋଗୁଁ ଏହା ସମ୍ଭବ ହେଉଛି । ବିଜେଡି ନେତା ଭିକେ ପାଣ୍ଡିଆନ ପ୍ରଚାର କଲେ ଅସନ୍ତୋଷ ଦୂର ହେବ ତାହା ନୁହେଁ । ବିଜେପି ସେଥିପାଇଁ ସିଧାସଳଖ ଭାବେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛି । ଓଡ଼ିଆ ଅସ୍ମିତା କଥା କହି ବିଜେପି ପାଣ୍ଡିଆନଙ୍କୁ ଘେରୁଛି । ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ବିଶ୍ବାସ କରୁଛନ୍ତି, ତାଙ୍କ ହାତରେ ସେ କ୍ଷମତା ଦେବେ ବୋଲି ପ୍ରଚାର କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ନୂଆପଡାରେ ଜମିଲା ପାଣ୍ଡିଆନଙ୍କ ପ୍ରଚାର, ନବୀନଙ୍କ ପାଇଁ ଲୋଡିଲେ ଜନସାଧାରଣଙ୍କ ଆଶୀର୍ବାଦ - VK Pandian Nuapada Visit

ସେ ଆହୁରି ମଧ୍ୟ କହିଛନ୍ତି, "ଭିକେ ପାଣ୍ଡିଆନ କହିଛନ୍ତି ଏଥର ମୁଁ ନିର୍ବାଚନ ଲଢ଼ିବିନି । ସେହିପରି ଭିକେ ପାଣ୍ଡିଆନ ଏକାକୀ ପ୍ରଚାର କରିବା ଅପେକ୍ଷା ତାଙ୍କ ସାଙ୍ଗରେ ଆଉ ଜଣେ ଦୁଇ ଜଣ ଦଳର ତୁଙ୍ଗ ନେତାଙ୍କୁ ନିଅନ୍ତୁ । ତା'ହେଲେ ଆଉ ଟିକିଏ ବିଜେଡିର ଫାଇଦା ହେବ । ନବୀନ ପଟ୍ଟନାୟକଙ୍କର ବୟସ ହୋଇଗଲାଣି । ସେ ଏ ଅବସ୍ଥାରେ ସବୁ ସ୍ଥାନକୁ ଯାଇ ପ୍ରଚାର କରିପାରିବେ ନାହିଁ । କିନ୍ତୁ କିଛି ସ୍ଥାନରେ ପ୍ରଚାର କରିବେ ନିଶ୍ଚୟ । ଯଦି ପ୍ରଚାର ପାଇଁ କେବଳ ଭିକେ ପାଣ୍ଡିଆନ ଯାଆନ୍ତି ଏବଂ ତାଙ୍କ ସହ ଆଉ କାହାକୁ ନନିଅନ୍ତି, ତେବେ ତାହା ଦଳ ଉପରେ ଖରାପ ପ୍ରଭାବ ପକାଇବ । ସେ ଯେଉଁଠାକୁ ଯାଉଛନ୍ତି ଲୋକ ହେଉଛନ୍ତି, ଅନେକ ଲୋକଙ୍କ ଧାରଣା ପାଣ୍ଡିଆନଙ୍କୁ ଅଭିଯୋଗ କଲେ ତାହା ସମାଧାନ ହୋଇଯାଉଛି । ତୁରନ୍ତ ସମାଧାନ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details