ଭୁବନେଶ୍ବର: ବିଜେଡି ପକ୍ଷରୁ ଆଜି ଦୁଇଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆଜି ଶଙ୍ଖ ଭବନରେ ବିଜେଡି ମିଡିଆ ସେଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମିଡ଼ିଆ ସେଲକୁ ଅଧିକ କ୍ରିୟାଶୀଳ, ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ବଢାଇବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି । ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।
ଆଗାମୀ ନିର୍ବାଚନରେ ବିଜେଡି ମିଡିଆ ସେଲ ଅଧିକ କ୍ରିୟାଶୀଳ ହେବ । ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବ । ଏଥିପାଇଁ କାର୍ଯ୍ୟ କରିବ । ଯାହାକୁ ନେଇ ଆଜି ଶଙ୍ଖଭବନରେ ଅନୁଷ୍ଠିତ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ରଞ୍ଜନ ମଙ୍ଗରାଜଙ୍କର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମିଡିଆ ସେଲର ସଦସ୍ୟମାନେ ଟିଭି ଡିବେଟ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ଜନସାଧାରଣଙ୍କ ସାମ୍ନାରେ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ହୋଇଛି । ବୈଠକ ପରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡି ମିଡିଆ ସେଲର ସମସ୍ତ ସଦସ୍ୟ ନବୀନ ନିବାସ ଯାଇଥିଲେ ।