ଓଡିଶା

odisha

ETV Bharat / opinion

AI ବିପ୍ଲବ: ଟେକ୍ ପାୱାରହାଉସ୍ ହେବାରେ ଆନ୍ଧ୍ର ପାଇଁ ପ୍ରଶସ୍ତ କରିପାରେ ମାର୍ଗ - AI revolution

The AI Revolution: ଏଆଇ ମାଧ୍ୟମରେ ଟେକ୍ନୋଲୋଜିର ମହାଶକ୍ତି ହୋଇପାରେ ଆନ୍ଧ୍ରପ୍ରଦେଶ । ବିଭାଜନ ପରେ ପୁଣିଥରେ ନିଜର ପୂର୍ବସ୍ଥିତି ଫେରିପାରେ । ଏହା କେମିତି, ଜାଣିବା ପାଇଁ ପଢନ୍ତୁ ଆଇପିଏସ ଅଫିସର କିଶୋକ କୋମ୍ମିଙ୍କ ଏହି ରିପୋର୍ଟ ।

By ETV Bharat Odisha Team

Published : Jul 5, 2024, 10:07 PM IST

AI ବିପ୍ଲବ: ଟେକ୍ ପାୱାରହାଉସ୍ ହେବାରେ ଆନ୍ଧ୍ର ପାଇଁ ପ୍ରଶସ୍ତ କରିପାରେ ମାର୍ଗ
AI ବିପ୍ଲବ: ଟେକ୍ ପାୱାରହାଉସ୍ ହେବାରେ ଆନ୍ଧ୍ର ପାଇଁ ପ୍ରଶସ୍ତ କରିପାରେ ମାର୍ଗ (ETV Bharat Odisha)

ହାଇଦ୍ରାବାଦ: ୧୯୯୦ ଦଶକର ଅନ୍ତ ଏବଂ ବିଂଶ ଶତାବ୍ଦୀର ଆରମ୍ଭରେ ଆନ୍ଧ୍ରପ୍ରଦେଶ ବୈଷୟିକ ପୁର୍ନଜାଗରଣର ଅନୁଭବ କରିଥିଲା । ହାଇଦ୍ରାବାଦର HITEC Cityରେ ଆଇଟି ବୁମ୍ ରାଜ୍ୟକୁ ଏକ ଉନ୍ନତ ଅର୍ଥବ୍ୟବସ୍ଥାରେ ପରିଣତ କରିଥିଲା । ବେସିକ୍ ଇନଫ୍ରାଷ୍ଟକଚରରେ ଷ୍ଟ୍ରାଟେଜିକ ଇନଭେଷ୍ଟେମେଣ୍ଟ, ଏକ ଅନୁକୂଳ ବ୍ୟବସାୟିକ ପରିବେଶ ଏବଂ ଅନେକ ଗୁଡିକ ଇଞ୍ଜିନିୟରିଂ କଲେଜ ଦ୍ବାରା ଆଇଟି ସ୍କିଲ ଉପରେ ଅଧିକ ଫୋକସ୍ ତେଲେଙ୍ଗାନାକୁ ଆଇଟି ସେକ୍ଟରର ଏକ ବଡ଼ ଖେଳାଳୀ ଭାବେ ସ୍ବତନ୍ତ୍ର ପରିଚୟ ଦେଇଥିଲା ।

ଯଦି ଆଜିର କଥା କହିବା, ଏଆଇ ରେଭୋଲ୍ୟୁସନ ବା କୃତ୍ରିମ ବୁଦ୍ଧିମତାର ବିପ୍ଲବ ଆନ୍ଧ୍ରପ୍ରଦେଶ ପାଇଁ ମଧ୍ୟ ଏକ ସମାନ ଅବସର ପ୍ରଦାନ କରିଥାଏ, ଯାହାକି ବିଭାଜନ ପରେ ପୁଣିଥରେ ନିଜର ପୂର୍ବସ୍ଥିତି ହାସଲ କରିବାକୁ ପ୍ରୟାସ କରୁଛି । ଆନ୍ଧ୍ର ଏଆଇ ସହାୟତାରେ ଆର୍ଥିକ ସମୃଦ୍ଧି ହାସଲ କରିବା ପାଇଁ ନିଜର ଆଇଟି ବୁମରୁ ଶିଖିଥିବା ଶିକ୍ଷାକୁ ଉପଯୋଗ କରିପାରିବ । ଏଆଇ ରିସର୍ଚ୍ଚ, ଇନଫ୍ରାଷ୍ଟକଚରରେ ଷ୍ଟ୍ରାଟେଜିକ ଇନଭେଷ୍ଟମେଣ୍ଟ ଏବଂ 4P ଷ୍ଟ୍ରାଟେଜି (Public, Private, People Partnerships) ମାଧ୍ୟମରେ ଦକ୍ଷତା ହାସଲ କରି ଏହି ରାଜ୍ୟ ନିଜର ପୂର୍ବ ସଫଳତାକୁ ଦୋହରାଇପାରିବ ଏବଂ ଏଆଇ ଇନୋଭେସନ କ୍ଷେତ୍ରରେ ନିଜକୁ ଏକ ଲିଡ୍‌ର ଭାବେ ପ୍ରତିଷ୍ଠିତ କରିପାରିବ ।

4P ଷ୍ଟ୍ରାଟେଜି ପାୱାର:

AI ଷ୍ଟାର୍ଟଅପ୍ ପାଇଁ ଏକ ମଜବୁତ ଇକୋସିଷ୍ଟମ ସୃଷ୍ଟି କରିବାର ଚାବି ହେଉଛି 4P ଷ୍ଟ୍ରାଟେଜି । ପବ୍ଲିକ ଡାଟା ଏବଂ ପ୍ରବ୍ଲେମ, ପ୍ରାଇଭେଟ ଏବଂ ପବ୍ଲିକ ଇନଭେଷ୍ଟମେଣ୍ଟ, ଶିକ୍ଷା ଏବଂ ଜନସାଧାରଣଙ୍କୁ ଲିଙ୍କ କରି ଆନ୍ଧ୍ରପ୍ରଦେଶ ଏଆଇ ସଲ୍ୟୁସନ ବିକଶିତ କରିବା ଲାଗି ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିପାରିବ । ଏହି ଭାଗିଦାରୀ ନୂତନ ବିଚାର ଗୁଡିକୁ ବାସ୍ତବିକତାର ରୂପ ଦେଇପାରିବ ଏବଂ ଏଆଇ ପ୍ରଡକ୍ଟ ସୃଷ୍ଟି କରିପାରିବ, ଯାହାକୁ କି ଅନ୍ୟତ୍ର ରପ୍ତାନୀ କରାଯାଇପାରିବ । ଏଥିସହ ନୂଆ ଆୟ ସ୍ରୋତ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ରାଜ୍ୟକୁ ଏଆଇ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଣୀ କରି ଗଢି ତୋଳିବ । 4P ଷ୍ଟ୍ରାଟେଜିର ଏକ ଉତ୍କୃଷ୍ଟ ଉଦାହରଣ ହେଉଛି ପ୍ଲାନଟେକ୍ଟ । ଏହା ଏକ ଏଆଇ ପ୍ରଡକ୍ଟ, ଯାହା ଜାପାନରେ ଗ୍ରୀନହାଉସରେ କୀଟ ନିର୍ମାଣ ସମ୍ପର୍କରେ ପୂର୍ବାନୁମାନ କରିଥାଏ ଏବଂ ଏହାଦ୍ବାରା କୃଷକମାନଙ୍କୁ ଫାଇଦା ହୋଇଥାଏ ।

API ଅର୍ଥବ୍ୟବସ୍ଥା:

AI ଯୁଗରେ ଆନ୍ଧ୍ରପ୍ରଦେଶ ଏହାର ଏପିଆଇ ଅର୍ଥନୀତିକୁ ଅନଲକ୍ କରିପାରିବ । ଗୋପନୀୟତା ସୁରକ୍ଷା ସହିତ ଡେଭଲପରଙ୍କ ପାଇଁ ଏପିଆଇ ମାଧ୍ୟମରେ ସାର୍ବଜନିକ ଡାଟା ପ୍ରସ୍ତୁତ କରିବା ଦ୍ବାରା ରାଜ୍ୟରେ ନୂତନ ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବ । ଉଦାହରଣସୂରୁପ, ଏପିଆଇ ମାଧ୍ୟମରେ ସିସିଟିଏନଏସ ଡେଟାକୁ ଆକସେସ୍ ପ୍ରଦାନ କରି ଡେଭଲପରମାନେ କର୍ମଚାରୀଙ୍କ ପୃଷ୍ଠଭୂମି ଯାଞ୍ଚ ପାଇଁ ଆପ୍ଲିକେସନ, ଭରସାଯୋଗ୍ୟ ମାଟ୍ରିମୋନିଆଲ ସର୍ଭିସ ଇତ୍ୟାଦି ପ୍ରସ୍ତୁତ କରିପାରିବେ । ପ୍ରତ୍ୟେକ ଏପିଆଇ କଲ୍ ରାଜ୍ୟ ସରକାରଙ୍କ ପାଇଁ ରାଜସ୍ବ ସୃଷ୍ଟି କରିପାରିବ, ପବ୍ଲିକ ଡାଟାକୁ ଏକ ମୂଲ୍ୟବାନ ଆର୍ଥିକ ସମ୍ବଳରେ ପରିଣତ କରିପାରିବ ।

ରାଜ୍ୟର ଶିକ୍ଷାନୁଷ୍ଠାନ ସମୂହ ବ୍ୟକ୍ତିଗତ ଶିକ୍ଷଣ ଅଭିଜ୍ଞତା ପ୍ରଦାନ ପାଇଁ AIକୁ ବ୍ୟବହାର କରିପାରିବେ । ସେହିପରି ଛାତ୍ରଛାତ୍ରୀ ଏଆଇ ଚାଳିତ ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ସିଷ୍ଟମରୁ ମଧ୍ୟ ଉପକୃତ ହୋଇପାରିବେ । ଏହା ଡ୍ରପଆଉଟ୍ ହାର ହ୍ରାସ କରିବାରେ ସହାୟକ ହେବା ସଙ୍ଗେ ସଙ୍ଗେ ଶିକ୍ଷାମାନରେ ଉନ୍ନତି ଆଣିବାରେ ସାହାଯ୍ୟ ହେବ ।

ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅର୍ଥନୈତିକ ଅଭିବୃଦ୍ଧି:

AI ଚାଳିତ ସଲ୍ୟୁସନ ଆନ୍ଧ୍ରପ୍ରଦେଶରେ ଟେକ୍ ଏବଂ ସର୍ଭିସ ସେକ୍ଟରରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ । କର୍ମଚାରୀମାନଙ୍କୁ ଏଆଇ ସହିତ ଯୋଡି କମ୍ ନିବେଶରେ ତାଙ୍କର ଦକ୍ଷତା ବୃଦ୍ଧି କରାଯାଇପାରିବ । ମନେକର, ଯଦି ଜଣେ କ୍ୟାବ ଡ୍ରାଇଭର କିମ୍ବା ଟୁର୍ ଗାଇଡ୍ ଏଆଇ ସହୟତାରେ ବିଦେଶୀ ପର୍ଯ୍ୟଟକଙ୍କ ସହ ଭଲ ଭାବେ ଯୋଗାଯୋଗ କରିପାରେ, ଏହା ସେହି ଅଞ୍ଚଳର ପର୍ଯ୍ୟଟନ ଶିଳ୍ପ ପାଇଁ ଲାଭଦାୟକ ହେବ । ଏହିପରି ଭାବେ ଏଆଇ ଆର୍ଥିକ ବିକାଶକୁ ଗତି ଦେବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବପର ହୋଇପାରିବ ।

AI ଲହରକୁ ଆପଣାଇବା ଏକ ବିକଳ୍ପ ନୁହେଁ ବରଂ ଆବଶ୍ୟକତା । ତେବେ ଏଆଇ ଦ୍ବାରା କର୍ମଚାରୀଙ୍କ ଛଟେଇ ବିପଦ ମଧ୍ୟ ରହିଥାଏ । ବିଶେଷକରି ବିପିଓ କଲ୍ ସେଣ୍ଟର, ଲୋ-ଏଣ୍ଟ ପ୍ରୋଗ୍ରାମିଂ ପଦବୀ ଭଳି କାର୍ଯ୍ୟଗୁଡିକ ସ୍ବଂୟଚାଳିତ ହେବାର ଆଶଙ୍କା ଥାଏ । ଯଦି ୱାର୍କଫୋର୍ସ ଏବଂ ଅର୍ଥନୀତି ଏହି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ନଥାଏ, ତାହେଲେ ଏହି ଏଆଇ ପରିବର୍ତ୍ତନ ବ୍ୟାପକ ଛଟେଇର କାରଣ ସାଜିପାରେ ।

ଭବିଷ୍ୟତ ପାଇଁ ଭିଜନ:

ବିଭାଜନ ପରେ ଆନ୍ଧ୍ରପ୍ରଦେଶ ସାମ୍ନା କରୁଥିବା ଆହ୍ବାନଗୁଡିକୁ ଏଆଇ କମ୍ କରିପାରେ । ରାଜ୍ୟର ରାଜସ୍ବ ବୃଦ୍ଧି କରିବା ସହିତ ନିରନ୍ତର ଅଭିବୃଦ୍ଧି ହାସଲରେ ସହାୟକ ହୋଇପାରେ । ଏହି ଦୃଷ୍ଟିରୁ ଆନ୍ଧ୍ରପ୍ରଦେଶର ଭବିଷ୍ୟତ ଉଜ୍ଜଳ । ଏଆଇ ଗ୍ରହଣ ପାଇଁ ସ୍ପଷ୍ଟ ଦୂରଦୃଷ୍ଟି ଏବଂ ରଣନୈତିକ ଆଭିମୁଖ୍ୟ ସହିତ ଏହି ରାଜ୍ୟ ଅର୍ଥନୈତିକ ବିକାଶ ଏବଂ ନିଜ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ଇନୋଭେସନ ହବ୍ ହୋଇପାରିବ ।

ABOUT THE AUTHOR

...view details