ହାଇଦ୍ରାବାଦ:ସମସ୍ତେ ସମାନ ଅଧିକାର ନେଇ ଜନ୍ମ ଗ୍ରହଣ କରିଛନ୍ତି । ଏଣୁ ସମସ୍ତଙ୍କୁ ସମ୍ମାନ ମିଳିବା ଉଚିତ । କଏଦୀମାନଙ୍କୁ ମଧ୍ୟ ଯେପରି ଅସମ୍ମାନ କରାନଯାଉ ବୋଲି ଗୁରୁବାର ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ ଜେବି ପରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ଜେଲରେ ଥିବା ଭେଦଭାବକୁ ଦୂର କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜେଲରେ ଜାତିଗତ ଭେଦଭାବ ବା ଅନ୍ୟ କୌଣସି ଭେଦଭାବ ନରହିବା ଉଚିତ । ଜାତିଗତ ଭେଦଭାବ ଦର୍ଶାଇ କାହାକୁ କାମ ବଣ୍ଟା ନଯାଉ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
'ସମ୍ମାନର ସହ ବଞ୍ଚିବା ଅଧିକାର କଏଦୀଙ୍କର ବି ଅଛି'
ସୁପ୍ରିମକୋର୍ଟ କହିଛନ୍ତି, "ସମ୍ମାନର ସହ ବଞ୍ଚିବା ଅଧିକାର କଏଦୀଙ୍କର ମଧ୍ୟ ଅଛି । କାହାକୁ ସମ୍ମାନ ପ୍ରଦାନ ନକରିବା ହେଉଛି ଏକଛତ୍ରବାଦ ଶାସନ ଭଳି । ଯାହାକି ବିଗତ ଦିନରେ ଦେଖିବାକୁ ମିଳୁଥିଲା । ହେଲେ ବର୍ତ୍ତମାନ ଏହାର ପୁନରାବୃତ୍ତି ନହେଉ ।" ଶୁଣାଣି ସମୟରେ ମୁଖ୍ୟ ବିଚାରପତି କହିଛନ୍ତି, "ସ୍ବାଧୀନତାକୁ ୭୫ ବର୍ଷ ପୂରିଥିଲେ ସୁଦ୍ଧା ଆମେ ଏଯାଏଁ ଏଭଳି କୁପ୍ରଥା ରୋକିବାରେ ସକ୍ଷମ ହୋଇପାରିନାହୁଁ । ଜେଲରେ ନିର୍ଦ୍ଦିଷ୍ଟ କିଛି ଜାତି ଆଧାରରେ ତାଙ୍କୁ କାମ କରିବାକୁ ଦିଆଯିବା ଆଦୌ ଗ୍ରହଣୀୟ ନୁହେଁ । ଆମକୁ ଆନୁଷ୍ଠାନିକ ଭାବେ ଏହି ଅଭ୍ୟାସ ଜାରି ରଖିବାକୁ ପଡ଼ିବ । କେଉଁ ସମ୍ପ୍ରଦାୟ ଯେଭଳି ନିଜ ଅଧିକାରରୁ ବଞ୍ଚିତ ନହୁଅନ୍ତି ସେ ଦିଗରେ ଦୃଷ୍ଟି ଦେବାକୁ ପଡ଼ିବ । କହିବାକୁ ଗଲେ ଏଭଳି ଜାତିଭେଦ ସତେ ଯେମିତି ଷ୍ଟିଲ ସଦୃଶ । ଏହା ବେଳେବେଳେ ଦେଖାଯାଏ ନାହିଁ । ହେଲେ ଏହାର ଉପସ୍ଥିତିକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଆଉ ଏହା ଏତେ ବି ଶକ୍ତିଶାଳୀ ନୁହେଁ ଯେ, ଭାଙ୍ଗି ଦିଆଯାଇପାରିବ ନାହିଁ ।"
ଜାତି ଭିତ୍ତିକ ଭେଦଭାବର ଶିକାର ନହୋଇ ସେମାନଙ୍କର ବ୍ୟକ୍ତିଗତ ଅଭିବୃଦ୍ଧିରେ ବାଧା ସୃଷ୍ଟି ନକରି ସମାନତା, ସମ୍ମାନ ତଥା ପରିବେଶ ରଖିବାକୁ କହିଛନ୍ତି CJI । ଯଦି କଏଦୀମାନେ ଶ୍ରମଦାନ କରିବାବେଳେ ଅସମ୍ମାନିତ ବା ଅପମାନିତ ଅନୁଭବ କରନ୍ତି କିମ୍ବା ଅତ୍ୟାଚାରର ଶିକାର ହୁଅନ୍ତି ତେବେ ଏଭଳି ପରିସ୍ଥିତିରେ ଧାରା-23 ପ୍ରୟୋଗ କରାଯାଇପାରିବ । ଏନେଇ କୋର୍ଟ ଏକ ୧୪୮ ପୃଷ୍ଠାର ରାୟ ପ୍ରଦାନ କରିଛନ୍ତି ।
ସୁକନ୍ୟାଙ୍କ ଆବେଦନର ଶୁଣାଣି:
ସୁକନ୍ୟା ଶାନ୍ତା ନାମକ ଜଣେ ସାମ୍ବାଦିକ ସାମାଜିକ ନ୍ୟାୟ ପ୍ରଦାନ ଦାବିରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଭାରତରେ ଜେଲରେ ଜାତିଗତ ଭେଦଭାବକୁ ନେଇ ସୁକନ୍ୟା ବହୁ ରିପୋର୍ଟିଂ କରିଆସିଛନ୍ତି । ତେବେ ଜେଲରେ ଜାତିଆଣ ଭେଦଭାବ ଅନୁଯାୟୀ ଦିଆଯାଉଥିବା କାମକୁ ବିରୋଧ ପୂର୍ବକ ନ୍ୟାୟ ପ୍ରଦାନ ପାଇଁ ସେ ତାଙ୍କ ପିଟିସନରେ ଉଲ୍ଲେଖ କରିଥିଲେ । ସମ୍ବିଧାନର ଧାରା-୧୪,୧୫,୧୭,୨୧ ଏବଂ ୨୩ରେ ଉଲଂଘନ କରାଯାଉଥିବା ସେ ଏହି ପିଟିସନରେ ଉଲ୍ଲେଖ କରିଥିଲେ । ବେଞ୍ଚ ରାୟ ଶୁଣାଇଛନ୍ତି ଯେ, ସମ୍ବିଧାନର ଧାରା ୨୩(୧) ସାମାଜିକ ତଥା ଅର୍ଥନୈତିକ ଶୋଷଣା ବିରୋଧରେ ମୌଳିକ ଅଧିକାରକୁ ସୁନିଶ୍ଚିମତ କରୁଛି । ଏହାସହ ମାନବ ଚାଲାଣ, ଭିକ୍ଷାବୃତ୍ତି ଭଳି ଅନ୍ୟାନ୍ୟ ବାଧ୍ୟତାମୂଳକ ଶ୍ରମକୁ ବାରଣ କରିବାର ଲକ୍ଷ୍ୟ ରହିଛି ।
ମଡେଲ ଜେଲ ସଂଶୋଧନ ସେବା ଅଧିନିୟମ: