ହାଇଦ୍ରାବାଦ:ଦକ୍ଷିଣ-ଏସିଆ ସର୍ବଦା ବିଶ୍ବ ଭୂ-ରାଜନୈତିକ ପ୍ରସଙ୍ଗରେ ଏକ ଆଶ୍ଚର୍ଯ୍ୟଜନକ ଏବଂ ଆହ୍ବାନପୂର୍ଣ୍ଣ ଅଞ୍ଚଳ ହୋଇରହିଛି । ପ୍ରାୟତଃ ଉଭୟ ଆଞ୍ଚଳିକ ଭାଗିଦାରୀ ରାଷ୍ଟ୍ର ଏବଂ ଅଣ-ଆଞ୍ଚଳିକ ଶକ୍ତିମାନେ ଏହି ଅଞ୍ଚଳରେ ଦୀର୍ଘ ପ୍ରତିଯୋଗିତାମୂଳକ କାର୍ଯ୍ୟକଳାପ ଜାରି ରଖିଛନ୍ତି । ଏକଦା ସୋଭିଏତ ୟୁନିଅନ୍ ଏହି କ୍ଷେତ୍ରରେ ପ୍ରଭାବ ଜାହିର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏବେ ଏହି କ୍ଷେତ୍ରରେ ଋଷର ସ୍ଥାନ ଚୀନ ଗ୍ରହଣ କରିବା ପରି ସ୍ଥିତି ଦୃଶ୍ୟମାନ ହେଉଛି । ଅନ୍ୟ ପଟେ, ଅନ୍ୟତମ ବିଶ୍ବଶକ୍ତି ଆମେରିକା ମଧ୍ୟ ଏହି କ୍ଷେତ୍ରରେ ଏକ ପ୍ରମୁଖ ରାଷ୍ଟ୍ର ଭାବେ ନିଜ ପ୍ରଭାବ ଜାହିର କରିବାକୁ କୌଣସି ଅବସର ଛାଡୁନି ।
- ହିନ୍ଦ ମହାସାଗରୀୟ କ୍ଷେତ୍ରରେ ପୂର୍ବାପେକ୍ଷା ବଦଳିଛି ସ୍ଥିତି:-
ଅତୀତ ତୁଳନାରେ ଏହି କ୍ଷେତ୍ରର ଆଞ୍ଚଳିକ ଦେଶଗୁଡିକ ସେମାନଙ୍କର ସାମରିକ ଶକ୍ତିକୁ ସୁଦୃଢ କରିଛନ୍ତି । ସେହିପରି ଅଣଆଞ୍ଚଳିକ ଶକ୍ତିମାନେ ନୂତନ ବିଶ୍ୱ ତଥା ଆଞ୍ଚଳିକ ଶକ୍ତିଙ୍କ ସହ ଖାପ ନୂଆ ସମୀକରଣ ସୃଷ୍ଟି କରୁଥିବାରୁ ଭାରତ-ମହାସାଗରୀୟ କ୍ଷେତ୍ର ଏବେ ଅଧିକ ପ୍ରତିଯୋଗିତାର କ୍ଷେତ୍ର ପାଲଟି ସାରିଛି ବୋଲି କହିବା ଭୁଲ ହେବ ନାହିଁ । ଚୀନର ନୌସେନା ଏହି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଆଞ୍ଚଳିକ ଶକ୍ତି ଭାବେ ଭାରତ ଏହି କ୍ଷେତ୍ରରେ ହେଉଥିବା ସାମରିକ ଗତିବିଧି ଓ ପରିବର୍ତ୍ତନ ଉପରେ କଡା ନଜର ରଖିଛି । ସମାନ ଆଭିମୁଖ୍ୟ ସହ ଭାରତ ପରି ଆଞ୍ଚଳିକ ଶକ୍ତି ଏବଂ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକା ଭଳି ସହଭାଗୀ ଦେଶମାନେ ମିଶି ହିନ୍ଦ ମହାସାଗରୀୟ କ୍ଷେତ୍ରରେ ଚୀନ କିମ୍ବା ଅନ୍ୟ କୌଣସି ଦେଶର ଏକପାଖିଆ ପ୍ରାଧାନ୍ୟକୁ ରୋକିବା ପାଇଁ ‘କ୍ୱାଡ୍’ (Quad) ଗଠନ କରିଛନ୍ତି । ଏହି ପରିବର୍ତ୍ତିତ ସ୍ଥିିତିକୁ ବର୍ତ୍ତମାନ କିଛି ଘଟଣାକ୍ରମ ସହ ଯୋଡିକରି ଦେଖାଯାଇପାରେ । ବଙ୍ଗୋରସାଗରେ ଥିବା ସେଣ୍ଟ ମାର୍ଟିନ ଦ୍ବୀପ ପାଇଁ ଆମେରିକା ବହୁମାତ୍ରାରେ ଆଗ୍ରହୀ କିନ୍ତୁ ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟାଙ୍କନଯୋଗ୍ୟ ।
- ବଙ୍ଗୋପସାଗର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା:-
ଭାରତ ମହାସାଗରୀୟ କ୍ଷେତ୍ର ମଧ୍ୟରେ ଥିବା ବଙ୍ଗୋପସାଗର ଏକ ଗୁରୁତ୍ବପୂର୍ଣ୍ଣ ଭୌଗୋଳିକ ପ୍ରାଧାନ୍ୟ ବହନ କରେ । ବିଶେଷ ଭାବରେ ନୌବାହିନୀ ଯୁଦ୍ଧ ଏବଂ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଏହାର ବୈଶ୍ବିକ ପ୍ରଭାବ ରହିଛି । ଏହି ଉପସାଗର ଦକ୍ଷିଣ-ଏସିଆର ଅନେକ ଦେଶର ସୀମାକୁ ସଲଗ୍ନ କରିଛି । ଯେଉଁମାନଙ୍କ ମଧ୍ୟରୁ କେବଳ ଭାରତ ବ୍ୟତୀତ ଅନ୍ୟ ଅଧିକାଂଶ ଦେଶ ବର୍ତ୍ତମାନ ସମୟରେ ଆଭ୍ୟନ୍ତରୀଣ ଅସ୍ଥିରତାର ସାମ୍ନା କରୁଛନ୍ତି । ନେପାଳ ଶାସନ ବ୍ୟବସ୍ଥାର ଏକ ଚିରାଚରିତ ଅବସ୍ଥାରେ ଅଛି, ଯାହା ମୁଖ୍ୟତଃ ଭାରତ ବିରୋଧୀ କାହାଣୀ ଦ୍ୱାରା ପରିଚାଳିତ । ସେହିପରି ମିଆଁମାର ଗୃହଯୁଦ୍ଧଗ୍ରସ୍ତ, ସାମରିକ ବଳ ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସେଠାରେ ବିବାଦ ଲାଗି ରହିଛି ।
- ବାଂଲାଦେଶ ସଙ୍କଟ:-
ବର୍ତ୍ତମାନ ସମୟରେ ସଙ୍କଟର ସାମ୍ନା କରୁଥିବା ସଦ୍ୟତମ ରାଷ୍ଟ୍ର ହେଉଛି ବାଂଲାଦେଶ । ଏପରି ସ୍ଥିତି ସମଗ୍ର ଏସିଆର ଗଣତନ୍ତ୍ରର ଭବିଷ୍ୟତକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି । ସମ୍ପର୍କ, ଶାସନ ଗଠନ, ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍ୱାର୍ଥର ଏହି ଜଟିଳ ଧାରା ମଧ୍ୟରେ ପଡୋଶୀ ଦେଶ ଭାବେ ଭାରତ ମଧ୍ୟ ଆଭ୍ୟନ୍ତରୀଣ ଆହ୍ବାନର ମୁକାବିଲା କରିବାକୁ ବାଧ୍ୟ ହୋଇଛି । ବାହ୍ୟ ଆହ୍ବାନ ସତ୍ତ୍ବେ ମଧ୍ୟ ଗଣତନ୍ତ୍ର ପାଇଁ ଏକ ସ୍ଥିର ଭିତ୍ତିଭୂମି ପ୍ରଦାନ କରିବାର କ୍ଷମତା ଭାରତ ବଜାୟ ରଖିଛି ।
- ଦକ୍ଷିଣ-ଏସିଆର ରଣନୈତିକ ଇତିହାସ ଜଟିଳ:-