ପିଭି ରାଓ, ନିର୍ଦ୍ଦେଶକ, ପେନ୍ନାର ଇଣ୍ଡଷ୍ଟ୍ରି
ହାଇଦ୍ରାବାଦ:ଆସନ୍ତା ୩୦ ବର୍ଷ ମଧ୍ୟରେ ଭାରତ ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ସର୍ବାଧିକ ଶକ୍ତି ଚାହିଦା କରିଥିବା ଦେଶ ଭାବେ ବିବେଚିତ ହେବ ବୋଲି ଆଶା କରାଯାଉଛି । ସେଥିପାଇଁ ଶକ୍ତିର ଏକ ନିର୍ଭରଯୋଗ୍ୟ ଉତ୍ସ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଣିକି ଆଉ କୋଇଲା ଏବଂ ଅନ୍ୟାନ୍ୟ ଉତ୍ସ ଉପରେ ନିର୍ଭର କରିପାରିବୁ ପଡିବ ନାହିଁ । ଏଥିପାଇଁ ସୌର ଶକ୍ତିର କ୍ଷମତା ବିସ୍ତାର କରିବାକୁ ପଡିବ । କୋଇଲା ଉତ୍ପାଦନରେ ବୃଦ୍ଧି ସତ୍ତ୍ୱେ ୨୦୩୦ ସୁଦ୍ଧା ଭାରତ ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟେ । ଏଥିସହ ଦେଶ ୨୦୩୦ ସୁଦ୍ଧା ଅଣ ଜୀବାଶ୍ମ ଇନ୍ଧନ ଉତ୍ସରୁ 50% ବିଦ୍ୟୁତ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି, ଯାହା 43% ରେ ପହଞ୍ଚି ସାରିଛି । ମୋଟ କ୍ଷମତା 30%କୁ ବୃଦ୍ଧି ହୋଇଛି ।
ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ମଧ୍ୟବର୍ତ୍ତୀ ବଜେଟ୍ ୨୦୨୪ ରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ହିତାଧିକାରୀମାନେ ମାସକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ପାଇବେ ଏବଂ ବଳକା ବିଦ୍ୟୁତ ବିକ୍ରି କରିପାରିବ । ଯାହା ଦ୍ୱାରା ସେମାନଙ୍କୁ ବାର୍ଷିକ ୧୫୦୦୦ରୁ ୧୮୦୦୦ ଟଙ୍କା ସଞ୍ଚୟ କରାଯାଇପାରିବ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଭାରତରେ ୧ କୋଟି ପରିବାରକୁ ସୌର ଶକ୍ତି ଯୋଗାଇବାକୁ ଲକ୍ଷ୍ୟ ରହିଛି । ତେବେ, ୩୧ ଜୁଲାଇ ୨୦୨୩ ସୁଦ୍ଧା ଘରମାନଙ୍କର ଛାତରେ କେବଳ ୨.୨ ଗିଗାୱାଟର ସୋଲାର ପ୍ୟାନେଲ ସ୍ଥାପିତ ହୋଇଥିବା ଜଣାପଡିଛି । ସରକାର ୨୦୧୪ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, କିନ୍ତୁ ପରଠାରୁ ଏହା ବିଷୟରେ ଅଧିକ କୁହାଯାଇନାହିଁ । ତେବେ ଏହି ନୂତନ ପ୍ରୋଗ୍ରାମ ସଫଳତାର ସହ ଏହାର ଲକ୍ଷ୍ୟ ହାସଲ କରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।
ଏହି ଯୋଜନାକୁ ପ୍ରୋତ୍ସାହନ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହେବାରେ ଲାଗିଛି ।
୨୦୧୪ ରେ ଆରମ୍ଭ ହୋଇଥିବା ୨୦୨୨ ସୁଦ୍ଧା ୪୦ ଗିଗାୱାଟ (GW) ର ଏକ ସଞ୍ଚୟୀ କ୍ଷମତା ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ତଥାପି ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ ଏବଂ ଫଳସ୍ୱରୂପ ସରକାର ୨୦୨୬ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଇଥିଲେ । ଆଗକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ମାଧ୍ୟମରେ ସରକାର ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସରକାରଙ୍କ ଦ୍ୱାରା ଏକ ନୂତନ ପ୍ରୟାସ କରିଛନ୍ତି । ତେବେ ଏହି ଯୋଜନା ଦ୍ୱାରା ପ୍ରତ୍ୟେକ ଭାରତୀୟ ପରିବାରକୁ ନିରନ୍ତର ଶକ୍ତି ଯୋଗାଇବା ଦିଗରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଘୋଷଣା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଜଣାପଡିଛି ।
ଏହି ଯୋଜନା ଅଧିକ ମଧ୍ୟବିତ୍ତ ପରିବାରକୁ ସୌର ଶକ୍ତି ଗ୍ରହଣ କରିବାକୁ ଏବଂ ସେମାନଙ୍କ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବାକୁ ଉତ୍ସାହିତ କରିବା ଏକ ସ୍ୱଚ୍ଛ ଏବଂ ସବୁଜ ଭବିଷ୍ୟତ ପାଇଁ ଏକ ସକରାତ୍ମକ ପଦକ୍ଷେପ । ୧ କୋଟି ଗରିବ ତଥା ମଧ୍ୟବିତ୍ତ ପରିବାର ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ । ଏହି ଯୋଜନା ପାରମ୍ପାରିକ ବିଦ୍ୟୁତ୍ ଗ୍ରୀଡ୍ ଉପରେ ସେମାନଙ୍କର ନିର୍ଭରଶୀଳତାକୁ ହ୍ରାସ କରିବା, ସେମାନଙ୍କୁ ଅଧିକ ଆତ୍ମନିର୍ଭରଶୀଳ କରିବା ଏବଂ ବିଦ୍ୟୁତ୍ ବିଲ୍ ହ୍ରାସ କରିବା ଲକ୍ଷ୍ୟ ରଖିଛି । ଏଥିସହ ଏହା ଦ୍ୱାରା ଜୀବାଶ୍ମ ଇନ୍ଧନ ଉପରେ ମଧ୍ୟ ଆମର ନିର୍ଭରଶୀଳତା ଏବଂ ପୂର୍ବରୁ ଭାରପ୍ରାପ୍ତ ବିଦ୍ୟୁତ୍ ଗ୍ରୀଡ୍ ଉପରେ ନିର୍ଭରତା ମଧ୍ୟ ହ୍ରାସ କରିବ, ଯାହାଦ୍ୱାରା ବିଦ୍ୟୁତ୍ ଅଧିକ ଉପଲବ୍ଧ ହେବ । ସୌର ଶକ୍ତିର ବ୍ୟବହାର କେବଳ ନୂତନ ଚାକିରିର ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଏକ ପରିଷ୍କାର ଏବଂ ସବୁଜ ପରିବେଶରେ ମଧ୍ୟ ସହାୟକ ହେବ । ଏହି ଯୋଜନା ସହ ନବୀକରଣ ଶକ୍ତି କ୍ଷେତ୍ରରେ ଭାରତ ଏକ ବିଶ୍ୱ ଅଗ୍ରଣୀ ଦେଶ ହେବ ।
ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାରେ ସାମିଲ ହେବା ପାଇଁ ଆବେଦନକାରୀଙ୍କୁ ଏହି ଜରୁରୀ ସୂଚନା ଉପରେ ଧ୍ୟାନ ଦେବାକୁ ପଡିବ ।
- ଆବେଦନକାରୀମାନେ ଭାରତର ସ୍ଥାୟୀ ନାଗରିକ ହେବା ଜରୁରୀ
- ଏହି ଯୋଜନା କେବଳ ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ପାଇଁ ଉପଲବ୍ଧ
- ଆବେଦନକାରୀଙ୍କ ନିଜସ୍ୱ ଙଘର ଥିବା ଆବଶ୍ୟକ
- ଆବେଦନକାରୀଙ୍କ ବାର୍ଷିକ ଆୟ ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରିବା ଉଚିତ୍ ନୁହେଁ
- ଆବେଦନକାରୀ ଏହି ଯୋଜନାରେ ସାମିଲ ହେବା ନେଇ ଆବଶ୍ୟକ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ
ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ: -
- ଆଧାର କାର୍ଡ
- ଆୟ ସାର୍ଟିଫିକେଟ୍
- ଡୋମିକାଇଲ୍ ସାର୍ଟିଫିକେଟ୍
- ମୋବାଇଲ୍ ନମ୍ବର
- ବିଦ୍ୟୁତ୍ ବିଲ୍
- ବ୍ୟାଙ୍କ ପାସବୁକ୍
- ପାସପୋର୍ଟ ଆକାରର ଫଟୋ
- ରାସନ କାର୍ଡ