ଲେଖକ- ବିଲାଲ ଭଟ୍ଟ
ଏଡିଟର୍, ଇଟିଭି ଭାରତ
ହାଇଦ୍ରାବାଦ:ରାମୋଜୀ ରାଓ, ଯାହାଙ୍କୁ ଆମେ ଚେୟାରମ୍ୟାନ ଗାରୁ(ତେଲୁଗୁରେ ଗାରୁ ଅର୍ଥ ଜୀ ବା ସାର୍) ବୋଲି ସମ୍ବୋଧନ କରିଥାଉ । ସେ ହେଉଛନ୍ତି ଜଣେ ଦୂରଦର୍ଶୀ ସମ୍ପନ୍ନ ବ୍ୟକ୍ତିତ୍ବ । ଆଉ ମିଡିଆ ଜଗତକୁ ଗଢି ତୋଳିବାରେ ତାଙ୍କର ରହିଛି ଉଲ୍ଲେଖନୀୟ ଅବଦାନ । ସେ ଭାରତୀୟ ସାମ୍ବାଦିକମାନଙ୍କ ପାଇଁ ନିଜ ମାତୃଭାଷାରେ ଖବର ପରିବେଷଣ କରିପାରିବାର ପ୍ଲାଟଫର୍ମ ଯୋଗାଇଛନ୍ତି । ତାଙ୍କ ସହ ୬ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାମ କରିବାର ସୁଯୋଗ ମିଳିଛି । ସମ୍ପାଦକୀୟ ସମ୍ବନ୍ଧରେ ତାଙ୍କ ସହ ଆଲୋଚନା ହୋଇଛି । ସେ ସମୟରେ ତାଙ୍କ ଚିନ୍ତା, ଭାବନା ଓ ତୀକ୍ଷ୍ମ ବୁଦ୍ଧି ପରିଲକ୍ଷିତ ହୋଇଥାଏ । ସତେ ଯେମିତି ନିଶ୍ବାସ ପ୍ରଶ୍ବାସ ନେବା ଭଳି ଅତି ସହଜରେ ସେ କଠିନରୁ କଠିନ ରଚନାତ୍ମକ ଚିନ୍ତାଧାରା ପରିବେଷଣ କରିଥାନ୍ତି । ସମସ୍ୟାର ସମାଧାନ ଦିଗରେ ଯଥେଷ୍ଟ ଅଭିଜ୍ଞତା ଥିବା ଏହି ବ୍ୟକ୍ତିତ୍ବ ଜ୍ଞାନ ଆହରଣର କେନ୍ଦ୍ର । ଜୀବନରେ ସବୁ ପରୀକ୍ଷା ନୀରିକ୍ଷାକୁ ସାମନା କରିବାବେଳେ ସେ ଉପଭୋଗ କରିବାକୁ ଭୁଲି ନଥିଲେ । ଯତ୍ନର ସହ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବାର କ୍ଷମତା ପାଇଁ ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ସବୁ ପରିସ୍ଥିତିକୁ ୩୬୦ ଡିଗ୍ରୀ ଭଳି ପ୍ରତି ଦିଗରୁ ପରଖୁଥିଲେ ଆଉ ଆକଳନ କରୁଥିଲେ । ଏହି ଦୃଷ୍ଟିକୋଣ ଯୋଗୁ କେବଳ ମଜବୁତ ନୁହେଁ, ଜଣେ ସଫଳ ବ୍ୟକ୍ତି ହୋଇପାରିଥିଲେ । ଯେତେବେଳେ ଡିଜିଟାଲ ମିଡିଆର ଆରମ୍ଭ ହୋଇଥିଲା, ସେତେବେଳେ ସେ ଏକ ରଣନୀତି ପ୍ରସ୍ତୁତ କରିଥିଲେ । ଆଧୁନିକ ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଦ୍ବାରା ଏହି ରଣନୀତି କାର୍ଯ୍ୟକାରୀ କରାଯାଇଥିଲା । ସେ ଭାରତର ପ୍ରଥମ ବ୍ୟକ୍ତି ଯିଏକି ଏକ ବିସ୍ତୃତ ପ୍ଲାଟଫର୍ମ ବିକଶିତ କରିଥିଲେ । ଯାହାର ନାଁ ହେଉଛି 'ଇଟିଭି ଭାରତ' । ଏହି ଡିଜିଟାଲ ମିଡିଆରେ ଇଂରାଜୀ ସମେତ 13ଟି ଭାରତୀୟ ଭାଷାରେ ସମ୍ବାଦ ଉପସ୍ଥାପନ କରାଯାଉଛି । ତାଙ୍କର ଦୂରଦୃଷ୍ଟି ଥିଲା ଯେ ଆଗାମୀ ସମୟ ଡିଜିଟାଲ ମିଡିଆର ଯୁଗ ହେବ । ତେଣୁ ଭିଡିଓ ଏଡିଟିଂ ସଫ୍ଟୱେର୍ ସହିତ ସଜ୍ଜିତ ମୋବାଇଲ ଡିଭାଇସ ଓ ସାମ୍ବାଦିକ ତଥା ପ୍ରତିନିଧୀଙ୍କର ଏତେ ବଡ଼ ନେଟୱାର୍କ ଥିବା ଏହା ହେଉଛି ପ୍ରଥମ ମିଡିଆ ସଂସ୍ଥା । କିପରି ସହଜରେ ଫୁଟେଜ୍ ରେକର୍ଡ ଏବଂ ପ୍ରସାରଣ ସହ ଯେକୌଣସି ସ୍ଥାନରୁ ଲାଇଭ ନ୍ୟୁଜ ହୋଇପାରିବ ସେଥିପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି ହୋଇଥିଲା । ସେ ଜଣେ ମହାନ ଯୋଜନାକାର ଥିଲେ, ଯିଏକି କୌଣସି ନିବେଶ କରିବା ପୂର୍ବରୁ ଏହାର ପରିଣାମ ସହଜରେ ଆକଳନ କରିପାରୁଥିଲେ ।