ଓଡିଶା

odisha

ETV Bharat / opinion

Opinion: ଟ୍ରମ୍ପ 2.0ରେ ଦାଗୀ ବ୍ୟକ୍ତିଙ୍କ ଚୟନ ଅରାଜକତା ସୃଷ୍ଟି କରିପାରେ - TAINTED TEAM PICKS BY TRUMP

କ୍ୟାବିନେଟ ଏବଂ ପ୍ରଶାସନିକ ପଦବୀରେ ଦାଗୀ ଓ ବିବାଦୀୟ ବ୍ୟକ୍ତିଙ୍କୁ ଚୟନ ପରେ ପ୍ରଶ୍ନବାଚୀରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସ ? ଇଟିଭି ଭାରତ ସଂପାଦକ ବିଲାଲ ଭଟ୍ଟଙ୍କ ଆଲେଖ୍ୟ ।

TRUMP SECOND TERM
TRUMP SECOND TERM (ETV Bharat Odisha)

By Bilal Bhat

Published : Nov 20, 2024, 1:23 PM IST

ହାଇଦ୍ରାବାଦ: ଆମେରିକାରେ ଟ୍ରମ୍ପ ଯୁଗ । ୪ ବର୍ଷ ବ୍ୟବଧାନ ପରେ ପୁଣିଥରେ କ୍ଷମତା ହାତେଇଛନ୍ତି ରିପବ୍ଲିକାନ ପ୍ରେସିଡେଣ୍ଟ ଇଲେକ୍ଟ । ୨୦୨୫ ଜାନୁଆରୀ ୨୦ରୁ ହ୍ବାଇଟ ହାଉସରେ ଆନୁଷ୍ଠାନିକ ଭାବେ ଚାଲିବ ଟ୍ରମ୍ପ ଶାସନ । ଏହା ପୂର୍ବରୁ ନିଜ ଶାସନ ବ୍ୟବସ୍ଥାରେ ବିଭିନ୍ନ ବ୍ୟକ୍ତିଙ୍କୁ ସାମିଲ ପ୍ରକ୍ରିୟା ଆରମ୍ଭ କରିଛନ୍ତି ପ୍ରେସିଡେଣ୍ଟ ଡେଜିଗନେଟ ଟ୍ରମ୍ପ । ଟ୍ରମ୍ପ ପ୍ରଶାସନରେ ପ୍ରମୁଖ ପୋର୍ଟଫୋଲିଓ (key Portfolio)ରେ ସାମିଲ ହେଉଥିବା ବ୍ୟକ୍ତି ବିଶେଷଙ୍କ ଇତିହାସ ଉପରେ ନଜର ପକାଇଲେ, ଦାଗୀ ( Tainted) ବା ବିବାଦୀୟ ବ୍ଯକ୍ତିଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ସେମାନଙ୍କ ମଧ୍ୟରେ କେତେକ କ୍ୟାପିଟଲ ହିଲ୍ ବିକ୍ଷୋଭ ପ୍ରଦର୍ଶନରେ ଜଡ଼ିତ ଥିବା ବେଳେ, ଆଉ କେତେକ ନାବାଳିକାଙ୍କ ସହ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ । ଏମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି , ଯାହାଙ୍କୁ ଶତ୍ରୁର ବନ୍ଧୁ ଭାବେ ଗଣାଯାଏ । ତାଙ୍କ ବିରୋଧରେ ଦେଶର ବିଚାରଧାରା ସହିତ ତାଳମେଳ ନଥିବା ସଙ୍ଗୀନ ଅଭିଯୋଗ ରହିଛି । ଏହାଛଡ଼ା ଟ୍ରମ୍ପଙ୍କ ଆଉ ଏକ ପସନ୍ଦ, ଯାହା କି ଜଣେ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ଭଳି ଗମ୍ଭୀର ଆରୋପ ଲାଗିଥିଲା ଏବଂ ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କୁ ମୋଟା ଅଙ୍କର ଟଙ୍କା ଦେଇ ମାମଲାକୁ ରଫା ଦଫା କରିବାକୁ ଚେଷ୍ଟା କରିଥିଲେ ।

ଶୀର୍ଷରେ ବସିଥିବା କିଛି ବ୍ୟକ୍ତିଙ୍କ କହିବା କଥା, ପ୍ରେସିଡେଣ୍ଟ ଟ୍ରମ୍ପ ଆଗାମୀ ସରକାରରେ ବିଭିନ୍ନ ପଦ ପଦବୀ ପାଇଁ ଯେଭଳି ବ୍ୟକ୍ତି ବିଶେଷଙ୍କୁ ଚୟନ କରାଯାଉଛି , ଏଥିରେ ସରକାର ପାଇଁ ଭୟ ଏବଂ ବିପଦ (Endanger Fear) ସୃଷ୍ଟି ହୋଇପାରେ । ସେମାନେ ଏହି ବାକ୍ୟାଂଶର ଶ୍ରେୟ ଦାଗୀମାନଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ କରିଛନ୍ତି ଏବଂ ବିଶ୍ବାସ କରୁଛନ୍ତି ଯେ, ଟ୍ରମ୍ପଙ୍କ ଏଭଳି ନିଯୁକ୍ତି ଆମେରିକାବାସୀଙ୍କୁ ଅଧିକ ଭୁଲ କରିବା ପାଇଁ ଉତ୍ସାହିତ କରିବ । ଯେଉଁ କ୍ଷେତ୍ରରେ ସେମାନେ ଅଭିଯୁକ୍ତ ହୋଇ ପରେ ମୁକ୍ତ ହୋଇଛନ୍ତି ।

ଶିଶୁ ଚାଲାଣ ହେଉ କିମ୍ବା ମିଥ୍ୟା ପ୍ରଚାର, ଦେଶ ଉପରେ ଉଭୟ ପ୍ରସଙ୍ଗର ଗଭୀର ପ୍ରଭାବ ରହିଛି । ମିଥ୍ୟା ସୂଚନା ସମ୍ଭବତଃ ଗଣମାଧ୍ୟମ ଉପରେ ଭାରି ପଡ଼ିପାରେ । ଏହାଦ୍ବାରା ଭୁଲ ସୂଚନା ସହିତ ଲୋକଙ୍କ ମଧ୍ୟରେ ଏକ ସହମତ ବାସ୍ତବତା ଭାବେ ଦୃଶ୍ୟମାନ ହେବ । ଯେତେବେଳେ ମିଥ୍ୟାବାଦୀଙ୍କ ମହିମାମଣ୍ଡନ କରାଯାଏ, ଘୃଣ୍ୟ ବ୍ୟକ୍ତି ଏବଂ ଯୌନ ଶୋଷଣକାରୀ ସରକାର ଚଲାଇବାରେ ବଡ଼ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି, ସେତେବେଳେ ଆମେରିକା ଭଳି ଗଣତନ୍ତ୍ର ରାଷ୍ଟ୍ରର ମୂଳ ଦୂଆ ଦୋହଲିଯିବା ସହ ସମାନ । ଏହାଦ୍ବାରା ବ୍ୟବସ୍ଥା ବ୍ୟାକ ଫୁଟ୍ କୁ ଆସିଯାଏ ଏବଂ ବିଶୃଙ୍ଖଳା ଓ ଅରାଜକତା ନୂଆ ବ୍ୟବସ୍ଥା ପାଲଟିଯାଏ ।

ଷ୍ଟିଫେନ କେ. ବାନୋନ (Stephen K. Bannon): ଷ୍ଟିଫେନ ହେଉଛନ୍ତି ସେହି ବ୍ୟକ୍ତି ଯିଏ, କ୍ୟାପିଟଲ ହିଲ ହଙ୍ଗାମା ମାମଲାରେ ୪ ମାସ ଜେଲ ଯାଇଥିଲେ । ସେ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଠିକ୍ ପୂର୍ବରୁ ଜେଲରୁ ବାହାରିବା ସହ ଟ୍ରମ୍ପଙ୍କ ପାଇଁ ପ୍ରଚାର କରିଥିଲେ । ସେ ନିଜର ଲୋକପ୍ରିୟ ପୋଡକାଷ୍ଟ ୱାର୍ ରୁମ୍ (War Room) ମାଧ୍ୟମରେ ଜୋରଦାର ପ୍ରଚାର କରିଥିଲେ । ଷ୍ଟିଫେନ ହେଉଛନ୍ତି ସେହି ପୋଡ କାଷ୍ଟର (Podcaster), ଯାହାଙ୍କ ଉପରେ ଟାଇମ ମ୍ୟାଗାଜିନ (Time magazine) ଏକ ଷ୍ଟୋରି ଛାପିଥିଲା । ଯେଉଁଥିରେ ତାଙ୍କୁ ବିଶ୍ବର ଦ୍ବିତୀୟ କ୍ଷମତାଶାଳୀ ବ୍ୟକ୍ତି ଭାବେ ଦର୍ଶାଇଥିଲା । ଷ୍ଟିଫେନ ହେଉଛନ୍ତି ଜଣେ ବିଚକ୍ଷଣ ପୋଡ କାଷ୍ଟର । ସେ ହାୱାର୍ଡ ବିଶ୍ବବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିବା ବେଳେ, ଆମେରିକା ନୌସେନାରେ କିଛି ବର୍ଷ ଚାକିରି ମଧ୍ଯ କରିଥିଲେ । ତେବେ ତାଙ୍କ ନାଁରେ ଭୁଲ ତଥ୍ୟ ପ୍ରଚାର ଭଳି ସଙ୍ଗୀନ ଅଭିଯୋଗ ରହିଛି । ବ୍ରୁକିଂ ଇନଷ୍ଟିଚ୍ଯୁଟ୍ (Brookings Institute) ନିଜର ଗବେଷଣାମୂଳକ ଡକ୍ୟୁମେଣ୍ଟରେ ଉଲ୍ଲେଖ କରିଥିଲା ଯେ, ଷ୍ଟିଫେନ ମିଥ୍ୟା କହିବା ସହ ଲୋକଙ୍କୁ ଭ୍ରମିତ କରୁଥିଲେ । ଷ୍ଟିଫେନ ଏକମାତ୍ର ବ୍ୟକ୍ତି ନୁହନ୍ତି, ତାଙ୍କ ଭଳି ଏଭଳି ଏକାଧିକ ବିବାଦୀୟ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଟ୍ରମ୍ପଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ଏହା ଦର୍ଶାଉଛି ଯେ, ଟ୍ରମ୍ପଙ୍କ କ୍ୟାବିନେଟକୁ ନେଇ ଅନ୍ତଃଜ୍ଞାନ ଏବଂ ଗଣନା କିମ୍ବା ଉଭୟ ଜାଣିବା ଜରୁରୀ । ଏଠାରେ ଦକ୍ଷତା ବୈକଳ୍ପିକ (Optional) ହୋଇଥିବା ବେଳେ ଚତୁରତା ଅନିର୍ବାଜ୍ୟ ।

Steve Bannon exits Manhattan criminal court in New York, Tuesday, Nov. 12, 2024. (AP) (AP)

ଏହା ମଧ୍ୟ ପଢ଼ନ୍ତୁ-

କାଶ୍ମୀର ରାଜନୀତି: ପୁଣି କ୍ଷମତାରେ ଅବଦୁଲ୍ଲା ପରିବାର, ଅନିଶ୍ଚିତତା ଓ ଦ୍ୱନ୍ଦ୍ୱର ମିଳିତ ଅବସ୍ଥା

ଇସ୍ରାଏଲ-ହାମାସ୍ ଯୁଦ୍ଧକୁ ବର୍ଷେ ପୂର୍ତ୍ତି: ଧ୍ବଂସଲୀଳା ଜାରି, ଏବେ ବି ବନ୍ଧକ ପଣବନ୍ଦୀ - Israel Hamas War

ନେତାମାନେ ନିଜର ଦକ୍ଷତା ଏବଂ ଅନୁଭବକୁ ନେଇ ବ୍ୟବସାୟ ଚଲାଇଥାନ୍ତି । ତେବେ ଯେତେବେଳେ କୌଣସି ନିଷ୍ପତ୍ତି ଅନୁଭବ ଅଭାବ ସଦୃଶ ନିଆଯାଏ, ତାହା ଅବାଞ୍ଛିତ ପରିଣାମ ଦେଇଥାଏ । ବିନା ଦକ୍ଷତା ଦେଖି ଟ୍ରମ୍ପ ତାଙ୍କର ଅନୁଗାମୀମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଅବସ୍ଥାନ କରିଛନ୍ତି । ଏହାର ବଡ଼ ଉଦାହରଣ ହେଉଛନ୍ତି ରୋବର୍ଟ ଏଫ. କେନେଡି ଜୁନିୟର (Robert F. Kennedy Jr.)। ରୋବର୍ଟ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ଯ ମନ୍ତ୍ରାଳୟ ସମ୍ଭାଳିବାକୁ ଯାଉଛନ୍ତି । ଯିଏ କି କୋଭିଡ-୧୯ ମହାମାରୀ ସମୟରେ କୋଭିଡ ଟୀକାକୁ ନେଇ ସନ୍ଦେହ ପ୍ରକଟ କରିଥିଲେ । ଏହାଛଡ଼ା ତାଙ୍କର ସ୍ବାସ୍ଥ୍ଯ ସଂପର୍କରେ ବିଶେଷ ଅଭିଜ୍ଞତା ମଧ୍ୟ ନାହିଁ ।

FILE - Robert F. Kennedy Jr., speaks before Republican presidential nominee former President Donald Trump at a campaign event Nov. 1, 2024, in Milwaukee. (AP) (AP)

ଟ୍ରମ୍ପଙ୍କ କ୍ୟାବିନେଟ ଚୟନ ନିଷ୍ପତ୍ତିରୁ ଜଣାପଡ଼ୁଛି ଯେ, ତାଙ୍କର ନିର୍ଣ୍ଣୟ ପ୍ରକ୍ରିୟା ପଛରେ କୌଣିସି ଠୋସ ତର୍କ ବା ଯୁକ୍ତିର ଆଧାର ନାହିଁ । ମାର୍କୋ ରୁବିଓ ( Marco Rubio) ହେଉଛନ୍ତି କ୍ୟୁବାର ପ୍ରବାସୀ । ତାଙ୍କ ବାପା କ୍ୟୁବାର କ୍ରାନ୍ତିକାରୀଙ୍କ ନିର୍ଯାତନାରୁ ବଞ୍ଚିବା ପାଇଁ ଦେଶରୁ ପଳାୟନ କରିଥିଲେ । ସେ ହେଇଛନ୍ତି ଜଣେ କମ୍ୟୁନିଷ୍ଟ ବିରୋଧୀ ରାଜନେତା । ଟ୍ରମ୍ପଙ୍କ ଏଜେଣ୍ଡାରେ ପ୍ରମୁଖ ଥିଲା ଅନୁପ୍ରବେଶକାରୀ ପ୍ରସଙ୍ଗ । ଯଦିଓ ବର୍ତ୍ତମାନ ସମୟରେ ରୋବିଓଙ୍କୁ ପ୍ରବାସୀ କୁହାଯାଇପାରିବ ନାହିଁ, ତଥାପି ଏବେ ବି ତାଙ୍କଠାରେ ଅନୁପ୍ରବେଶକାରୀ ଟ୍ଯାଗ ରହିଛି ।

Sen. Marco Rubio, R-Fla., arrives before Republican presidential nominee former President Donald Trump speaks at a campaign rally in Allentown, Pa., Tuesday, Oct. 29, 2024. (AP) (AP)

ଟିମ୍ ଟ୍ରମ୍ପରେ ଅନ୍ୟ ଜଣେ ପ୍ରମୁଖ ବ୍ୟକ୍ତି ହେଲେ ମାଟ ଗାଏଜ (Matt Gaetz) । ତାଙ୍କୁ ଆଟର୍ଣ୍ଣି ଜେନେରାଲ ପଦ ପାଇଁ ଚୟନ କରିଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି । ମାଟ ଏକଦା ଶିଶୁ ନିର୍ଯାତନା ମାମଲାକୁ ସମର୍ଥନ କରିଥିଲେ । ସେହିପରି ୮ ବର୍ଷ ପୂର୍ବେ ତାଙ୍କ ବିରୋଧରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲା ଆସିଥିଲା । ଜଣେ ମହିଳା ମାଟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ତାଙ୍କ ଅଭିଯୋଗ ଥିଲା ଯେ " ଫ୍ଲୋରିଡାରେ ଏକ ପାର୍ଟିରେ ମାଟ ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିଲେ । ତେଣୁ ଆଟର୍ଣ୍ଣି ଜେନେରାଲଙ୍କ ଛବି ଖରାପ ହେବ ଏବଂ ଭବିଷ୍ୟତରେ ଏଭଳି କାଣ୍ଡକୁ ଏକ ଯୋଗ୍ୟତା ରୂପେ ନିଆଯାଇପାରେ " ।

Matt Gaetz arrives before President-elect Donald Trump speaks during an America First Policy Institute gala at his Mar-a-Lago estate, Thursday, Nov. 14, 2024, in Palm Beach, Fla. (AP) (AP)

ଟ୍ରମ୍ପଙ୍କ ଅନ୍ୟଜଣେ ପସନ୍ଦ ହେଉଛନ୍ତି ପେଟେ ହେଗସେଥ୍ (Pete Hegseth)। ତାଙ୍କୁ ପ୍ରତିରକ୍ଷା ସଚିବ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ବସାଇବାକୁ ଯାଉଛନ୍ତି ଟ୍ରମ୍ପ । ଏକ ଯୌନ ନିର୍ଯାତନା ମାମଲାରେ ପୀଡ଼ିତାଙ୍କ ମୁହଁ ବନ୍ଦ କରିବା ପାଇଁ ସେ ଟଙ୍କା ଲାଞ୍ଚ ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ଏହା ୨୦୧୭ ମସିହାର ଘଟଣା । ପେଟେ ହେଗସେଥ୍ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କୁ ନିରବ ରଖିବା ପାଇଁ ତାଙ୍କୁ ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ପେଟେ ଏହାକୁ ଯୌନ ନିର୍ଯାତନା ନୁହେଁ, ବରଂ ସହମତିରେ ଯୌନ ସଂପର୍କ ବୋଲି ଦର୍ଶାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ-

Opinion: ଟ୍ରମ୍ପ 2.0ରେ ଆମେରିକା ବୈଦେଶିକ ନୀତି, ବିଶ୍ବରେ କ'ଣ ପ୍ରଭାବ ପକାଇବ ?

Opinion: ଆମେରିକାରେ କ୍ଷମତା ପରିବର୍ତ୍ତନ ପରେ ଟ୍ରମ୍ପ, ଟ୍ରୁଡୋ ଓ ମୋଦି

ଟ୍ରମ୍ପଙ୍କ ପରବର୍ତ୍ତୀ ପସନ୍ଦ ତୁଲସୀ ଗବାର୍ଡ ( Tulsi Gabbard)। ଗବାର୍ଡଙ୍କୁ ଗୁଇନ୍ଦା ଦାୟିତ୍ବରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଚାରଧାରାକୁ ସେ ସମର୍ଥନ କରୁଥିବା ଅଭିଯୋଗ ରହିଛି । ବିଶ୍ଳେଷକଙ୍କ କହିବା କଥା, ଗବାର୍ଡଙ୍କ ନିଯୁକ୍ତି, ଋଷିଆ ପାଇଁ ବଡ଼ ଫାଇଦା ହୋଇପାରେ । ଟ୍ରମ୍ପଙ୍କ ଟିମରେ ତୁଲସୀଙ୍କୁ ଗୁଇନ୍ଦା ବିଭାଗ ଦାୟିତ୍ବ ମିଳିବା କଥା ଯେତେବେଳେ ଜଣାପଡ଼ିଲା, ସେତେବେଳେ ଆମେରିକାବାସୀ ସ୍ତବ୍ଦ ହୋଇଯାଇଥିଲେ । ତାଙ୍କ ନିଯୁକ୍ତିକୁ ଋଷିଆ ପ୍ଲାନ ( A Russia plan) ବୋଲି କହିବାକୁ ଲାଗିଲେ ।

FILE - Former Democratic Rep. Tulsi Gabbard answers a question during a campaign event, Sept. 14, 2024, in Glendale, Ariz. (AP) (AP)

ଟ୍ରମ୍ପଙ୍କ ଟିମରେ ସାମିଲ ହୋଇଛନ୍ତି ଆରବପତି ଏଲନ ମସ୍କ । ତେବେ ତାଙ୍କ ନାଁ ଗଣମାଧ୍ୟମରେ ବିଶେଷ ଚର୍ଚ୍ଚା ହୋଇନଥିଲା । କାରଣ ଅଧିକାଂଶ ବିଶ୍ଳେଷକ ଏବଂ ପର୍ଯ୍ୟବେକ୍ଷକଙ୍କ ନଜର ଟ୍ରମ୍ପଙ୍କ ଅନ୍ୟ ବ୍ୟକ୍ତି ବିଶେଷଙ୍କ ନିଯୁକ୍ତି ଉପରେ ହିଁ ଥିଲା । ଏଲନ ମସ୍କ ଏବଂ ବିବେକ ରାମାସ୍ବାମୀ ଓଭରସିଜ ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନସି (DOGE) ଦାୟିତ୍ବ ତୁଲାଇବେ । ଏହି ଦୁଇ ବ୍ୟକ୍ତିତ୍ବଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଛନ୍ତି ଟ୍ରମ୍ପ । ତେବେ ଟ୍ରମ୍ପଙ୍କ 2.0ରେ ପସନ୍ଦ ବ୍ୟକ୍ତି ବିଶେଷଙ୍କ ସାମିଲ ସମେତ ସମସ୍ତ ପ୍ରକ୍ରିୟାକୁ ନେଇ କଣ ରହିବ ଭାରତର ଭୂମିକା ? ସରକାର ଗଠନ ଏବଂ ନିଯୁକ୍ତି ପ୍ରକ୍ରିୟାରେ ଆଉ କିଛି ନୂଆ ବୋମା ପକାଇ ଆଶ୍ଚର୍ଯ୍ୟ ଚକିତ କରିବେ କି ପ୍ରେସିଡେଣ୍ଟ ଇଲେକ୍ଟ ଡୋନାଲ୍ଡ ଟ୍ରମ୍ପ ?

ସଂପାଦକୀୟ ....

ABOUT THE AUTHOR

...view details