ଓଡିଶା

odisha

ETV Bharat / lifestyle

ଧନଧାନ୍ୟ-ସୁଖ-ସମୃଦ୍ଧିରେ ଭରିଯିବ ଘର, ରହିବନି ଅଶାନ୍ତି: ଆପଣନ୍ତୁ ଏହି 5 ବାସ୍ତୁ ଟିପ୍ସ

ବାସ୍ତୁ ଦୋଷ ରହିଲେ ଘରେ ସବୁବେଳେ ଆର୍ଥିକ ସମସ୍ୟା ଓ ଅଶାନ୍ତି ଲାଗି ରହେ । ଏହିସବୁ ବାସ୍ତୁ ଟିପ୍ସ ଆପଣାଇଲେ ଧନଧାନ୍ୟ, ସୁଖ ସମୃଦ୍ଧିରେ ଭରିଯାଏ ଘର ।

By ETV Bharat Odisha Team

Published : 4 hours ago

ଧନଧାନ୍ୟ-ସୁଖ-ସମୃଦ୍ଧିରେ ଭରିଯିବ ଘର
ଧନଧାନ୍ୟ-ସୁଖ-ସମୃଦ୍ଧିରେ ଭରିଯିବ ଘର (ETV Bharat)

Vastu tips for prosperity: ବହୁ ପୁରାତନ କାଳରୁ ବାସ୍ତୁ ଶାସ୍ତ୍ରର ବିଶେଷ ଗୁରୁତ୍ବ ରହିଆସିଛି । ସାଧାରଣତଃ ଘରଟିଏ ତିଆରି କଲାବେଳେ ପ୍ରତ୍ୟେକ ଲୋକ ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତିଟି ଜିନିଷ କରିଥାନ୍ତି । ଘରର କେଉଁ ସ୍ଥାନରେ ଆସବାବପତ୍ର ରହିବ, କେଉଁପଟେ ରୋଷେଇ ଘର, କେଉଁଠି ସିଡି ସବୁକିଛି ବାସ୍ତୁ ଶାସ୍ତ୍ର ଅନୁସାରେ କରାଯାଏ । କାରଣ ବାସ୍ତୁ ଦୋଷ ରହିଲେ ଘରେ ସର୍ବଦା ସମସ୍ୟା ଲାଗେ ରହେ । ଯେତେ ଟଙ୍କା ରୋଜଗାର କଲେ ଅଣ୍ଟେନି ଓ ମାନସିକ ଅଶାନ୍ତି ସୃଷ୍ଟି ହୁଏ । ତେଣୁ ଘରେ ଧନଧାନ୍ୟ, ସୁଖ ଓ ସମୃଦ୍ଧି ଆଣିବାରେ ବାସ୍ତୁ ଶାସ୍ତ୍ର ଅତ୍ୟନ୍ତ ପ୍ରଭାବଶାଳୀ ବିବେଚନା କରାଯାଏ ।

ବାସ୍ତୁ ଶାସ୍ତ୍ରରେ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଅନେକ ଉପାୟ କୁହାଯାଇଛି । ଏହି ଉପାୟକୁ ଆପଣାଇ ଘରେ ସୁଖ ସମୃଦ୍ଧି ଆଣିପାରିବେ । ଚାଲନ୍ତୁ ଜାଣିବା କିଛି ବାସ୍ତୁ ଟିପ୍ସ ବିଷୟରେ...

ଦିଗ ଅନୁସାରେ ରଙ୍ଗ ବାଛନ୍ତୁ:

ଦିଗ ଅନୁସାରେ ନିଜ ଘର ରୁମଗୁଡିକର ରଙ୍ଗ ଚୟନ କରିବା ଉଚିତ୍ । ରୁମ୍‌ର ପୂର୍ବ ଦିଗରେ ହାଲକା ନୀଳ ରଙ୍ଗ, ଉତ୍ତରରେ ସବୁଜ, ପଶ୍ଚିମ ଦିଗରେ ନୀଳ ଓ ଦକ୍ଷିଣ ଦିଗରେ ଲାଲ୍ ରଙ୍ଗ ଦେବା ଉଚିତ୍ । ଏପରି କଲେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

ଟ୍ୟାପ୍ ଭଲ ଭାବେ ବନ୍ଦ କରନ୍ତୁ:

ଟ୍ୟାପ୍‌ରୁ ପାଣି ବୁନ୍ଦା ବୁନ୍ଦା ପଡିବାକୁ ବାସ୍ତୁ ଶାସ୍ତ୍ରରେ ଅଶୁଭ ମନେ କରାଯାଏ । ଏହାଦ୍ବାରା ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହେ । ଯେତେ ରୋଜଗାର କଲେ ଅଣ୍ଟେନି । ତେଣୁ ସବୁବେଳେ ଭଲ ଭାବେ ଟ୍ୟାପ୍ ବନ୍ଦ କରିବା ଉଚିତ୍ । କୌଣସି ଟ୍ୟାପ୍ ଖରାପ ହୋଇ ପାଣି ବୁନ୍ଦା ପଡିଲେ ଏହାକୁ ତୁରନ୍ତ ଠିକ୍ କରାନ୍ତୁ ।

ଏଥିସହ ଘରର କେଉଁ ପଟେ ପାଣି ଟାଙ୍କି ରହିବା ଉଚିତ୍ ତାହା ମଧ୍ୟ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି । ଘରେ ସବୁବେଳେ ପାଣିଟାଙ୍କି ଦକ୍ଷିଣ, ଦକ୍ଷିଣ-ପୂର୍ବ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଉଚିତ୍ । ଏହି ଦିଗରେ ଟାଙ୍କି ରହିଲେ ଧନ ଲାଭ ସ୍ଥିତି ହୋଇଥାଏ ।

କବାଟ ଓ ଝରକା:

ବାସ୍ତୁ ଅନୁସାରେ, ଘରର କବାଟ ଓ ଝରକା ସବୁବେଳେ ସଫାସୁତୁରା ରଖିବା ଆବଶ୍ୟକ । ସକାଳ, ସନ୍ଧ୍ୟାରେ ଝରକା ଖୋଲା ରଖନ୍ତୁ । ଏଥିସହ ଘରର ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗକୁ ସବୁବେଳେ ଖୋଲା ରଖନ୍ତୁ । ଏଦି ଦିଗରୁ ଖରା ଓ ପବନ ଘରେ ପ୍ରବେଶ କରିବା ଆବଶ୍ୟକ । ଏହାଦ୍ବାରା ଘରେ ସକରାତ୍ମକ ଶକ୍ତିର ପ୍ରବାହ ହୋଇଥାଏ ଓ ଶାନ୍ତି ବଜାୟ ରହେ ।

ଘରକୁ ବ୍ୟବସ୍ଥିତ ରଖନ୍ତୁ:

ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଅବ୍ୟବସ୍ଥିତ ଓ ଅପରିସ୍କାର ରହିଲେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହେ । ତେଣୁ ଘରକୁ ସର୍ବଦା ସଫାସୁତୁରା ଓ ବ୍ୟବସ୍ଥିତ ରଖନ୍ତୁ । ଏହାଦ୍ବାରା ଘରେ ଲକ୍ଷ୍ମୀ ବାସ କରନ୍ତି । ବିଶେଷକରି ଘରର ଉତ୍ତର ଦିଗକୁ ବ୍ୟବସ୍ଥିତ ରଖିଲେ ଧନଧାନ୍ୟ ବୃଦ୍ଧି ହୋଇଥାଏ ।

ଏହି ଦିଗରେ ଆଲମିରା:

ବାସ୍ତୁ ଶାସ୍ତ୍ରରେ ଘରର ଆଲମିରା ରଖିବା ସ୍ଥାନ ମଧ୍ୟ କୁହାଯାଇଛି । ଏହା ଅନୁସାରେ, ଆଲମିରା ସବୁବେଳେ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗ ଆଡକୁ ରଖିବା ଉଚିତ୍ । ଏମିତି ଆଲମିରା ରଖନ୍ତୁ ଯେମିତି ଏହାର ଡୋର୍ ଉତ୍ତର ଦିଗ ଆଡକୁ ଖୋଲା ରହୁଥିବ । ଏପରି କଲେ ଧନ ଲାଭର ଯୋଗ ହୁଏ ।

ଏହା ମଧ୍ୟ ପଢନ୍ତୁ:ରାତାରାତି ଦୂର ହୋଇଯିବ କାଖ ତଳ କଳାଦାଗ, କରନ୍ତୁ ଏହି ଘରୋଇ ଉପାୟ

ଏହା ମଧ୍ୟ ପଢନ୍ତୁ:40 ପରେ କାହିଁକି ବନ୍ଦ ହୋଇଯାଏ ମହିଳାଙ୍କ ଋତୁସ୍ରାବ ?

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ବିଶ୍ବାସ ଓ ସୂଚନା ଉପରେ ଆଧାରିତ । ଏନେଇ ଇଟିଭି ଭାରତ ଆଦୌ ସ୍ପଷ୍ଟୀକରଣ ଦିଏ ନାହିଁ । ଏହା ଉପରେ ବିଶ୍ବାସ କରିବା ପୂର୍ବରୁ ଏଥିସହ ଜଡିତ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

ABOUT THE AUTHOR

...view details