ETV Bharat / lifestyle

ରବିବାରକୁ କରନ୍ତୁ ମଜାଦାର, ଘରେ ବନାନ୍ତୁ KFC ଷ୍ଟାଇଲ ଫ୍ରାଏଡ ଚିକେନ - FRIED CHICKEN RECIPE

ରବିବାର ସନ୍ଧ୍ୟାକୁ କରନ୍ତୁ ମଜାଦାର । ଘରେ ବନାନ୍ତୁ ପୁରା କେଏଫସି ଷ୍ଟାଇଲରେ କ୍ରିସପି ଫ୍ରାଏଡ ଚିକେନ । ରେସିପି ଜାଣିବା ପାଇଁ ଏଠାରେ ପଢନ୍ତୁ

ଘରେ ବନାନ୍ତୁ KFC ଷ୍ଟାଇଲ କ୍ରିସପି ଫ୍ରାଏଡ ଚିକେନ
ଘରେ ବନାନ୍ତୁ KFC ଷ୍ଟାଇଲ କ୍ରିସପି ଫ୍ରାଏଡ ଚିକେନ (ETV Bharat)
author img

By ETV Bharat Lifestyle Team

Published : Dec 15, 2024, 5:00 PM IST

ସବୁ ନନ୍‌ଭେଜ ପ୍ରେମୀଙ୍କ ପ୍ରିୟ ଚିକେନ । ସନ୍ଧ୍ୟାବେଳେ ସମସ୍ତେ ବଜାରଘାଟରେ ଚିକେନ ରୋଲ, ପକୋଡା ଭଳି ଆଇଟମ ଖୋଜିଥାନ୍ତି । ଆଉ ଯଦି କେଏଫସି ଷ୍ଟାଇଲ ଫ୍ରାଏଡ ଚିକେନ ମିଳିଯାଏ ତ ମଜା ଆସିଯାଏ । ବିଶେଷକରି ଆଜି ରବିବାର ଭଳି ନଜଭେଜ୍ ବାରରେ ସମସ୍ତଙ୍କର କିଛି ନା କିଛି ଚିକେନ ଆଇଟମ ଖାଇବାକୁ ମନ ଥାଏ । ଯଦି ଆପଣଙ୍କୁ ମଧ୍ୟ ଚିକେନ ଖାଇବା ପସନ୍ଦ ତାହେଲେ କୌଣସି ବଜାରକୁ ଯିବା ଦରକାର ନାହିଁ । ନିଜ ଘରେ ବନାଇପାରିବେ କେଏଫସି ଷ୍ଟାଇଲ ଫ୍ରାଏଡ ଚିକେନ । ଚାଲନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ କରିବେ

ଆବଶ୍ୟକୀୟ ସାମଗ୍ରୀ:

ଚିକେନ- ଲେଗ୍ ପିସ୍ ନେଇପାରିବେ

ଅଦା ରସୁଣ ପେଷ୍ଟ- ଏକ ଚାମଚ

ଗୋଲମରିଚ ଗୁଣ୍ଡ

ଲଙ୍କାଗୁଣ୍ଡ

ହଳଦୀ ଗୁଣ୍ଡ

ଲୁଣ ସ୍ବାଦ ଅନୁସାରେ

ଅରଗାନୋ

ମଇଦା

କର୍ନଫ୍ଲୋର

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ପାତ୍ରରେ ଚିକେନ ଲେଗ୍ ପିସ୍ ନେଇ ଏହାକୁ ଏକ ଚାମଚ ସାହାଯ୍ୟ ଟିକେ ଟିକେ କଣା କରନ୍ତୁ । ଯେମିତି ମସାଲା ଚିକେନ ସହ ଭଲ ଭାବେ ମିଶିପାରିବ ।
  • ଏବେ ଏହି ଚିକେନରେ ଗୋଟିଏ ଚାମଚ ଲେମ୍ବୁ ରସ, ଅଧା ଚାମଚ ଗୋଲମରିଚ ଗୁଣ୍ଡ, କାଶ୍ମୀର ଲଙ୍କା ପାଉଡର, ଲୁଣ, ଅଦା ରସୁଣ ପେଷ୍ଟ, ଅରଗାନୋ ପକାଇ ହାତରେ ଭଲ ଭାବେ ଗୋଳାନ୍ତୁ ଏବଂ ଏହାକୁ ମ୍ୟାରିନେଟ ହେବାକୁ 4 ଘଣ୍ଟା ଛାଡି ଦିଅନ୍ତୁ ।
  • ଆଉ ଏକ ପାତ୍ରରେ ଗୋଟିଏ ବଡ କପ୍ ମଇଦା, ଅଧା କପ୍ କର୍ନଫ୍ଲୋର ନିଅନ୍ତୁ । ଏଥିରେ ଲୁଣ, ଲଙ୍କା ପାଉଡର, ଗୋଲମରିଚ ଗୁଣ୍ଡ, ଅଳ୍ପ ବେକିଂ ପାଉଡର, ଅଧା ଚାମଚ ରସୁଣ ପାଉଡର ମିଶାଇ ହାତରେ ଗୋଳାନ୍ତୁ ।
  • ଆଉ ଏକ ପାତ୍ରରେ ଦୁଇଟି ଅଣ୍ଡା ନିଅନ୍ତୁ । ଏଥିରେ ମଧ୍ୟ ଅଧା ଚାମଚ ଗୋଲମରିଚ ଗୁଣ୍ଡ, ଏକ ଚାମଚ ମଇଦା ଓ ଏକ ଚାମଚ କର୍ନଫ୍ଲୋର ମିଶାଇ ଗୋଳାନ୍ତୁ ।
  • ବର୍ତ୍ତମାନ ମ୍ୟାରିନେଟ କରିଥିବା ଚିକେନକୁ ଆଣି ପ୍ରଥମେ ମଇଦା ମିଶ୍ରଣରେ ଗୋଳାନ୍ତୁ । ଏହାପରେ ଅଣ୍ଡା ମିଶ୍ରଣରେ ବୁଡାଇ ପୁଣିଥରେ ମଇଦାରେ ଗୋଳାନ୍ତୁ ଏବଂ ତେଲରେ ଛାଣନ୍ତୁ ।
  • ଏହିପରି ଭାବେ ଗୋଟିଏ ପରେ ଗୋଟିଏ ଚିକେନ ପିସ୍‌କୁ ଛାଣନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ କେଏଫସି ଷ୍ଟାଇଲର କ୍ରିସପି ଫ୍ରାଏଡ ଚିକେନ ।

ଏହା ମଧ୍ୟ ପଢନ୍ତୁ: ଆପଣ ଗୋଲାପ ଚା' ପିଇଛନ୍ତି କି ? ଏମିତି ବନାନ୍ତୁ, ଶରୀରକୁ ମିଳିବ ଚମତ୍କାର ଫାଇଦା - ROSE TEA HEALTH BENEFITS

ଏହା ମଧ୍ୟ ପଢନ୍ତୁ: ଏହି ଭିଟାମିନ ଅଭାବରେ କମ୍ ବୟସରୁ ପାଚେ ଚୁଟି, ମୁଣ୍ଡ ହୋଇପାରେ ଚନ୍ଦା - VITAMIN B12

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.