ETV Bharat / lifestyle

ଏହି ଭିଟାମିନ ଅଭାବରେ କମ୍ ବୟସରୁ ପାଚେ ଚୁଟି, ମୁଣ୍ଡ ହୋଇପାରେ ଚନ୍ଦା - VITAMIN B12

କମ୍ ବୟସରୁ ଆପଣଙ୍କ ଚୁଟି ପାଚୁଛି କି ? ଶରୀରରେ ହୋଇପାରେ କିଛି ଭିଟାମିନର ଅଭାବ । ଜାଣନ୍ତୁ ଏଥିପାଇଁ ଖାଇବେ କେଉଁ ସବୁ ଖାଦ୍ୟ ?

କମ୍ ବୟସରୁ ଆପଣଙ୍କ ଚୁଟି ପାଚୁଛି କି ?
କମ୍ ବୟସରୁ ଆପଣଙ୍କ ଚୁଟି ପାଚୁଛି କି ? (ETV Bharat)
author img

By ETV Bharat Lifestyle Team

Published : Dec 15, 2024, 12:20 PM IST

Gray hair: ଚୁଟି ପାଚିବା ଏକ ପ୍ରାକୃତିକ ପ୍ରକ୍ରିୟା । ସାଧାରଣତଃ ବୟସ ବଢିବା ସହ ସବୁ ଲୋକଙ୍କ ଚୁଟି ପାଚିଥାଏ । କିନ୍ତୁ ଏବେ କମ୍ ବୟସରୁ ଯୁବକ/ଯୁବତୀଙ୍କ ଚୁଟି ପାଚି ଯାଉଥିବାର ଦେଖାଯାଉଛି । ଏମିତିକି କଲେଜ ପଢୁଆ ପିଲାମାନେ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି । ତେବେ ଏପରି ସମୟ ପୂର୍ବରୁ ଚୁଟି ପାଚିବା ପଛରେ ବିଭିନ୍ନ କାରଣ ହୋଇପାରେ, ଯଥା- ଜେନେଟିକ୍ସ ବା ଆନୁବଂଶିକ, ମାନସିକ ଚାପ, ଶରୀରରେ ପୋଷକ ତତ୍ତ୍ବର ଅଭାବ । ଆମ ଶରୀରରେ କିଛି ଭିଟାମିନ ଓ ମିନେରାଲର ଅଭାବ ହେଲେ ଚୁଟି ସହ ଜଡିତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ ।

କମ୍ ବୟସରୁ ଚୁଟି ପାଚିବାର ଏକ ବଡ କାରଣ ହେଲା ଭିଟାମିନ ବି12 ଅଭାବ । ଶରୀରରେ ଏହି ଭିଟାମିନ ଅଭାବ ହେଲେ କେଶ ସମସ୍ୟା ଦେଖାଯାଏ । ବି12ର ମୁଖ୍ୟ କାମ ହେଲା ଲୋହିତ ରକ୍ତ କଣିକା (Red blood cells) ମାଧ୍ୟମରେ ଶରୀରର ପ୍ରତ୍ୟେକ ଅଂଶକୁ ଅକ୍ସିଜେନ ପହଞ୍ଚାଇବା । ଭିଟାମିନ B12 ଅଭାବ ହେବା ଯୋଗୁଁ କେଶକୁ ଅକ୍ସିଜେନ ପହଞ୍ଚିପାରେ ନାହିଁ । ଏହାଦ୍ବାରା ହେୟାର ସେଲ୍ସ ଦୁର୍ବଳ ହେବାକୁ ଲାଗେ । ଦୁର୍ବଳ ସେଲ୍ସ କେଶକୁ କଳା ରଙ୍ଗ ଦେଉଥିବା ମେଲେନିନ ଉତ୍ପାଦନ କରିପାରେ ନାହିଁ । ଏହି କାରଣରୁ ଆପଣଙ୍କ କେଶ ଚୁଟି ଧୀରେ ଧୀରେ ଧଳା ହେବାକୁ ଲାଗେ ।

ଭିଟାମିନ B12 ପାଇଁ କ'ଣ ଖାଇବେ (Foods rich in vitamin B12)

ଶରୀରରେ ଭିଟାମିନ ବି12 ଅଭାବ ପୂରା କରିବା ପାଇଁ ନିମ୍ନୋଲିଖିତ ଖାଦ୍ୟ ସେବନ କରିପାରିବେ:-

  • ଦୁଗ୍ଧ ଓ ଅନ୍ୟାନ୍ୟ ଦୁଗ୍ଧଜାତ ପଦାର୍ଥ
  • ଅଣ୍ଡା
  • ଚର୍ବିଯୁକ୍ତ ମାଛ
  • ରାଜମା, ଡାଲି, ମଟର
  • ଫର୍ଟିଫାଏଡ ଶସ୍ୟ

ଚୁଟି ପାଚିବାରୁ ରୋକ ବି12:

ସମୟ ପୂର୍ବରୁ ଚୁଟି ପାଚିବାକୁ ନେଇ ଏବେ ଅନେକ ଲୋକ ଚିନ୍ତିତ । ସାଧାରଣତଃ ଆନୁବଂଶିକ, ମାନସିକ ଚାପ ଓ ପୋଷକ ତତ୍ତ୍ବ ଅଭାବରୁ ଏହି ସମସ୍ୟା ହେଉଥିବା ଧରାଯାଏ । ଏକ ଅଧ୍ୟୟନରେ କୁହାଯାଇଛି, ଭିଟାମିନ ବି12 ଯୋଗୁଁ ମଧ୍ୟ କେଶ ପାଚିଥାଏ । ଏଥିପାଇଁ ଆପଣ ନିଜ ଡାଏଟରେ ଭିଟାମିନ ବି12 ଯୁକ୍ତ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ସାମିଲ କରିପାରିବେ । ଏହା କମ୍ ବୟସରୁ କେଶ ପାଚିବାକୁ ରୋକିଥାଏ ଓ କେଶର ପ୍ରାକୃତିକ ରଙ୍ଗ ବଜାୟ ରଖିଥାଏ ।

ଭିଟାମିନ ବି12 ଅଭାବ ହେଲେ ଦେଖାଯାଏ ଏହି ଲକ୍ଷଣ:

କେଶ ଝଡିବା: ଭିଟାମିନ ବି12 କମିଲେ କେଶ ଅଧିକ ଝଡିଥାଏ । ହେୟାର ଫଲିକଲ୍ସ ନୂଆ କେଶ ଉଠିବାରେ ସାହାଯ୍ୟ କରିପାରେ ନାହିଁ ।

ପତଳା କେଶ: କେଶ ଝଡିବା ଯୋଗୁଁ ଆପଣଙ୍କ କେଶ ପତଳା ଓ ଦୁର୍ବଳ ହେବାକୁ ଲାଗେ । ଫଳରେ କେଶର ଘନତ୍ବ କମ୍ ହୋଇଯାଏ ।

ଡ୍ରାଏ ହେୟାର: ଭିଟାମିନ ବି12 ଅଭାବରୁ ଆପଣଙ୍କ କେଶ ଶୁଷ୍କ-ରୁକ୍ଷ ଓ ଦୁର୍ବଳ ହୋଇପାରେ । ଯାହାଫଳରେ ସହଜରେ କେଶ ଝଡି ଯାଇଥାଏ ।

ଶରୀରରେ ଆଇରନ ଓ ଜିଙ୍କ ଅଭାବ ମଧ୍ୟ ଶୀଘ୍ର କେଶ ପାଚିବାର ଅନ୍ୟତମ କାରଣ । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ସବୁଜ ପନିପରିବା ଖାଇବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ: ପେଟ କ୍ୟାନ୍ସର ହେଲେ ଦେଖାଯାଏ ଏସବୁ ଲକ୍ଷଣ, ସାଧାରଣ ଭାବି କରନ୍ତୁନି ଅଣଦେଖା - STOMACH CANCER SYMPTOMS

ଏହା ମଧ୍ୟ ପଢନ୍ତୁ: ଥୁରୁଥୁରୁ ଶୀତରେ ବୁଲିବାକୁ ଭଲ ଲାଗେନି ? ତାହେଲେ ଯାଆନ୍ତୁ ଏହି 5 ସ୍ଥାନ - BEST PLACES IN INDIA

ଏହା ମଧ୍ୟ ପଢନ୍ତୁ: ମଧୁମେହ ରୋଗୀ ପାଇଁ ଲାଭଦାୟକ ଏହି 5 ପରିବା ଜୁସ୍ - VEGETABLE JUICES FOR DIABETES

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.