ETV Bharat / lifestyle

କୋରାପୁଟ ଯାଉଥିଲେ ନିଶ୍ଚୟ ବୁଲନ୍ତୁ ଏହି 6 ପର୍ଯ୍ୟଟନସ୍ଥଳୀ - TOURIST PLACE IN KORAPUT

ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା । ପରିବାର ସହ କୋରାପୁଟ ବୁଲିଯିବାକୁ ପ୍ଲାନ କରୁଥିଲେ ଜାଣନ୍ତୁ ଏଠି କେଉଁ କେଉଁ ପର୍ଯ୍ୟଟନସ୍ଥଳୀ ବୁଲିବେ

କୋରାପୁଟ ଯାଉଥିଲେ ନିଶ୍ଚୟ ବୁଲନ୍ତୁ ଏହି 6 ପର୍ଯ୍ୟଟନସ୍ଥଳୀ
କୋରାପୁଟ ଯାଉଥିଲେ ନିଶ୍ଚୟ ବୁଲନ୍ତୁ ଏହି 6 ପର୍ଯ୍ୟଟନସ୍ଥଳୀ (ETV Bharat)
author img

By ETV Bharat Lifestyle Team

Published : Dec 15, 2024, 5:25 PM IST

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ କୋରାପୁଟର ସ୍ଥାନ ସ୍ବତନ୍ତ୍ର । ଶୀତ ଦିନେ ବୁଲାବୁଲି କିମ୍ବା ପିକନିକ୍ କଥା ପଡିଲେ ପ୍ରଥମେ ମନକୁ ଆସେ କୋରାପୁଟର ନୈସର୍ଗିକ ସୌନ୍ଦର୍ଯ୍ୟ । ଦେଓମାଳିରେ ସୂର୍ଯ୍ୟୋଦୟ, ପାହାଡ ଚିରି ଝରି ଆସୁଥିବା ଶୁଭ୍ର ଜଳପ୍ରପାତ, କଫି ବଗିଚାର ମହକ ସାଙ୍ଗକୁ ଶୀତୁଆ ସକାଳେ ପାହାଡ ପାଦଦେଶରେ ଅଳସ ଭାଙ୍ଗୁଥିବା ଅଳସୀ ଫୁଲର ସମ୍ଭାର ପର୍ଯ୍ୟଟକଙ୍କୁ ଆନମନା କରେ । ପର୍ବତମାଳା ଓ ଘଞ୍ଚ ଅରଣ୍ୟ ଘେରା ଏହି ଜିଲ୍ଲା ପ୍ରକୃତିରାଣୀର ବରଦାନ । ପ୍ରକୃତି ପ୍ରେମୀଙ୍କ ପାଇଁ କେଉଁ ଭୂସ୍ବର୍ଗଠୁ କମ୍ ନୁହେଁ । ଅପରୂପ ସବୁଜ ଶୋଭାରାଜିରେ ବିମଣ୍ଡିତ କୋରାପୁଟରେ ଅନେକ ମନୋରମ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର ଶୋଭା ଦୂରଦୂରାନ୍ତରରୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ଯଦି ଆପଣ ବି ଏହି ଶୀତ ଦିନେ କୋରାପୁଟ ଯିବାକୁ ପ୍ଲାନ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ କୋରାପୁଟର 6ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ କହିବୁ, ଯାହାର ସୌନ୍ଦର୍ଯ୍ୟ ଆପଣଙ୍କୁ ନିଆରା ଅନୁଭୂତି ଦେବ ।

କୋରାପୁଟ ପର୍ଯ୍ୟଟନ
କୋରାପୁଟ ପର୍ଯ୍ୟଟନ (ETV Bharat)

ଦେଓମାଳି: ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳି ପର୍ବତମାଳା କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ ଅବସ୍ଥିତ । ଏଠାରେ ଆପଣ ବଣଭୋଜି ସହ ଟ୍ରେକିଂର ମଜା ନେଇପାରିବେ । ଦେଓମାଳିରେ ଶୃଙ୍ଗରେ ସୂର୍ଯ୍ୟୋଦୟ ଅପୂର୍ବ ସୌନ୍ଦର୍ଯ୍ୟ ଉପଭୋଗ୍ୟ, ଯାହା ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକ ଏବଂ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ରହଣୀ ପାଇଁ କୌଣସି ବ୍ୟବସ୍ଥା ନାହିଁ । ବଣଭୋଜି, ଟ୍ରେକିଂ ଓ ସାଙ୍ଗସାଥୀଙ୍କ ସହ ଭ୍ରମଣ ପାଇଁ ଏହି ସ୍ଥାନଟି ସବୁଠୁ ଉପଯୋଗୀ ।

କୋରାପୁଟ ପର୍ଯ୍ୟଟନ
କୋରାପୁଟ ପର୍ଯ୍ୟଟନ (ETV Bharat)

ଗୁପ୍ତେଶ୍ବର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୁପ୍ତେଶ୍ବର ପାହାଡରେ ଶୀର୍ଷ ଦେଶରେ ଗୁମ୍ଫା ମଧ୍ୟରେ ଅବସ୍ଥିତ ପବିତ୍ର ଗୁପ୍ତେଶ୍ବର ଶୈବପୀଠ । ଗୁମ୍ଫା ଭିତରେ 10 ଫୁଟ ଗୋଲେଇ ଓ 3 ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି । ପୌରାଣିକ କଥା ଅନୁଯାୟୀ, ଶ୍ରୀରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ପତ୍ନ ସୀତାଙ୍କ ସହ ବନବାସ କାଳରେ ଏହି ଗୁମ୍ଫାରେ ଶିବଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ପାହାଡଠାରୁ ଅଳ୍ପ ଦୂରରେ ରାମକୁଣ୍ଡ ଓ ସୀତାକୁଣ୍ଡ ରହିଛି ଯେଉଁଠି ରାମ ଓ ସୀତା ସ୍ନାନ କରୁଥିବା ଲୋକକଥାରୁ ଜଣାଯାଏ । ଏହି ସ୍ଥାନକୁ ରାଜ୍ୟ ସମେତ ପଡୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶରୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ଏହି ଶୈବପୀଠଟି ଜୟପୁର ସହରଠାରୁ 58 ଓ କୋରାପୁଟଠାରୁ 80 କିମି ଦୂରରେ ଅବସ୍ଥିତ ।

କୋରାପୁଟ ପର୍ଯ୍ୟଟନ
କୋରାପୁଟ ପର୍ଯ୍ୟଟନ (ETV Bharat)

ଡୁଡୁମା ଜଳପ୍ରପାତ: ଏହି ଜଳପ୍ରପାତ ମତ୍ସ୍ୟତୀର୍ଥ ଭାବେ ପରିଚିତ । କୋରାପୁଟର ମନୋରମ ପର୍ଯ୍ୟଟନସ୍ଥଳୀଗୁଡିକ ମଧ୍ୟରୁ ଅନ୍ୟତମ ଡୁଡୁମା ଜଳପ୍ରପାତ । ଏହା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଅବସ୍ଥିତ । ଏହାର ଉଚ୍ଚତା 157 ମିଟର ଏବଂ ଏହା ଦକ୍ଷିଣ ଭାରତର ଅନ୍ୟତମ ଉଚ୍ଚତମ ଜଳପ୍ରପାତ । ଏଠାରେ ମାଛକୁଣ୍ଡ ହାଇଡ୍ରୋ ଇଲେକ୍ଟ୍ରିକ ପାୱାର ପ୍ରୋଜେକ୍ଟ ଦ୍ବାରା ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଏ । କୋରାପୁଟଠାରୁ ପ୍ରାୟ 92 କିମି ଦୂରରେ ରହିଛି ।

କୋରାପୁଟ ପର୍ଯ୍ୟଟନ
କୋରାପୁଟ ପର୍ଯ୍ୟଟନ (ETV Bharat)

ପୁଞ୍ଜିସିଲି ଜଳପ୍ରପାତ: କୋରାପୁଟର ପର୍ବତମାଳା ମଧ୍ୟରେ ରହିଛି ଅନେକ ଛୋଟ ବଡ ସୁନ୍ଦର ଝରଣା ଓ ଜଳପ୍ରପାତ । ସେଥିମଧ୍ୟରୁ ଅନ୍ୟତମ ପୁଞ୍ଜିସିଲି ଜଳପ୍ରପାତ । ଏହା ସଦର ମହକୁମାଠାରୁ ମାତ୍ର 22 କିଲୋମିଟର ଦୂରରେ ଅବସ୍ଥିତ । ପୁଞ୍ଜିସିଲର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନ ମୁଗ୍ଧ କରେ । ଏଠାରେ ବଣଭୋଜି କରିବା ପାଇଁ ସମସ୍ତ ସୁବିଧା ରହିଛି । ତେଣୁ ପରିବାର ସହ ବୁଲାବୁଲି କରିବା ପାଇଁ ଏହା ଏକ ଭଲ ସ୍ଥାନ।

କୁଟୁଣିପଦର: ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଦୟାପୁଟ ଗ୍ରାମପଞ୍ଚାୟତର କୁଟୁଣିପଦ ଗ୍ରାମରେ ଏକ ବିରାଟକାୟ ପାହାଡ ରହିଛି । ଏହି ପାହାଡ ଗର୍ଭଦେଶରେ ପୂଜା ପାଉଛନ୍ତି ମହାଦେବଙ୍କ ସହସ୍ର ଲିଙ୍ଗ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, 30 ବର୍ଷ ତଳେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସ୍ବପ୍ନାଦେଶ ହୋଇଥିଲା । ସେ ଆସି ପାହାଡ ଖୋଳିବା ପରେ ଗୋଟିଏ ପରେ ଗୋଟିଏ ସହସ୍ର ଶିବଲିଙ୍ଗ ବାହାରିଥିଲା । ଏହି ସ୍ଥାନରେ ବର୍ଷ ତମାମ୍ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

କୋରାପୁଟ ପର୍ଯ୍ୟଟନ
କୋରାପୁଟ ପର୍ଯ୍ୟଟନ (ETV Bharat)

ରାଣୀଡୁଡୁମା: ନନ୍ଦପୁର ବ୍ଲକ ଅନ୍ତର୍ଗତ କୁଟୁଣିମାଳ ପାହାଡ ନିକଟରେ ରାଣୀଡୁଡୁମା ଜଳପ୍ରପାତ ଅବସ୍ଥିତ । କୋରାପୁଟ ବୁଲିବାକୁ ଆସୁଥିବା ଲୋକଙ୍କ ପାଇ ଏହି ଜଳପ୍ରପାତର ଶୋଭା ଅନ୍ୟନ୍ୟ ଆକର୍ଷଣ । ଏହା ପାଖରେ ଚିର୍ଲ୍ଡେନ ପାର୍କ ରହିଛି । ବଣଭୋଜି ପାଇଁ ମଧ୍ୟ ଏହି ସ୍ଥାନଟି ଉପଯୁକ୍ତ ।

ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ବାହାରି କରି ପ୍ରକୃତି କୋଳରେ ସମୟ କାଟିବାକୁ ଚାହୁଁଥିଲେ କୋରାପୁଟଠାରୁ ଆଉ କିଛି ଭଲ ସ୍ଥାନ ହୋଇନପାରେ । ଏଠାରେ ନିଜ ସାଙ୍ଗସାଥୀ ଓ ପରିବାର ସହ ଏକ ସୁନ୍ଦର ଭ୍ରମଣ ଅନୁଭୂତି ପାଇପାରିବେ ।

ଏହା ମଧ୍ୟ ପଢନ୍ତୁ: ଏହି ଭିଟାମିନ ଅଭାବରେ କମ୍ ବୟସରୁ ପାଚେ ଚୁଟି, ମୁଣ୍ଡ ହୋଇପାରେ ଚନ୍ଦା - VITAMIN B12

ଏହା ମଧ୍ୟ ପଢନ୍ତୁ: ଥୁରୁଥୁରୁ ଶୀତରେ ବୁଲିବାକୁ ଭଲ ଲାଗେନି ? ତାହେଲେ ଯାଆନ୍ତୁ ଏହି 5 ସ୍ଥାନ - BEST PLACES IN INDIA

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.