ETV Bharat / state

ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ CNG, ଅଏଲ ଇଣ୍ଡିଆ ଲିମିଟେଡ଼-BMC ମଧ୍ୟରେ ଚୁକ୍ତି - BIOGAS PLANT

ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ସିଏନଜି । ଏନେଇ ଅଏଲ ଇଣ୍ଡିଆ ଲିମିଟେଡ଼ ଓ ବିଏମସି ମଧ୍ୟରେ ଚୁକ୍ତି ସ୍ଵାକ୍ଷର ହୋଇଛି । ଦିନକୁ ଉତ୍ପାଦନ ହେବ ୨୦୦ ଟନ ଗ୍ୟାସ୍ ।

BIOGAS PLANT  MOU
BIOGAS PLANT MOU (ETV Bharat Odisha)
author img

By ETV Bharat Odisha Team

Published : Dec 16, 2024, 9:16 PM IST

ଭୁବନେଶ୍ୱର: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଗ୍ୟାସ । ଏନେଇ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସ୍ଡ ବାୟୋଗ୍ୟାସ ପ୍ଲାଣ୍ଟ । ଏହାଦ୍ୱାରା ଓଦା ଓ ପରିବା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣରୁ ପ୍ରସ୍ତୁତ ହେବ ସିଏନଜି(କମ୍ପ୍ରେସ୍ଡ ନ୍ୟାଚୁରାଲ ଗ୍ୟାସ) ।

ଭୁବନେଶ୍ୱରରେ ହେବ କମ୍ପ୍ରେସ୍ଡ ବାୟୋଗ୍ୟାସ ପ୍ଲାଣ୍ଟ:

ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ସିଏନଜି (ETV Bharat Odisha)

ଭୁବନେଶ୍ୱର କେଶୁରା ପାଖ ମେହେରପାଲିରେ ଏହି ପ୍ଲାଣ୍ଟ ପ୍ରସ୍ତୁତ ହେବାକୁ ଥିବା ବେଳେ ଏନେଇ ଅଏଲ ଇଣ୍ଡିଆ ଲିମିଟେଡ଼ ଓ ବିଏମସିର ଏକ ଚୁକ୍ତି ସ୍ଵାକ୍ଷର ହୋଇଛି । ପ୍ଲାଣ୍ଟ ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ଵାକ୍ଷର ହୋଇଛି । ୨ ବର୍ଷରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏଥିପାଇଁ ୧୭୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

୨୦୦ ଟନ ସିଏନଜି ଉତ୍ପାଦନର କ୍ଷମତା:
ଏହି ପ୍ଲାଣ୍ଟର ପ୍ରତିଦିନ ୨୦୦ ଟନ ସିଏନଜି ଉତ୍ପାଦନର କ୍ଷମତା ରହିଛି । ପ୍ରାଥମିକ ଭାବେ ଭୁବନେଶ୍ୱରରେ ଏହା ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ୮ ଏକର ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ ୬ଟି ମ୍ୟୁନିସିପାଲଟି ବା ବଡ ସହରରେ ଏହା ହେବ ବୋଲି କହିଛନ୍ତି ମନ୍ତ୍ରୀ । ପୁରୀ, କୋଣାର୍କ, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

Mou between BMC and Oil India Ltd
Mou between BMC and Oil India Ltd (ETV Bharat Odisha)

ଏହି ବାୟୋଗ୍ୟାସ ଇନ୍ଦୋର ଓ ଗୋଆରେ ପରୀକ୍ଷାମୂଳକ ଭାବେ କରାଯାଇଥିବା ବେଳେ ଓଡ଼ିଶାରେ ଏହି ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରି ଭୁବନେଶ୍ୱରକୁ ପ୍ରୟୋଗଶାଳା ଭାବେ ନେଇ ବାୟୋଗ୍ୟାସ ଉତ୍ପାଦନ କରିବ ଅଏଲ ଇଣ୍ଡିଆ ଲିମିଟେଡ଼ । ଏନେଇ ଅଏଲ ଇଣ୍ଡିଆ ଲିମିଟେଡ଼ ଏମଡି ରଞ୍ଜିତ କୁମାର ରଥ କହିଛନ୍ତି,"୨ ବର୍ଷ ପୂର୍ବରୁ ଏହି ପ୍ରକଳ୍ପ ଶେଷ ହେବ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ନାଗରିକଙ୍କ ଜୀବନ ଧାରଣ ମାନ ବୃଦ୍ଧି କରିବା ଦିଗରେ ଏହି ସିଏନଜି ଗ୍ୟାସ ପ୍ଲାଣ୍ଟ ସହାୟକ ହେବ । ସାରା ଦେଶରେ ୨୫ ସହରରେ ଏହି ବାୟୋଗ୍ୟାସ ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ପ୍ରତିଦିନ ଏହି ପ୍ଲାଣ୍ଟରେ ୧୦ ଟନ ଗ୍ୟାସ ଉତ୍ପାଦନର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହି ପ୍ଲାଣ୍ଟର ପରବର୍ତ୍ତୀ ତତ୍ୱାବଧାନ ପାଇଁ ୨୦ କୋଟି ଟଙ୍କା ନିବେଶ ହେବ। ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଆଗାମୀ ଦିନରେ ନଡ଼ା ଓ ଧାନରୁ ଗ୍ୟାସ ଓ ପ୍ରାକୃତିକ ଶକ୍ତି ଉତ୍ପାଦନ କରାଯିବ । ବିଶେଷ କରି ସମ୍ବଲପୁର ବୌଦ୍ଧ ସୋନପୁର ଅଞ୍ଚଳରେ ଧାନ ଓ ନଡ଼ା ସହ ବଲାଙ୍ଗୀରରେ ଅଧିକ ଗୋଶାଳା ଥିବାରୁ ସେଠାରେ ଗୋବରରୁ ଗ୍ୟାସ ଓ ପ୍ରାକୃତିକ ଶକ୍ତି ଉତ୍ପାଦନ ହେବ ।"

ଏହାମଧ୍ୟ ପଢନ୍ତୁ...

‘ଡିସେମ୍ବର ୨୦୨୭ ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ’

‘କ୍ୟାପିଟାଲ୍ ହସ୍ପିଟାଲରେ ୪୦କୁ ବଢ଼ିବ ICU ବେଡ’

ବର୍ତ୍ତମାନ ଭୁବନେଶ୍ୱରରେ ୩୮୦ ଟନ ଓଦା ବର୍ଜ୍ୟବସ୍ତୁ ବାହାରୁଛି । ଏଥିରୁ ୧୨୦ ଟନ ବୈଜ୍ଞାନିକ ପଦ୍ଧତିରେ ୩୭ଟି ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟରରେ ପ୍ରକ୍ରିୟାକରଣ କରାଯାଇ ସେଥିରୁ ମୋ ଖତ ପ୍ରସ୍ତୁତ ହେଉଛି । ଅବଶିଷ୍ଟ ୨୬୦ ଟନ ପାରମ୍ପରିକ ଭାବରେ ୱିଣ୍ଡୋ କମ୍ପୋଷ୍ଟିଙ୍ଗ ସେଣ୍ଟରରେ ପ୍ରକ୍ରିୟାକରଣ ହେଉଥିବା ବେଳେ ବର୍ତ୍ତମାନ ଏହି ଓଦା ବର୍ଜ୍ୟବସ୍ତୁରୁ ଗ୍ୟାସ ପ୍ରସ୍ତୁତ ହେବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.