ପ୍ରୟାଗରାଜ(ଉତ୍ତରପ୍ରଦେଶ): ମଙ୍ଗଳବାରରେ ମହା ଅମଙ୍ଗଳ । ମହାକୁମ୍ଭ ମେଳାରେ ମହା ଅଘଟଣ । ଅମାବାସ୍ୟାରେ ଅମୃତ ସ୍ନାନ ପରିବର୍ତ୍ତେ ଶ୍ମଶାନ ପାଲଟିଲା ଠିକଣା । ମହାକୁମ୍ଭ ମେଳାରେ ଦଳାଚକଟା କାରଣରୁ ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଅନେକ ଆହତ ଚିକିତ୍ସାଧୀନ ଅଛନ୍ତି । ଆହତମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି ।
କେମିତି ଘଟିଲା ଦଳାଚକଟା ?
ଅବସର ଥିଲା ମୌନି ଅମାବାସ୍ୟା । ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ ପକାଇବା ପାଇଁ କୁମ୍ଭମେଳାରେ କୋଟି କୋଟି ଭକ୍ତଙ୍କ ଭିଡ ଜମିଥିଲା । ଗତକାଲି (ମଙ୍ଗଳାବାର) ବିଳମ୍ବିତ ରାତି ପ୍ରାୟ ସମୟ ୧.୩୦ ମିନିଟ । ଏହି ସମୟରେ ଘଟିଥିଲା ବଡ଼ ଅଘଟଣ । ମହାର୍ଘ୍ୟ ବେଳାରେ ଲକ୍ଷ ଲକ୍ଷ ଭକ୍ତ ବୁଡ଼ ପକାଇବାକୁ ଏକାଠି ହୋଇଥିବା ବେଳେ, ଲୋକଙ୍କ ମଧ୍ୟରେ ଠେଲା ପେଲା ଆରମ୍ଭ ହୋଇଯାଇଥିଲା । ଶୀଘ୍ର ବୁଡ଼ ପକାଇବା ପାଇଁ ସମସ୍ତେ ଉଦ୍ୟମ କରୁଥିବା ବେଳେ, ଦଳାଚକଟାର ଶିକାର ହୋଇଥିଲେ । ମାତ୍ର କେଇ ମିନିଟ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା । ଦଳାଚକଟାରେ ୧୭ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ପ୍ରାଥମିକ ଭାବେ ସୂଚନା ମିଳିଥିଲା । ଏଥିରେ ୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଛି ।
ଆମ୍ବୁଲାନ୍ସସରେ ନିଆଁ:
ଦଳାଚକଟା ପରେ ଆମ୍ବୁଲାନ୍ସରେ ହସପିଟାଲ ବୁହା ଯାଇଥିଲେ ଆହତ । ଆହତଙ୍କୁ ହସ୍ପିଟାଲ ନେଉଥିବା ଏକ ଆମ୍ବୁଲାନ୍ସରେ ନିଆଁ ଲାଗିଥିଲା । ଯାହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିଲା । । ପରେ ଅଗ୍ନିଶମବାହିନୀ ନିଆଁକୁ ଆୟତ କରିଥିଲା ।
'ଗୁଜବକୁ ବିଶ୍ବାସ କରନ୍ତୁନି'
ଦଳାଚକଟା ପରେ ପ୍ରୟାଗରାଜରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । କେହି ଗୁଜବ ପ୍ରଚାରିତ କରିଥିବା କାରଣରୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି । ଫଳରେ ସେହି ସ୍ଥାନରେ ଅନେକ ଲୋକଙ୍କ ଜିନିଷ ପତ୍ର , ଲୁଗାପଟା ସବୁ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ହିଁ ବୟାନ କରୁଛି ଯେ, ପ୍ରକୃତରେ ସେହି ସମୟର ସ୍ଥିତି କେତେ ଭୟାବହ ହୋଇଥିବ । ସେପଟେ ଏହି ଅଘଟଣ ପରେ ଶ୍ରଦ୍ଧାଳୁଙ୍କୁ ଗୁଜବରେ ବିଶ୍ବାସ ନକରି ଶାନ୍ତିପୂର୍ଣ୍ଣ ଭାବେ ବୁଡ଼ ପକାଇବା ସହ ପ୍ରଶାସନକୁ ସହଯୋଗ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଏହା ବି ପଢନ୍ତୁ...ମହାକୁମ୍ଭ ମେଳାରେ ଦଳାଚକଟା: ଏକାଧିକ ଭକ୍ତଙ୍କ ମୃ୍ତ୍ୟୁ, ଅନେକ ଆହତ - MAHA KUMBH 2025
'ପବିତ୍ର ମନରେ ବୁଡ଼ ଯେକୌଣସି ସମୟରେ ବୁଡ଼ ପକାନ୍ତୁ'
महाकुम्भ-2025, प्रयागराज आए प्रिय श्रद्धालुओं,
— Yogi Adityanath (@myogiadityanath) January 29, 2025
माँ गंगा के जिस घाट के आप समीप हैं, वहीं स्नान करें, संगम नोज की ओर जाने का प्रयास न करें।
आप सभी प्रशासन के निर्देशों का अनुपालन करें, व्यवस्था बनाने में सहयोग करें।
संगम के सभी घाटों पर शांतिपूर्वक स्नान हो रहा है। किसी भी अफवाह…
ଶ୍ରୀଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, "ଗଙ୍ଗାରେ ଯେତେବେଳେ ବି ସ୍ନାନ କରିବେ ତାହା ପବିତ୍ର ହେବ । ଭକ୍ତିପୂର୍ବକ ବୁଡ଼ ପକାଇଲେ ଫଳ ନିଶ୍ଚିତ ମିଳିଥାଏ । ତ୍ରିବେଣୀ ସଙ୍ଗମର ଜଳବାୟୁରୁ ଆରମ୍ଭ କରି ଏଠାକାର ପରିବେଶ ସବୁକିଛି ପବିତ୍ର ।"
ଏହା ବି ପଢନ୍ତୁ...ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
କୁମ୍ଭମେଳାରେ ଦେଶର ବଡ ଅନ୍ନଛତ୍ର, ଯେଉଁଠି ଖାଆନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ