ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ସ୍ଥିତ ଶ୍ରୀହରିକୋଟା ସତୀଶ ଧୱନ ସ୍ପେଶ୍ ସେଣ୍ଟରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ର ଐତିହାସିକ ଲଞ୍ଚିଂ । ସ୍ପେଶ୍ ଏଜେନ୍ସି ଶ୍ରୀହରିକୋଟାରୁ 100ତମ ଲଞ୍ଚିଂ ସହିତ GSLV-F15 ରକେଟ୍ ସାହାଯ୍ୟରେ 2250କିଲୋଗ୍ରାମର ନାଭିଗେସନ ସାଟେଲାଇଟ୍ NVS-02କୁ ସଫଳ ଉତକ୍ଷେପଣ କରିଛି । ଏହା ଇସ୍ରୋର ନୂଆ ମୁଖ୍ୟ ତଥା ଚେୟାରମ୍ୟାନ୍ ଭି ନାରାୟଣଙ୍କ ମଧ୍ୟ ପ୍ରଥମ ମିଶନ ।
🚀 LIFTOFF! The GSLV-F15 has successfully taken flight, carrying NVS-02 into its planned orbit.
— ISRO (@isro) January 29, 2025
Stay tuned for more mission updates! 🌌 #GSLV #NAVIC #ISRO
ସକାଳ 6ଟା 23ରେ ସଫଳ ଉତକ୍ଷେପଣ
ଇସ୍ରୋ GSLV-F15 ରକେଟ୍ ସାହାଯ୍ୟରେ ଏହାକୁ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡ୍ରୁ ସକାଳ 6ଟା 23ରେ ଲଞ୍ଚ କରାଯାଇଛି । ଲଞ୍ଚ ହେବାର ପ୍ରାୟ 19ମିନିଟରେ ରକେଟ୍ NVS-02 ସାଟେଲାଇଟ୍କୁ 322.93 କିଲୋମିଟର ଦୂର ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅର୍ବିଟରେ ସ୍ଥାପନ କରିଛି। GSLV-F15 ହେଉଛି ଭାରତର ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ (GSLV) 17ତମ ଉଡ଼ାଣ ହୋଇଥିବା ବେଳେ ସ୍ବଦେଶୀ କ୍ରାୟୋ ଷ୍ଟେଜର 11ତମ ଫ୍ଲାଇଟ୍ ।
#WATCH | Sriharikota, Andhra Pradesh | On the launch of the 100th mission GSLV-F15 with NVS-02 Satellite, ISRO chairman Dr V Narayanan says, " this 100th mission accomplishment is teamwork...the reward for hard work is more work. and isro has got a very busy year ahead with many… pic.twitter.com/9FyWPvdXzN
— ANI (@ANI) January 29, 2025
ନୂଆ ଇସ୍ରୋ ମୁଖ୍ୟଙ୍କ ପ୍ରଥମ ଅଭିଭାଷଣ
ଲଞ୍ଚ୍ ପରେ ନୂଆ ଇସ୍ରୋ ଚେୟାରମ୍ୟାନ୍ ଭି ନାରାୟଣ କହିଛନ୍ତି, "ଇସ୍ରୋର ସ୍ପେଶପୋର୍ଟରୁ ବର୍ଷ 2025ର ପ୍ରଥମ ମିଶନ ସଫଳ ହୋଇଥିବା ଘୋଷଣା କରି ମୁଁ ବେଶ ଆନନ୍ଦିତ । GSLV-F15 ଉତକ୍ଷେପଣ ଯାନ ସଠିକ୍ ଭାବରେ ନାଭିଗେସନ୍ ଉପଗ୍ରହ NVS-02କୁ ନିର୍ଦ୍ଧାରିତ କକ୍ଷପଥରେ ଛାଡ଼ିଛି । ଏହା ଶ୍ରୀହରିକୋଟାର 100ତମ ଲଞ୍ଚ ହୋଇଥିବାରୁ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ମାଇଲଷ୍ଟୋନ ହୋଇପାରିଛି ।"
ଶ୍ରୀହରିକୋଟାର 100ତମ ଲଞ୍ଚ ଅବସରରେ ଇସ୍ରୋ ମୁଖ୍ୟ ସ୍ପେଶ ପ୍ରୋଗ୍ରାମ ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ମରଣ କରି କହିଛନ୍ତି, "ଆମର ସ୍ପେଶ ପ୍ରୋଗ୍ରାମ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ବିକ୍ରମ ସାରାଭାଇଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ବେଳଏ ଅନେକ ପିଢିର ନେତାଙ୍କ ସହିତ ଆଗକୁ ବଢ଼ିଥିଲା । ଏଯାବତ ଆମେ 6 ପିଢିର ଲଞ୍ଚ ଯାନ ବିକଶିତ କରିଛୁ । ପ୍ରଥମ ଲଞ୍ଚ ଯାନ 1979 ମସିହାରେ ତତ୍କାଳୀନ ପ୍ରୋଜେକ୍ଟ ଡିରେକ୍ଟର ଏପିଜି ଅବଦୁଲ କାଲାମ ଓ ସତୀଶ ଧୱନଙ୍କ ନେତୃତ୍ବରେ ବିକଶିତ ହୋଇଥିଲା । ସେବେଠାରୁ ଆଜିର ଲଞ୍ଚକୁ ମିଶାଇ ଆମେ 100ତମ ଲଞ୍ଚ ପୂରଣ କରିଛୁ ।"
#100thLaunch:
— Dr Jitendra Singh (@DrJitendraSingh) January 29, 2025
Congratulations @isro for achieving the landmark milestone of #100thLaunch from #Sriharikota.
It’s a privilege to be associated with the Department of Space at the historic moment of this record feat.
Team #ISRO, you have once again made India proud with… pic.twitter.com/lZp1eV4mmL
100 ଲଞ୍ଚ ସହ ପଠାଯାଇଛି 548 ସାଟେଲାଇଟ୍
ଶ୍ରୀହରିକୋଟାରୁ 100 ଥର ଲଞ୍ଚ ସହିତ ମୋଟ 548 ସାଟେଲାଇଟ୍କୁ କକ୍ଷପଥକୁ ପଠାଯାଇଛି । ଏହି ସାଟେଲାଇଟ୍ଗୁଡ଼ିକ ମଧ୍ୟରେ 120 ଟନ୍ର ପେଲୋଡ ଥିବା ବେଳେ ସେଥିରେ 23 ଟନ୍ର 433ଟି ବିଦେଶୀ ଉପଗ୍ରହ ମଧ୍ୟ ସାମିଲ । ଇସ୍ରୋ ମୁଖ୍ୟ ଆହୁରି କହିଛନ୍ତି, "ଏହି ଲଞ୍ଚ ସାଇଟ୍ ଭାରତର ଅନେକ ଐତିହାସିକ ଲଞ୍ଚ୍ର ସାକ୍ଷୀ ପାଲଟିଛି ସେଗୁଡ଼ିକ ମଧ୍ୟରେ ଚନ୍ଦ୍ରଯାନ ମିଶନ, ଆଦିତ୍ୟ L-1 ମିଶନ, ମାର୍ସ ଅର୍ବିଟର ମିଶନ ଆଦି ସାମିଲ ।" ଏହାସହିତ ସେ ସମସ୍ତ ପିଢିର ନେତା, ଇସ୍ରୋ ବୈଜ୍ଞାନିକ, କର୍ମଚାରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ସେମାନଙ୍କ ପରିଶ୍ରମ ଓ ନିଷ୍ଠାକୁ ସଲାମ କରିଛନ୍ତି ।
କଣ ଏହି ମିଶନର ଲକ୍ଷ୍ୟ ?
ଏହି ମିଶନର ଲକ୍ଷ୍ୟ ହେଉଛି ସ୍ବଦେଶୀ ନାଭିଗେସନ ସିଷ୍ଟମ ପ୍ରତିଷ୍ଠା କରିବା । ଏବେ ନାଭିଗେସନ ଲାଗି ଆମେ ଆମେରିକୀୟ ନାଭିଗେସନ ସିଷ୍ଟମ GPSର ବ୍ୟବହାର କରୁଛି । ଇସ୍ରୋର ଏହି ମିଶନ ସଫଳ ହେଲେ ଏହା ବଦଳରେ ଆମେ ସ୍ବଦେଶୀ ନାଭିଗେସନ ସିଷ୍ଟମ 'ନାଭିକ୍'ର ବ୍ୟବହାର କରିବାରେ ସକ୍ଷମ ହେବା ।