ମେଷ: ଧନୁ ସଙ୍କ୍ରାନ୍ତିରେ ଆପଣ ଆଗାମୀ ଗୋଟିଏ ମାସ ଆପଣ ଲାଭବାନ ହେବେ । ରବିଙ୍କର ଏହି ଚଳନ ଦ୍ଵାରା ମେଷ ରାଶିର ଲୋକମାନେ ସୌଭାଗ୍ୟବାନ ହେବେ । ଏହି ରାଶିର ଲୋକମାନେ ସମ୍ମାନ ଓ ପ୍ରତିଷ୍ଠା ଲାଭ କରିବେ । କର୍ମକ୍ଷେତ୍ରରେ କୌଣସି ପ୍ରକାରର ସମସ୍ୟା ଦେଖାଦେବ ନାହିଁ । ଏହି ସମୟରେ ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ । ଆପଣ ସୌଭାଗ୍ୟବାନ ହେବେ । ବ୍ୟବସାୟରେ ଏକ ନୂଆ ଚୁକ୍ତି କରିବାର ସମ୍ଭାବନା ଅଛି । ଏହା ସହିତ ଅର୍ଥ ମଧ୍ୟ ସଞ୍ଚୟ ହେବ । ବିଦ୍ୟାର୍ଥୀମାନେ ମଧ୍ୟ ସଫଳତା ପାଇବେ । ଆପଣ ଏପର୍ଯ୍ୟନ୍ତ ବୁଡି ରହିଥିବା କୌଣସି ଏକ ସମସ୍ୟାରୁ ହଠାତ୍ ମୁକ୍ତି ଲାଭ କରି ଆରାମ ଅନୁଭବ କରିବେ ।
ଉପଚାର: ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଆପଣ ଲାଭବାନ ହେବେ ।
ବୃଷ: ଯଦିଓ ଯୋଜନା ଗୁଡିକରୁ ଲାଭ ମିଳିବ, ଆର୍ଥିକ ଅବସ୍ଥା ଅନୁକୂଳ ହେବ, ତଥାପି ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣ ଏହି ସମୟରେ ନିଜ ସ୍ଵାସ୍ଥ୍ୟର ୟତ୍ନ ନେବା ଆବଶ୍ୟକ । ଧନୁ ରାଶିରେ ରବିଙ୍କର ଚଳନ ସମୟ ବୃଷ ରାଶିର ଲୋକମାନଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ହେବ ନାହିଁ, ତେଣୁ ଆପଣଙ୍କୁ ସାମାନ୍ୟ ସତର୍କ ରହିବା ଆବଶ୍ୟକ । ଏହି ସମୟରେ ରିଅଲ ଇଷ୍ଟେଟ ସମମ୍ବନ୍ଧିତ କୌଣସି ନିଷ୍ପତ୍ତି ନେବା ସମୟରେ ମଧ୍ୟ ଆପଣ ଧୈର୍ଯ୍ୟବାନ ହେବା ଆବଶ୍ୟକ ।
ଉପଚାର: ପ୍ରତିଦିନ ଗାୟତ୍ରୀ ଚାଳିଶା ଜପ କରିବା ଆପଣଙ୍କ ପାଇଁ ମଙ୍ଗଳମୟ ହେବ ।
ମିଥୁନ: ଧନୁ ରାଶି ଦେଇ ରବିଙ୍କର ଚଳନ ସମୟ ମିଥୁନ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହି ସମ୍ପୂର୍ଣ୍ଣ ସମୟରେ ଆପଣଙ୍କର ଅହଂଭାବ ବୃଦ୍ଧି ପାଇବାର ସମ୍ଭାବନା ଅଛି । ଏଭଳି ଏକ ପରିସ୍ଥିତିରେ ନିଜର ଜୀବନସାଥୀଙ୍କ ସହ ଯେପରି କୌଣସି ଯୁକ୍ତି ନହୁଏ, ତାହା ସୁନିଶ୍ଚିତ କରନ୍ତୁ । ଏହା ସହିତ ଏହି ସମ୍ପୂର୍ଣ୍ଣ ସମୟରେ ଆପଣଙ୍କର ବ୍ୟବସାୟ ସହଭାଗୀଙ୍କ ସହିତ ଆପଣଙ୍କର ଭଲ ସମ୍ପର୍କ ରହିବ ନାହିଁ । ବହୁତ ପରିଶ୍ରମ କରିବାକୁ ପଡିବ । କିନ୍ତୁ ଚାକିରି ଇତ୍ୟାଦି ପାଇଁ ଏହା ଏକ ଚମତ୍କାର ସମୟ ବୋଲି ସାବ୍ୟସ୍ତ ହେବ । ଏହି ସମ୍ପୂର୍ଣ୍ଣ ସମୟରେ ଆପଣଙ୍କ ସ୍ୱାସ୍ଥ୍ୟରେ ପୂର୍ବାପେକ୍ଷା ଉନ୍ନତି ହେବାକୁ ଲାଗିବ । ଏହା ସହିତ ଆପଣ ଛୁଟି ନେବା ପାଇଁ ମନ କରିବେ ।
ଉପଚାର: ଗୋଟିଏ ମାଳ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ, ଏହା ଦ୍ଵାରା ଲାଭବାନ ହେବେ ।
କର୍କଟ: ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ଦେଖାଇବା ସହିତ ଏହି ରବିଙ୍କର ଚଳନ ସମୟ କର୍କଟ ରାଶିର ଲୋକମାନଙ୍କ ପାଇଁ ସାଧାରଣ ହୋଇପାରେ । ଏହା ଦ୍ଵାରା ଆପଣ ଅନେକ ଉପାୟରେ ଲାଭବାନ ହେବାର ସମ୍ଭାବନା ଅଛି, ଏଥିରେ ସରକାରୀ ବିଭାଗରୁ କାମ ମିଳିବା ମଧ୍ୟ ସାମିଲ ଅଛି ଏବଂ କର୍ମ କ୍ଷେତ୍ରରେ ଏକ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ଆପଣଙ୍କୁ ମିଳିବ ।
ଉପଚାର: ଜଳରେ କୁଙ୍କୁମ ମିଶାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ ।
ସିଂହ: ସିଂହ ରାଶିର ଲୋକମାନଙ୍କ ପାଇଁ ଧନୁ ରାଶିରେ ରବିଙ୍କର ଚଳନ ସମୟ ସାମାନ୍ୟ ରୂପେ ମଧ୍ୟମ ହେବ । କିନ୍ତୁ ଆର୍ଥିକ ଲାଭ ହେବାର ଅନେକ ସୁଯୋଗ ଆସିବ । ଆପଣଙ୍କ ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ଭଲ ହେବ । ବହୁତ ସମୟ ଧରି ପଡି ରହିଥିବା କାମଗୁଡିକ ଉପରେ ମଧ୍ୟ ଏହି ଚଳନର ସକାରାତ୍ମକ ପ୍ରଭାବ ପଡିବ । କାମ ସମ୍ବନ୍ଧରେ ଭ୍ରମଣ କରିବା ଆବଶ୍ୟକ ହେବ । ଏହି ଛୁଟିଗୁଡିକ ମଧ୍ୟ ଆପଣଙ୍କ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବ । ପ୍ରେମ ସମ୍ପର୍କ ପାଇଁ ଏହି ସମୟ ସାମାନ୍ୟ ବାଧାବିଘ୍ନପୂର୍ଣ୍ଣ ହେବ । କିନ୍ତୁ ପିଲାମାନଙ୍କର ଖୁସିକୁ ଆପଣ ଅନୁଭବ କରିବେ । ପରିବାର ସଦସ୍ୟମାନେ ମଧ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ । ସାମାଜିକ କ୍ଷେତ୍ରରେ କାମ କରିବା ସମୟରେ ଟିକିନିଖି ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ ହେବ । କୌଣସି ବଡ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ନାହିଁ । ବର୍ତ୍ତମାନ ସମୟରେ ଆପଣଙ୍କ କ୍ରୋଧ ମଧ୍ୟ ବଢିବାର ସମ୍ଭାବନା ଅଛି, ସତର୍କ ରୁହନ୍ତୁ ।
ଉପଚାର: ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କର ଯେକୌଣସି ମନ୍ତ୍ର ଜପ କରନ୍ତୁ ।
କନ୍ୟା: ଧନୁ ରାଶି ଦେଇ ରବିଙ୍କର ଚଳନ ସମୟରେ କନ୍ୟା ରାଶିର ଲୋକମାନେ ଦୁରଦୃଷ୍ଟି ସମ୍ପନ୍ନ ହେବା ଆବଶ୍ୟକ । ଏହି ସମୟରେ ଆପଣଙ୍କ ପରିବାରରେ କିଛି ବିବାଦ ଦେଖାଦେବ । ଜଣେ ଏହି ଯୁକ୍ତି ବାଢିପାରନ୍ତି ଯେ, କନ୍ୟା ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ଚଳନରୁ ବିଶେଷ ଲାଭବାନ ହେବେ ନାହିଁ । ଏଭଳି ପରିସ୍ଥିତିରେ ଆପଣ ସାମାନ୍ୟ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ହେବ । ଏହି ସମୟରେ ଆପଣ ବାହାର ଖାଦ୍ୟ ଆଦୌ ଖାଇବା ଉଚିତ ନୁହେଁ । ଏହି ମୁହୂର୍ତ୍ତରେ ଆପଣଙ୍କୁ ଆବଶ୍ୟକତାରୁ ଅଧିକ କାମ କରିବାକୁ ପଡିପାରେ । ପରିଣାମ ସ୍ୱରୂପ ଆପଣ ଚାପଗ୍ରସ୍ତ ହେବାର ସମ୍ଭାବନା ଅଛି । ଏଭଳି ମାନସିକ ଚାପରୁ ଆପଣ ଦୂରେଇ ରହିବା ନିତାନ୍ତ ଆବଶ୍ୟକ । ସମ୍ପତ୍ତି ସମ୍ବନ୍ଧିତ କୌଣସି ସମସ୍ୟାର ସମ୍ମୁଖୀନ ହେବେ ।
ଉପଚାର: ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରିବା ଶୁଭକାରୀ ହେବ ।
ତୁଳା: ଧନୁ ରାଶିରେ ରବିଙ୍କର ପ୍ରବେଶ ସମୟ ତୁଳା ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ହେବ । ଏହି ଚଳନ ଦ୍ଵାରା ନିଜର ସମସ୍ୟାଗୁଡ଼ିକର ସମାଧାନ ପାଇଁ ସାହାଯ୍ୟ ମିଳିବ । ଆପଣଙ୍କର ଏନକ ସମସ୍ୟାର ସମାଧାନ ହୋଇଯିବ । କମ୍ପାନୀରୁ ରୋଜଗାର ହେବ । ଏହି ସମୟରେ ଆପଣଙ୍କ ଆୟ ମଧ୍ୟ ବୃଦ୍ଧି ହେବ । ଛୁଟି କଟାଇବା ଏକ ଅତିରିକ୍ତ ପସନ୍ଦ ଅଟେ । ବର୍ତ୍ତମାନ ଏହା ଆପଣଙ୍କର ଜରୁରୀ ସରକାରୀ କାମଗୁଡିକୁ ମଧ୍ୟ ସମ୍ପୂର୍ଣ୍ଣ କରିବାର ସମୟ ଅଟେ ।
ଉପଚାର: ସୂର୍ଯ୍ୟାଷ୍ଟକମ ଜପ କରିବା ଆପଣଙ୍କ ପାଇଁ ଭଲ ହେବ ।
ବିଛା: ବିଛା ରାଶିର ଲୋକମାନଙ୍କ ପାଇଁ ଧନୁ ରାଶିରେ ରବିଙ୍କର ଏହି ଚଳନ ସମୟ ଅନୁକୂଳ ହେବ । ବର୍ତ୍ତମାନ ଆପଣଙ୍କର କଥାବାର୍ତ୍ତା ରୁକ୍ଷ ହେବ ବୋଲି ଜଣାପଡୁଛି । ଏହି ପରିସ୍ଥିତିରେ ଆପଣଙ୍କୁ ନିଜର ପ୍ରଚଣ୍ଡ କ୍ରୋଧକୁ ନିୟନ୍ତ୍ରଣ କରିବା ଶିଖିବାକୁ ହେବ । ସତର୍କ ରୁହନ୍ତୁ କାରଣ ପରିବାର ସଦସ୍ୟମାନଙ୍କ ସହିତ ଆପଣଙ୍କର ମତାନ୍ତର ହେବାର ମଧ୍ୟ ସମ୍ଭାବନା ଅଛି ।
ଉପଚାର: ଗାୟତ୍ରୀ ଚାଳିଶା ଜପ କରିବା ଆପଣଙ୍କ ପାଇଁ ଭଲ ହେବ ।
ଧନୁ: ବର୍ତ୍ତମାନ ରବି ଆପଣଙ୍କ ରାଶିରେ ଅବସ୍ଥାନ କରିବେ । ଆପଣ ଏହି ସମଯରୁ ଲାଭବାନ ହେବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣ ବର୍ତ୍ତମାନ ନିଜର ସମସ୍ତ କାମକୁ ସମ୍ପୂର୍ଣ୍ଣ । ଯଦିଓ ଆପଣଙ୍କ ପରିସ୍ଥିତିରେ ଉନ୍ନତି ଦେଖାଦେବ, ତଥାପି ଆପଣଙ୍କ ସ୍ଵାଭାବରେ ବର୍ତ୍ତମାନ ଅହଂଭାବ ଦେଖିବାକୁ ମିଳିବ । ଏହା ସହିତ ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିଥିବା କାରଣରୁ ଆପଣ ଅତ୍ୟନ୍ତ ଉତ୍ସାହୀ ଦେଖାଯିବେ । ଏହା ସହ ଆପଣ ଅତ୍ୟନ୍ତ ଆତ୍ମବିଶ୍ଵାସୀ ଦେଖାଯିବେ, ଯାହା ଦ୍ଵାରା ଆପଣ ଯେକୌଣସି କାମକୁ ସହଜରେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ସରକାରୀ ବିଭାଗ ସୁବିଧାଗୁଡ଼ିକର ଅନ୍ୟ ଏକ ଉତ୍ସ ହେବ ।
ଉପଚାର: ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରି ନିଜର ଦିନ ଆରମ୍ଭ କରନ୍ତୁ ।
ମକର: ମକର ରାଶିର ଲୋକମାନଙ୍କ ପାଇଁ ଧନୁ ରାଶିରେ ରବିଙ୍କର ଚଳନ ସମୟ ସତର୍କତା ଅବଲମ୍ବନ କରିବା ପାଇଁ ପୂର୍ବସୂଚନା ଦେବ । ଏହି ସମୟରେ ଆପଣ ଦ୍ଵନ୍ଦ୍ଵ ଠାରୁ ଦୂରରେ ରହିବା ଉଚିତ । ଆପଣ ନିଜର ବିରୋଧୀମାନଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରି ଜୟ ଲାଭ କରିବେ । କିନ୍ତୁ ଏହି ସମ୍ପୂର୍ଣ୍ଣ ସମୟରେ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଏହି ସମୟରେ ବହୁତ ଭଲ ରହିବ । ଏହି ସମୟରେ ଆପଣଙ୍କୁ ନିର୍ଦ୍ଦିଷ୍ଟ ଜରୁରୀ କାମ ମଧ୍ୟ ମିଳିବ । ମୋଟାମୋଟି ଭାବେ ଆପଣଙ୍କର ଭଲ ଅନୁଭବ ରହିବ ।
ଉପଚାର: ଶିବ ଭଗବାନଙ୍କୁ ଜଳ ଅର୍ପଣ କରିବା ଫଳପ୍ରଦ ହେବ ।
କୁମ୍ଭ: କୁମ୍ଭ ରାଶିର ଲୋକମାନେ ଧନୁ ରାଶିରେ ରବିଙ୍କର ଚାଳନ ଦ୍ଵାରା ଲାଭବାନ ହେବେ । କିଛି ଜରୁରୀ ସରକାରୀ କାମ ସମ୍ପୂର୍ଣ୍ଣ ହେବା ଦ୍ଵାରା ଆପଣ ଆନନ୍ଦ ଲାଭ କରିବେ, ଆପଣ ଭଲ ଚାକିରି ଏବଂ ବ୍ୟବସାୟ କରିବାର ଅନେକ ସୁଯୋଗ ପାଇବେ, ଆପଣଙ୍କର ପଦୋନ୍ନତି ମଧ୍ୟ ହୋଇପାରେ, ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ଆପଣଙ୍କ ବ୍ୟବସାୟରେ ଆର୍ଥିକ ଉନ୍ନତି ହେବ । ଯଦି ଆପଣ ଏହି ସମୟରେ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣ ନିଶ୍ଚିତରୂପେ ଆପଣଙ୍କ ବାପାଙ୍କ ଉପଦେଶ ମାନିବା ଉଚିତ ।
ଉପଚାର: ସୂର୍ଯ୍ୟ ଦେବତାଙ୍କୁ କୁଙ୍କୁମ ମିଶ୍ରିତ ଜଳ ଅର୍ପଣ କରନ୍ତୁ ।
ମୀନ: ମୀନ ରାଶିର ଲୋକମାନଙ୍କ ପାଇଁ ରବିଙ୍କର ଏହି ଚଳନ ଅନୁକୂଳ ହେବ । ଏହି ସମ୍ପୂର୍ଣ୍ଣ ଚଳନ ଅବଧିରେ ରିଅଲ ଇଷ୍ଟେଟ ସମ୍ବନ୍ଧିତ ଅନେକ କାମ ସମ୍ପୂର୍ଣ୍ଣ କରିବା ଆପଣଙ୍କ ପାଇଁ ସହଜ ହେବ । ଏହି ସମୟରେ ବ୍ୟବସାୟରୁ ମଧ୍ୟ ଆପଣ ସହାୟତା ପାଇବେ । ଆପଣ ଏହି ସମୟରେ ଅନେକ ମାତ୍ରାରେ ଲାଭବାନ ହେବେ କିନ୍ତୁ ଆପଣ ଆପଣଙ୍କ ମା’ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ଆବଶ୍ୟକତା ପୂରଣ କରିବା ଆବଶ୍ୟକ ।
ଉପଚାର: ଗରିବମାନଙ୍କୁ ଗହମ ଓ ଗୁଡ ଦାନ କରିବା ଦ୍ଵାରା ଆପଣ ଲାଭବାନ ହେବେ ।