ଓଡିଶା

odisha

ETV Bharat / lifestyle

କରଜରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହି ଜ୍ୟୋତିଷ ଉପାୟ

ଧାର କରଜକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି ? ଋଣ ବୋଝ ଆପଣଙ୍କୁ ଭାରାକ୍ରାନ୍ତ କରୁଛି କି ? ଆପଣାନ୍ତୁ ଜ୍ୟୋତିଷ ଉପାୟ ଘରକୁ ହେବ ଧନ ଆଗମନ ।

Astrological Remedies For a Debt Free Life
Astrological Remedies For a Debt Free Life (ETV Bharat Odisha)

By ETV Bharat Odisha Team

Published : 5 hours ago

ହାଇଦ୍ରାବାଦ: ଲୋକ ଅସୁବିଧାରେ ପଡିଲେ କରଜ କରିବାକୁ ବାଧ୍ୟ ହୁଅନ୍ତି । କରଜକୁ ଠିକ୍‌ ସମୟରେ ସୁଝିଦେଲେ ତ ଭଲ ନଚେତ ଏହା ବୋଝ ଭଳି ଲଦି ହୋଇଯାଏ । କେବଳ ନେଇଥିବା ବ୍ୟକ୍ତି ନୁହଁନ୍ତି, ତାଙ୍କ ପରିବାର ମଧ୍ୟ ଆର୍ଥିକ ଏବଂ ମାନସିକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଅନେକ ଥର ଜଣେ ବ୍ୟକ୍ତି କରଜ କରିଥିବା ଟଙ୍କା ଅପେକ୍ଷା ଅଧିକ ସୁଧ ଦେଇଥାଏ । ତେବେ ଜଣେ ବ୍ୟକ୍ତି ଉପରେ କରଜର ଭାର ଲଦି ହେବାର କାରଣ ତାଙ୍କର ଜନ୍ମ କୁଣ୍ଡଳୀ ଓ ଘରର ବାସ୍ତୁଦୋଷ ମଧ୍ୟ ହୋଇପାରେ । କିନ୍ତୁ ବିଶ୍ୱାସ ରହିଛି ଏମିତି କିଛି କାର୍ଯ୍ୟ ଅଛି ଯାହାକୁ କଲେ ଶୀଘ୍ର କରଜରୁ ମୁକ୍ତି ପାଇବାର ବାଟ ଖୋଲିଥାଏ ।

କାହିଁକି ହୁଏ ଧାର କରଜ:

ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଐଶାନ୍ୟ କୋଣରେ ଧନଦାତ୍ରୀ ଦେବୀ ଲକ୍ଷ୍ମୀ ବାସ କରନ୍ତି । ଯଦି ଐଶାନ୍ୟ କୋଣ ଅପରିଷ୍କାର କିମ୍ବା ବାରି ରୁହେ ତେବେ ସେହି ଘରେ ଆର୍ଥିକ ସମସ୍ୟା ସୃଷ୍ଟି ହୁଏ । ସେହିପରି ଘରର ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ ଦିଗରେ ଭୂତଳ ଟାଙ୍କି, କୂଅ କିମ୍ବା ଟ୍ୟାପ ଥାଏ ତେବେ ସେହି ଘରେ ଧନ ପାଇଁ ଅସୁବିଧା ଓ ଅସନ୍ତୋଷ ଦେଖା ଦେଇଥାଏ ।

ଜ୍ୟୋତିଷ ଉପାୟ: ପ୍ରତିଦିନ ୭ ଥର ହନୁମାନ ଅଷ୍ଟକ ପାଠ କରନ୍ତି । କେବଳ ମଙ୍ଗଳବାର ଦିନ ହିଁ କରଜ କରିଥିବା କିସ୍ତି ବା ଟଙ୍କା ସୁଜନ୍ତୁ । ଏହା କରିବା ଦ୍ୱାରା ଶୀଘ୍ର ଋଣ ସମସ୍ୟା ଦୂର ହୋଇଯାଏ ।

ଲାଲ କିତାବ ଜ୍ୟୋତିଷ ଉପାୟ:ଧାର କରଜରୁ ମୁକ୍ତି ପାଇବାକୁ ହେଲେ ଲଗାତାର ୨୧ଟି ଶୁକ୍ରବାର ୯ ବର୍ଷ କମ୍‌ ବୟସର ୫ଟି କନ୍ୟାକୁ ମିଶ୍ରି ଓ କ୍ଷୀର ମିଶ୍ରଣରେ ହୋଇଥିବା ପ୍ରସାଦ ଦିଅନ୍ତି । ଏହା କରିବା ଦ୍ବାରା ଅଳ୍ପ ଦିନରେ ଋଣ ବୋଝ କମ୍‌ ହୋଇଥାଏ ।

ବାସ୍ତୁ ଉପାୟ:ପ୍ରଭୁ ଗଜାନନଙ୍କୁ କୃପାରୁ ମଧ୍ୟ ଧରେ ଧନର ଆଗମନ ହୋଇଥାଏ । ଘରର ମୁଖ୍ୟ ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ ଗଣପତିଙ୍କ ଫଟୋ ରଖନ୍ତୁ । ପ୍ରଭୁ ଗଣଶଙ୍କ ଗୋଟିଏ ଫଟୋ ଘର ଭିତରେ ଏବଂ ଅନ୍ୟ ଗୋଟିଏ ଘର ବାହାରେ ରଖନ୍ତି । ଯେପରି ଘରେ ପ୍ରବେଶ କରିବା ସମୟରେ ସମସ୍ତଙ୍କ ନଜର ପ୍ରଭୁ ବିଘ୍ନବିନାଶକଙ୍କ ଫଟୋ ଉପରେ ରହିବ । ଏହା ଦ୍ବାରା ଘରେ ଧନ ସମ୍ପତ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ଧନତେରାସରେ ହେବ ମା' ଲକ୍ଷ୍ମୀଙ୍କ କୃପା, ଏହି ରାଶିର ବ୍ୟକ୍ତିଙ୍କ ଧନପ୍ରାପ୍ତି

ଏହା ମଧ୍ୟ ପଢ଼ନ୍ତୁ...ଅର୍ଥ ସମସ୍ୟା ଦୂର କରିବ ଚାଉଳ; ରାତାରାତି ବଦଳିଯିବ ଭାଗ୍ୟ, ଆପଣାନ୍ତୁ ଏହି ଉପାୟ - Astrology On Rice To become Rich

ଏହା ମଧ୍ୟ ପଢ଼ନ୍ତୁ...ଜନ୍ମ ତାରିଖ କହିବ ଆପଣଙ୍କ ଲକି ନମ୍ବର, ଜାଣିପାରିବେ ଯେକୌଣସି ବ୍ୟକ୍ତିର ବ୍ୟକ୍ତିତ୍ବ - Numerology

ABOUT THE AUTHOR

...view details