ଦିନବେଳା ଆମେ ସ୍କିନରେ ବିଭିନ୍ନ ପ୍ରକାର କସମେଟିକ୍ ଲଗାଇଥାଉ । ବାହାରକୁ ଯିବା ପୂର୍ବରୁ ସନସ୍କ୍ରିନ, ମଇଶ୍ଚରାଇଜର, ସିରମ, ସ୍କ୍ରବ ବ୍ୟବହାର କରୁ । ତେବେ ଦିନ ଭଳି ରାତି ସମୟରେ ମଧ୍ୟ ନିଜ ତ୍ବଚା ବା ସ୍କିନର ଯତ୍ନ ନେବା ଉଚିତ୍ । ରାତିରେ ଯଦି ଆପଣ ଠିକ୍ ଭାବେ ସ୍କିନକେୟାର ରୁଟିନ ଫଲୋ କରୁନାହାନ୍ତି ତେବେ ଏହି ଶୀତ ଦିନେ ଆପଣଙ୍କ ତ୍ବଚା ଖୁବ୍ ରୁକ୍ଷ, ଶୁଷ୍କ ଦେଖାଯାଇପାରେ । କାରଣ ଶୀତ ଦିନେ ସ୍କିନକୁ ଉପଯୁକ୍ତ ପୋଷଣ ସହ ଖାସ୍ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ଏହି ଶୀତ ଋତୁରେ ସଫ୍ଟ ଓ ଗ୍ଲୋଇଂ ସ୍କିନ ଚାହୁଁଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ କିଛି ନ୍ୟାଚୁରାଲ ଓ ହେଲ୍ଦି ସାମଗ୍ରୀ ବ୍ୟବହାର କରିବା ଉଚିତ୍ ।
ଶୋଇବା ପୂର୍ବରୁ ମୁହଁ କ୍ଲିନଜିଂ କରନ୍ତୁ:
ରାତିରେ ଶୋଇବା ପୂର୍ବରୁ ସବୁବେଳେ ନିଜ ମୁହଁ ଭଲ ଭାବେ ସଫା କରନ୍ତୁ । ମେକଅପ୍ ସହ କେବେ ବି ଶୁଅନ୍ତୁ ନାହିଁ । ସବୁବେଳେ ମୁହଁରେ ମେକଅପ୍ ହଟାଇବା ପରେ ହିଁ ଶୋଇବାକୁ ଯାଆନ୍ତୁ । ସ୍କିନରେ ଜମିଥିବା ଧୂଳି, ମାଟି, ଝାଳ କିମ୍ବା ମେକଅପ୍ ସଫା କରିବା ଦ୍ବାରା ସ୍କିନ ପୋର ଖୋଲିଯାଏ । ଏହାଦ୍ବାରା ବ୍ରଣ ସମସ୍ୟା କମ୍ ହୋଇଥାଏ ।
ସ୍କିନରେ ମଇଶ୍ଚରାଇଜର ଲଗାନ୍ତୁ:
ଥଣ୍ଡାରେ ସ୍କିନକୁ ପୋଷଣ ଦେବାକୁ ଓ କୋମଳତା ବଜାୟ ରଖିବା ପାଇଁ ରାତିରେ ମଇଶ୍ଚରାଇଜର ଲଗାଇବା ଜରୁରୀ । ଏହାଦ୍ବାରା ସ୍କିନ ଭଲ ରହିଥାଏ । ଶୀତରେ ରୁକ୍ଷ-ଶୁଷ୍କ ହୋଇନଥାଏ । ଶୀତ ଦିନେ ଆପଣ ସାମାନ୍ୟ ଗାଢ ମଇଶ୍ଚରାଇଜର ବ୍ୟବହାର କରିପାରିବେ । ଏହା ଲମ୍ବା ସମୟ ପର୍ଯ୍ୟନ୍ତ ସ୍କିନକୁ ସଫ୍ଟ ଓ ହେଲ୍ଦି ରଖିବ ।
ତେଲ ବ୍ୟବହାର କରନ୍ତୁ: