ଯଦି ଆପଣ ସବୁବେଳେ ସିଙ୍ଗଡା, ବରା, ପକୁଡି ଖାଇ ବିରକ୍ତ ହୋଇଗଲେଣି ତେବେ ସିଝା ଆଳୁର ଏହି ରେସିପି ଆପଣଙ୍କୁ ପସନ୍ଦ ଆସିବ ନିଶ୍ଚୟ । ଆଳୁ ଓଡିଆ ଘରର ଏକ ମୁଖ୍ୟ ପରିବା । ସବୁ ପ୍ରକାର ବ୍ୟଞ୍ଜନରେ ଆଳୁର ବ୍ୟବହାର କରାଯାଏ । ତେବେ କେବଳ ଭଜା, ତରକାରୀ କି ସିଙ୍ଗଡା-ଆଳୁଚପ୍ ନୁହେଁ, ଆପଣ ଆଳୁରୁ ସ୍ବାଦିଷ୍ଟ ପଟୋଟା ଲଲିପପ୍ ପ୍ରସ୍ତୁତ କରିପାରିବେ । ଏହା ଖାଇବାକୁ ଏତେ ସୁଆଦିଆ ଯେ ନାଁ ଶୁଣିବା ମାତ୍ରେ ପିଲାଙ୍କ ପାଟିରେ ଲାଳ ଆସିଯାଏ । ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ରେସ୍ତୋରାଁ ଷ୍ଟାଇଲ ପଟାଟୋ ଲଲିପପ୍ ।
ପଟାଟୋ ଲଲିପପ୍ ପ୍ରସ୍ତୁତି ସାମଗ୍ରୀ:
- 4 ମଧ୍ୟମ ଆକାରର ଆଳୁ
- ଅଧା କପ୍ ବ୍ରେଡକ୍ରମ୍ବ୍ସ
- 2 ବଡ କପ ମଇଦା
- 2 ବଡ ଚାମଚ କର୍ନ ଷ୍ଟାର୍ଚ
- କଟା ପିଆଜ
- ଛୋଟ ଚାମଚ ଅଦା ରସୁଣ ଛେଚା
- ଧନିଆ ପତ୍ର
- ଲଙ୍କା ପାଉଡର
- ଲେମ୍ବୁ ରସ
- ଲୁଣ
- କଞ୍ଚାଲଙ୍କା
- ଜୁଆଣି
- ଟୁଥପିକ
- ତେଲ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଆଳୁ ସିଝାଇ ଚଟକି ରଖନ୍ତୁ ।
- ଏଥିରେ ବ୍ରେଡକ୍ରମ୍ବ୍ସ, କଟା ପିଆଜ, ଅଦା ରସୁଣ ଛେଚା, ଲଙ୍କା ପାଉଡର, ଜୁଆଣି, କଟା କଞ୍ଚା ଲଙ୍କା, ଧନିଆ ଓ ସ୍ବାଦ ଅନୁସାରେ ଲୁଣ ମିଶାଇ ଭଲ ଭାବେ ଗୋଳାନ୍ତୁ ।
- ଏହାକୁ କିଛି ସମୟ ଫ୍ରିଜରେ ରଖନ୍ତୁ । ଯାହାଫଳରେ ଏହି ମିଶ୍ରଣ ଭଲ ଭାବେ ସେଟ୍ ହୋଇଯିବ ।
- ଏହାପରେ ହାତରେ ତେଲ ଲଗାଇ ଆଳୁ ମିଶ୍ରଣକୁ ଛୋଟ ଛୋଟ ବଲ ଆକାରରେ ଗଢନ୍ତୁ ।
- ଆଉ ଏକ ପାତ୍ରରେ ମଇଦା ଓ କର୍ନଷ୍ଟାର୍ଚ ନେଇ 4-5 ଚାମଚ ପାଣି ମିଶାଇ ଗୋଳାନ୍ତୁ । ଏହି ମିଶ୍ରଣ ଏପରି ଗାଢ କରନ୍ତୁ ଯାହା ଆପଣଙ୍କ ଆଳୁ ବଲରେ ଭଲରେ ଲାଗୁଥିବ ।
- ଏବେ ଆଉ ଏକ ପାତ୍ରରେ ବ୍ରେଡକ୍ରମ୍ବ୍ସ ନେଇ ସେଥିରେ ଚିଲି ଫ୍ଲେକ୍ସ, ଅରିଗାନୋ ମିଶାନ୍ତୁ ।
- ଏବେ ଆଳୁ ବଲକୁ ମଇଦାରେ ବୁଡାନ୍ତୁ ଏବଂ ଏହାପରେ ବ୍ରେଡକ୍ରମ୍ବ୍ସରେ ରୋଲ କରନ୍ତୁ ।
- ଗୋଟିଏ ଆଳୁ ବଲକୁ ଏହିପରି ଦୁଇଥର କରନ୍ତୁ ।
- ଏବେ ସେଥିରେ ଟୁଥପିକ୍ ଲଗାଇ ତେଲରେ ଛାଣନ୍ତୁ
- ଏହାକୁ ଡ୍ରିପ ଫ୍ରାଏ କରନ୍ତୁ । ଏହା ବାଦାମୀ ରଙ୍ଗ ଓ କୁରକୁରେ ହେବା ପର୍ଯ୍ୟନ୍ତ ଛାଣନ୍ତୁ ।
- ଏଠାରେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ରେସ୍ତୋରାଁ ଷ୍ଟାଇଲ ପଟାଟୋ ଲଲିପପ୍ ।
ଏହା ମଧ୍ୟ ପଢନ୍ତୁ: ପତଳା ଅଣ୍ଟା ପାଇଁ କରନ୍ତୁ ଏହି 5 ଏକ୍ସରସାଇଜ - EXERCISES TO REDUCE WAIST FAT ଏହା ମଧ୍ୟ ପଢନ୍ତୁ: ଘରେ ବନାନ୍ତୁ ଫ୍ରେସ୍ ଆଲୋଭେରା ଜେଲ - HOMEMADE ALOE VERA GEL |