ଓଡିଶା

odisha

ETV Bharat / lifestyle

ଛୁଟିଦିନରେ ଘରେ ବନାନ୍ତୁ ହାଇଦ୍ରାବାଦି ଚିକେନ ଦମ ବିରିୟାନୀ

ରବିବାରେ ଘରେ ବନାନ୍ତୁ ହାଇଦ୍ରାବାଦି ଷ୍ଟାଇଲ ଚିକେନ ଦମ ବିରିୟାନୀ । ରାଇତା ସହ ଗରମ ଗରମ ବିରିୟାନୀ ଖାଇ ବାଃ ବାଃ କହିବେ ସମସ୍ତେ ।

By ETV Bharat Lifestyle Team

Published : 9 hours ago

ହାଇଦ୍ରାବାଦି ଚିକେନ ଦମ ବିରିୟାନୀ
ହାଇଦ୍ରାବାଦି ଚିକେନ ଦମ ବିରିୟାନୀ (ETV Bharat)

Chicken Dum Biryani:ଏମିତି କେହି ନନ୍‌ଭେଜ ପ୍ରେମୀ ନଥିବେ, ଯାହାକୁ ବିରିୟାନୀ ପସନ୍ଦ ନୁହେଁ । ଚିକେନ ବିରିୟାନୀ କଥା ପଡିଲେ ପ୍ରାୟ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ । ଯଦିଓ ବିରିୟାନୀ ପାଇଁ ହାଇଦ୍ରାବାଦ ପ୍ରସିଦ୍ଧ, ମାତ୍ର ଭାରତର ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ଆପଣ ସହଜରେ ପାଇଯିବେ । ତେଣୁ ଆଜି ରବିବାରରେ ଯଦି ଆପଣ ଘରେ କିଛି ନନଭେଜ ବନାଇବାକୁ ଚାହୁଁଛନ୍ତି, ତାହେଲେ ହାଇଦ୍ରାବାଦି ଷ୍ଟାଇଲ ଚିକେନ ଦମ୍ ବିରିୟାନୀ ବନାଇ ଛୁଟି ଦିନ ଉପଭୋଗ କରିପାରିବେ । ଚାଲନ୍ତୁ ଜାଣିବା କେମିତି ଏହାକୁ ପ୍ରସ୍ତୁତ କରିବେ

ଆବଶ୍ୟକୀୟ ସାମଗ୍ରୀ:

  • କଟା ଚିକେନ
  • ବାସୁମତୀ ରାଇସ୍
  • କଟା ପିଆଜ
  • ଅଦା, ରସୁଣ ପେଷ୍ଟ
  • ପୋଦିନା ପତ୍ର
  • ଧନିଆ ପତ୍ର
  • ଘିଅ
  • ଦହି
  • ଲଙ୍କାଗୁଣ୍ଡ
  • ଧନିଆ, ଜିରା ପାଉଡର
  • ଗୋଟା ମସାଲା
  • ବିରିୟାନୀ ମସାଲା
  • ଅଟା

ପ୍ରସ୍ତୁତ ପ୍ରଣାଳୀ:

ଗୋଟିଏ ବଡ ପାତ୍ର ନେଇ ଚିକେନ ସହିତ ଦହି, ଅଦା ରସୁଣ ପେଷ୍ଟ, ଧନିଆ ପାଉଡର, ଜିରା ପାଉଡର, ବିରିୟାନୀ ମସାଲା ପାଉଡର, ପୋଦିନା ପତ୍ର, ଧନିଆ ପତ୍ର, ଲୁଣ, ହଳଦୀ, ଭଜା ପିଆଜ ଓ ଫାଳେ ଲେମ୍ବୁ ରସ ମିଶାଇ ଗୋଳାଇ ଦିଅ । ଏହାକୁ 2ରୁ 3 ଘଣ୍ଟା ପର୍ଯ୍ୟନ୍ତ ମ୍ୟାରିନେଟ ହେବାକୁ ରଖିଦିଅ ।

ଆଉ ଏକ ହାଣ୍ଡିରେ ପାଣି ଗରମ କରି ବାସୁମତି ଚାଉଳ ପକାଅ । ଏଥିରେ ତେଜପତ୍ର, ଗୋଟା ମସାଲା ଓ ଅଳ୍ପ ଲୁଣ ପକାଅ । ଭାତକୁ 70 ପ୍ରତିଶତ ସିଝିବାକୁ ଦିଅ ।

ଏବେ ବିରିୟାନୀ ବନାଇବା ପାଇଁ ହାଣ୍ଡିରେ ଅଳ୍ପ ଘିଅ ଓ ତେଲ ପକାଅ । ଏଥିରେ ଗୋଟା ମସାଲା ପକାଅ । ଏହାପରେ ମ୍ୟାରିନେଟେଡ ଚିକେନ ପକାଇ 5ରୁ 7 ମିନିଟ୍ କଷ । ଚିକେନ ଟିକିଏ ସିଝିଗଲା ପରେ ଏଥିରେ ବାସୁମତି ଭାତକୁ ପକାଅ । ଏହା ଉପରେ ସାଫ୍ରନ ମିଲ୍କ, ଭଜା ପିଆଜ, ଘିଅ, ପୋଦିନା ପତ୍ର, ଧନିଆ ପତ୍ର ପକାଇ ଏକ ଢାଙ୍କୁଣିରେ ଘୋଡାଇ ଦିଅ ।

ଏହାପରେ ଅଟାକୁ ଚକଟି ହାଣ୍ଡି ଚାରିପଟେ ସିଲ୍ କର । ଏମିତି 20ରୁ 30 ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଦିଅ । ପ୍ରସ୍ତୁତ ହୋଇଗଲା ଚିକେନ ଦମ ବିରିୟାନୀ । ରାଇତା ସହିତ ଗରମ ଗରମ ନିଜ ଘର ଲୋକଙ୍କୁ ପରଷି ଦିଅ

ଏହା ମଧ୍ୟ ପଢନ୍ତୁ:ଏମିତି ଘରେ ସହଜରେ ବନାନ୍ତୁ ମଲାଇ ପନିର

ଏହା ମଧ୍ୟ ପଢନ୍ତୁ:ଧନଧାନ୍ୟ-ସୁଖ-ସମୃଦ୍ଧିରେ ଭରିଯିବ ଘର, ରହିବନି ଅଶାନ୍ତି: ଆପଣନ୍ତୁ ଏହି 5 ବାସ୍ତୁ ଟିପ୍ସ

ABOUT THE AUTHOR

...view details