Zodiac Signs & Their Personalities:ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିରୁ ଜଣେ ବ୍ୟକ୍ତିର ସ୍ବଭାବ, ବ୍ୟକ୍ତିତ୍ବ ଓ ଭବିଷ୍ୟତ ଜଣାପଡିଥାଏ । ଏହି ରାଶିଗୁଡିକର ସ୍ବାମୀ ଗ୍ରହ ହୋଇଥାନ୍ତି, ଯାହାର ପ୍ରଭାବ ସେହି ରାଶିରେ ଜନ୍ମିତ ବ୍ୟକ୍ତିଙ୍କ ଜୀବନରେ ପଡିଥାଏ । ଏହି ଖବରରେ ଜାଣନ୍ତୁ ରାଶି ଅନୁସାରେ କେମିତି ଆପଣଙ୍କର ସ୍ବଭାବ...
ମେଷ:
ଏହି ରାଶିର ଲୋକେ ସାହାସୀ ଓ ପରାକର୍ମୀ ହୋଇଥାନ୍ତି । ନିଜର ବିଚାରକୁ ନିର୍ଭୟରେ ସମସ୍ତଙ୍କ ଆଗରେ ରଖନ୍ତି । ସ୍ପଷ୍ଟବାଦୀ ହୋଇଥାନ୍ତି । ସବୁବେଳେ ଭଲ ଭାବେ ବୁଝି ସୁଝି ବିଚାର କରନ୍ତି । ମାତ୍ର ଏମାନେ ଅଧିକ ରାଗି ଓ ଆକ୍ରାମକ ସ୍ବଭାବର । ଏମାନଙ୍କୁ ଜଲ୍ଦି କ୍ରୋଧ ଆସିଥାଏ ।
ବୃଷ:
ଏହି ରାଶିର ଲୋକେ ଶାନ୍ତ ଓ ସରଳ ସ୍ବଭାବର ହୋଇଥାନ୍ତି । ଏମାନଙ୍କୁ ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ସବୁବେଳେ ଜ୍ଞାତ ରହିଥାଏ । ସମସ୍ତଙ୍କର ବିଶ୍ବାସର ପାତ୍ର ହୋଇଥାନ୍ତି । ଏଥିସହ ବୃଷ ରାଶିର ବ୍ୟକ୍ତି ଧନ ସମ୍ପତ୍ତି ଓ ପ୍ରତିଷ୍ଠା ପାଇଁ ଅଧିକ ଲାଳାୟତ ଥାଆନ୍ତି । ସବୁବେଳେ ଅଧିକ ଧନ ଉପାର୍ଜନର ମାର୍ଗ ଖୋଜୁଥାନ୍ତି ।
ମିଥୁନ:
ଏହି ରାଶିର ଲୋକେ ଖୁବ୍ ଚତୁର ହୋଇଥାନ୍ତି । ନିଜ ବାକ୍ଚାତୁରୀ ଜରିଆରେ ଜ୍ଞାନୀ ଲୋକଙ୍କ ବି ପଛରେ ପକାଇ ପାରନ୍ତି । ହେଲେ ଏମାନେ ଦ୍ବି-ସ୍ବଭାବର ହୋଇଥିବାରୁ ଏମାନଙ୍କୁ ବୁଝିବା ଟିକେ ମୁସ୍କିଲ ହୁଏ ।
କର୍କଟ:
କର୍କଟ ରାଶିର ବ୍ୟକ୍ତିଙ୍କ ମନ ନିର୍ମଳ ହୋଇଥାଏ । ଏମାନେ ଦେଖିବାକୁ ସୁନ୍ଦର ହୋଇଥାନ୍ତି । ନିଜର ପରିବାର ଓ ଆତ୍ମୀୟଙ୍କୁ ଖୁବ୍ ଭଲ ପାଆନ୍ତି । ହେଲେ ଟିକିଏ ଅଭିମାନୀ ମଧ୍ୟ ହୋଇଥାନ୍ତି । ଛୋଟ ଛୋଟ କଥାରେ ଅଭିମାନ କରନ୍ତି । ଏହା ହିଁ ଏମାନଙ୍କର ନକରାତ୍ମକ ସ୍ବଭାବ ଅଟେ ।
ସିଂହ:
ଏହି ରାଶିରେ ଜନ୍ମିତ ବ୍ୟକ୍ତି ଜଣେ ଭଲ ଲିଡର ବା ନେତା ଅଟନ୍ତି । ଏମାନେ ଜନ୍ମରୁ ନେତୃତ୍ବ କ୍ଷମତାର ଧନୀ । ସେମାନେ ଜଣେ ରାଜା ଭଳି ଜୀବନ ବିତାଇବାକୁ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରେ ଅଦମ୍ୟ ସାହାସ ଓ ଶକ୍ତି ରହିଥାଏ । ମାତ୍ର ଏମାନେ ସ୍ବଭାବରେ ସାମାନ୍ୟ ଅହଂକାରୀ ଓ କ୍ରୋଧୀ ମଧ୍ୟ ହୋଇଥାନ୍ତି ।
କନ୍ୟା:
ଏହି ରାଶିର ଲୋକେ ଛୋଟ ଛୋଟ କଥାକୁ ବଡ କରିଥାନ୍ତି । ଏମାନେ ସ୍ବଭାବରେ ଟିକିଏ ଚିଡଚିଡା, ସମାଲୋଚକ ଓ ରୁଢିବାଦୀ ହୋଇଥାନ୍ତି । ଏମାନେ ନିଜ ଭାବନାକୁ ମନ ଭିତରେ ଚାପି ରଖନ୍ତି । ଆଉ ଥରେ ଯାହା କରିବାକୁ ଭାବନ୍ତି ତାକୁ ପୁରା କରି ହିଁ ଛାଡନ୍ତି ।