ଓଡିଶା

odisha

ETV Bharat / international

ବେରୁଟରେ ୮ ମହଲା କୋଠା ଉପରେ ଇସ୍ରାଏଲର ରକେଟ ମାଡ଼, ୨୨ ମୃତ

ଲେବାନନ ରାଜଧାନୀ ବେରୁଟ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ । ରକେଟ ମାଡ଼ରେ ୨୨ ଜଣ ମୃତ । ହିଜବୁଲ୍ଲା ବୋମା ବର୍ଷଣର ଜବାବ ଦେଲା ଇସ୍ରାଏଲ ।

By ETV Bharat Odisha Team

Published : 4 hours ago

Israel airstrikes in centre of Lebanons Beirut
Israel airstrikes in centre of Lebanons Beirut (ETV BHARAT ODISHA)

ବେରୁଟ(ଲେବାନନ): ଇସ୍ରାଏଲ ଓ ଇରାନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଦିନ ଯେତିକି ଗଡୁଛି ସେତିକି ତୀବ୍ର ହେଉଛି ଦୁଇ ଦେଶ ମଧ୍ୟରେ ଶତ୍ରୁତା । ପରସ୍ପରକୁ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରଖିଛନ୍ତି । ଫଳରେ ରକ୍ତରେ ଭିଜୁଛି ମାଟି, ଗଡୁଛି ଶହ ଶହ ମୁଣ୍ଡ । ପୁଣି ଥରେ ଲେବାନନ ଉପରେ ଇସ୍ରାଏଲ ରକେଡ ମାଡ କରିଛି । ବେରୁଟର ଏକ କୋଠା ଉପରେ ଏୟାରଷ୍ଟ୍ରାଇକ କରିବାକୁ 22 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲା ସୂଚନା ମିଳିଛି । ଯାହା ହିଜବୁଲ ଆତଙ୍କୀଙ୍କ ସହିତ ଇସ୍ରାଏଲର ତିକ୍ତତାକୁ ଆହୁରି ବଢାଇ ଦେଇଛି ।

ଦୁଇ କୋଠା ଉପରେ ଏୟାର ଷ୍ଟ୍ରାଇକ:

ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଆସୋସିଏଟେଡ ପ୍ରେସ (AP) ଫଟୋ ଗ୍ରାଫରଙ୍କ କହିବାନୁସାରେ, ଗତ ଏକ ବର୍ଷ ମଧ୍ୟରେ ଇସ୍ରାଏଲ କରିଥିବା ଆକ୍ରମଣ ମଧ୍ୟରେ ଏହା ସବୁଠାରୁ ଭୟାନକ ଥିଲା । ମଧ୍ୟ ବେରୁଟର ଦୁଇଟି ଜନବସତି ଉପରେ ଏୟାରଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ଏଥିରେ ଏକ ଆଠ ମହଲା କୋଠା ଭୁଶୁଡି ପଡିଥିବା ବେଳେ ଅନ୍ୟ ଏକ କୋଠାର ତଳ ମହଲା ପରା ନଷ୍ଟ ହୋଇଯାଇଛି । ଇସ୍ରାଏଲ ସେନା କହିଛି ଯେ, ଆକ୍ରମଣର ଯାଞ୍ଚ କରାଯାଉଛି । ବେରୁଟ ଦକ୍ଷିଣ ଉପକଣ୍ଠରେ ଇସରାଏଲ ଆକ୍ରମଣ କରିଛି । ଯେଉଁଠାରେ ହିଜବୁଲା ଆତଙ୍କୀର କାର୍ଯ୍ୟକଳାପ ଜାରି ରହିଛି । ଏୟାରଷ୍ଟ୍ରାଇକକୁ ନେଇ ହିଜବୁଲାର ଏଆଇମନାର ଟିଭି ରିପୋର୍ଟ କରିଛି ଯେ, ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ ୱାଫିକ୍ ସଫାଙ୍କୁ ହତ୍ୟା ଉଦ୍ୟମ ବିଫଳ ହୋଇଛି । ଯେଉଁ ଦୁଇଟି କୋଠା ଉପରେ ରକେଟ ମାଡ ହୋଇଛି ସେଠାରେ ସଫା ନଥିଲେ । ଗୁରୁବାରର ବେରୁଟରେ ହୋଇଥିବା ଏୟାର ଷ୍ଟ୍ରାଇକ ପୂର୍ବରୁ ହିଜବୁଲ୍ଲା ଏବଂ ଇସ୍ରାଏଲ ମଧ୍ୟରେ ଏକ ବର୍ଷର ତିକ୍ତତା ପରେ ଗତ ସପ୍ତାହ ପରଠୁ ଘମାଘୋଟ ଯୁଦ୍ଧରେ ପରିଣତ ହୋଇଥିଲା । ଇସ୍ରାଏଲ ଲେବାନନ୍ ଉପରେ ପ୍ରବଳ ଆକ୍ରମଣ କରିଥିଲା । ଯାହାର କଡା ଯବାବ ମଧ୍ୟ ଦେଉଛୁ ହିଜବୁଲା ସଂଗଠନ ।

ଏହା ମଧ୍ୟ ପଢନ୍ତୁ-ହମାସ ଆକ୍ରମଣକୁ ବର୍ଷେ; ଲେବନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ ଓ ରକେଟ ମାଡ କଲା ହିଜବୁଲ୍ଲା - Airstrikes In Beirut

ଏହା ମଧ୍ୟ ପଢନ୍ତୁ-ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ: ବଢିପାରେ ଆଞ୍ଚଳିକ ବିବାଦ, କିନ୍ତୁ.. - Iran Response To Israel

୨୨ ମୃତ, ୧୧୭ ଆହତ:

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବେରୁଟର ରାସ ଅଲ-ନବା ପଡ଼ୋଶ ଏବଂ ବୁର୍ଜ ଆବି ହାଇଦର ଅଞ୍ଚଳରେ ଏୟାରଷ୍ଟ୍ରାଇକ ହୋଇଥିଲା । ଏହାପରେ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର ପାଇଁ ବହୁ ସଂଖ୍ୟାରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ଏୟାର ଷ୍ଟ୍ରାଇକରେ ବହୁ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, 22 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 117 ଜଣ ଆହତ ହୋଇଛନ୍ତି । ସେମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇନାହିଁ । ବେରୁଟ ନିକଟବର୍ତ୍ତୀ ଅଞ୍ଚଳରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ।

ଚିନ୍ତାବ୍ୟକ୍ତ କଲେ କମଳା ହାରିସ:

ଲେବାନନରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ ଗଣମାଧ୍ୟମକୁ କହିଛନ୍ତି, ''କେମିତି ଏହି ଯୁଦ୍ଧ ଶେଷ ହେବ ସେଥିପାଇଁ ଆମେ ଚେଷ୍ଟା ଜାରି ରଖିଛି । ଲେବାନନରେ ଯାହା ଘଟୁଛି ତାହା ଅବଶ୍ୟ ଗାଜା ସହ ଜଡିତ ଘଟଣା ଯୋଗୁଁ ହେଉଛି । ଏହାକୁ ନେଇ ଆମେ 24 ଘଣ୍ଟା ଚିନ୍ତା କରୁଛୁ । ନିଶ୍ଚିତ ଭାବେ ଏହି ଯୁଦ୍ଧକୁ ରୋକିବାକୁ ପଡିବ । ''

ABOUT THE AUTHOR

...view details