ଓଡିଶା

odisha

ETV Bharat / health

ରାତିରେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ, ଶରୀରରେ ବଢିବ ଇମ୍ୟୁନିଟି - WINTER HEALTH CARE TIPS

କ୍ଷୀର ଆମ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ସମସ୍ତେ ଜାଣୁ । ହେଲେ ଏହି କ୍ଷୀରରେ ଯଦି ଆପଣ କିଛି ଖାସ୍ ଜିନିଷ ମିଶାଇ ପିଅନ୍ତି ତେବେ ଏହାର ଲାଭ ଦ୍ବିଗୁଣିତ ହୋଇଥାଏ ।

ରାତିରେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ
ରାତିରେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ (ETV Bharat)

By ETV Bharat Health Team

Published : 6 hours ago

ଶୀତ ଦିନ ସାଙ୍ଗରେ ଅନେକ ରୋଗ ନେଇ ଆସିଥାଏ । ଏହି ଦିନରେ ଥଣ୍ଡାରୁ ବର୍ତ୍ତିବା ପାଇଁ ଶରୀରକୁ ଗରମ ଓ ସୁସ୍ଥ ରଖିବା ଜରୁରୀ । ଏଥିପାଇଁ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ କିଛି ଖାସ୍ ଜିନିଷ ମିଶାଇ ପିଉଛନ୍ତି ତାହେଲେ ଶରୀରର ଇମ୍ୟୁନ ସିଷ୍ଟମ ମଜଭୁତ ହୋଇଥାଏ । ଯାହାଫଳରେ ଥଣ୍ଡା ଜନିତ ରୋଗରୁ ରକ୍ଷା ପାଇପାରିବେ । ଆୟୁର୍ବେଦରେ କ୍ଷୀରକୁ ଏକ ପୌଷ୍ଟିକ ଏବଂ ରୋଗ ପ୍ରତିରୋଧକ କ୍ଷମତା ବର୍ଦ୍ଧକ ଭାବେ ଗ୍ରହଣ କରାଯାଇଛି । ଏହି କ୍ଷୀରରେ ଯଦି ଆପଣ କିଛି ଜିନିଷ ମିଶାଉଛନ୍ତି ତେବେ ଏହାର ଲାଭ ଦ୍ବିଗୁଣିତ ହୋଇଥାଏ । ତେବେ ଏଥିରେ କ'ଣ ମିଶାଇ ପିଇପାରିବେ ସେନେଇ ପରାମର୍ଶ ଦେଇଛନ୍ତି ନ୍ୟୁଟ୍ରନିଷ୍ଟ ରାକ୍ଷୀ ଚାଟାର୍ଜୀ ।

ହଳଦୀ:ଏଥିରେ ଥିବା କରକ୍ୟୁମିନ (curcumin) ତତ୍ତ୍ବ ବ୍ୟାକ୍ଟେରିଆ ବିରୋଧରେ ଲଢିବାରେ ପ୍ରଭାବଶାଳୀ । ରାତିରେ ଗୋଟିଏ ଗ୍ଲାସ କ୍ଷୀରରେ ହଳଦୀ ମିଶାଇ ପିଇଲେ ଗଳା ଖସଖସ୍, ଥଣ୍ଡା, ଶରୀର ପୀଡାରୁ ଆରାମ ମିଳେ । ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ ।

ରାତିରେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ (ETV Bharat)

ମହୁ:କ୍ଷୀର ଓ ମହୁ ମିଶ୍ରଣ ଗଳାକୁ ଆରାମ ଦିଏ ଓ କାଶ କମାଇଥାଏ । କ୍ଷୀର ସହ ମହୁ ମିଶାଇ ପିଇଲେ ରାତିରେ ଭଲ ନିଦ ହୁଏ । ମହୁରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶୀତ ଦିନେ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଅଦା: ଅଦା ଆମର ପାଚନ ସମସ୍ୟା ଠିକ୍ ରଖେ ଏବଂ ଶରୀରକୁ ଗରମ ରଖିଥାଏ । କ୍ଷୀରରେ ଅଦା ମିଶାଇ ପିଇଲେ ଥଣ୍ଡାକାଶରୁ ଆରାମ ମିଳିପାରେ ।

କେଶର: କେଶର କେବଳ କ୍ଷୀରରେ ସ୍ବାଦ ଓ ସୁଗନ୍ଧ ଯୋଡେ ନାହିଁ ବରଂ ରକ୍ତ ସଂଚାଳନ ଉନ୍ନତ କରେ । ଶରୀରକୁ ଥଣ୍ଡାରୁ ରକ୍ଷା କରେ । କେଶର ଯୁକ୍ତ କ୍ଷୀର ପିଇଲେ ତ୍ବଚା ଉଜ୍ଜ୍ବଳ ହୋଇଥାଏ ।

ବାଦାମ ପାଉଡର: ବାଦାମରେ ଭିଟାମିନ ଇ ଓ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ । ଏହା ଶରୀରକୁ ଶକ୍ତି ଯୋଗାଏ । ଶୀତଦିନେ କ୍ଷୀରରେ ବାଦାମ ପାଉଡର ମିଶାଇ ପିଇଲେ ମାଂସପେଶୀ ମଜଭୁତ ହୁଏ ଓ ଶରୀରକୁ ଶକ୍ତି ମିଳେ ।

ଡାଲଚିନି:ବ୍ୟାକ୍ଟେରିଆ ଓ ଭାଇରସ ସହ ଲଢିବାରେ ଡାଲଚିନି ବହୁତ ପ୍ରଭାବଶାଳୀ । ଏହାକୁ କ୍ଷୀରରେ ମିଶାଇ ପିଇଲେ ପାଚନ ପ୍ରକ୍ରିୟା ଉନ୍ନତ ହୋଇଥାଏ । ଶରୀର ଗରମ ରହିଥାଏ ।

ଅଶ୍ବଗନ୍ଧା: ଅଶ୍ବଗନ୍ଧା ମାନସିକ ଚାପ ହ୍ରାସ କରେ, ନିଦରେ ସୁଧାର ଆଣେ ଓ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରେ । ଶୀତ ଦିନେ ଏହାକୁ ଖାଇଲେ ଶରୀରକୁ ଥଣ୍ଡା ସହ ଲଢିବାକୁ ଶକ୍ତି ମିଳିଥାଏ ।

ଗୋଟିଏ ଗ୍ଲାସ କ୍ଷୀର ନିଅନ୍ତୁ ଏବଂ ଉପରେ ପରାମର୍ଶ ଦିଆଯାଇଥିବା ସାମଗ୍ରୀ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟିକୁ ମିଶାଇ ଶୋଇବାର 30 ମିନିଟ୍ ପୂର୍ବରୁ ପିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ: କିୱି ଖାଇବାର 5 ଫାଇଦା, କୋଷ୍ଠକାଠିନ୍ୟରୁ ହୃଦରୋଗ ଯାଏ... - KIWI HEALTH BENEFITS

ଏହା ମଧ୍ୟ ପଢନ୍ତୁ: ପେଟ କ୍ୟାନ୍ସର ହେଲେ ଦେଖାଯାଏ ଏସବୁ ଲକ୍ଷଣ, ସାଧାରଣ ଭାବି କରନ୍ତୁନି ଅଣଦେଖା - STOMACH CANCER SYMPTOMS

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହି ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସା ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ପ୍ରଦାନ କରାଯାଇଛି । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ । )

ABOUT THE AUTHOR

...view details