ହାଇଦ୍ରାବାଦ: ଆପଣ ଥାଇରଏଡ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଯଦି ହିଁ, ଆସନ୍ତୁ ଜାଣିବା ଏପରି ୬ଟି ଖାଦ୍ୟ ଯାହା ଆପଣଙ୍କ ଥାଇରଏଡ ସମସ୍ୟାକୁ ସମାଧାନ କରିପାରିବ । ଥାଇରଏଡ୍ ଆପଣଙ୍କ ଗଳାରେ ପ୍ରଜାପତି ଆକୃତିର ଏକ ଗ୍ରନ୍ଥି । ଏହା ଛୋଟ ହୋଇପାରେ କିନ୍ତୁ ଏହାର ବଡ଼ ଭୂମିକା ଅଧିକ । ଶରୀରରେ ହରମୋନ କ୍ଷରଣ ପାଇଁ ଏହା ଦାୟୀ ଅଟେ । ଯାହା ମେଟାବୋଲିଜିମ, ଶକ୍ତି ଏବଂ ଆପଣଙ୍କ ମନୋବଳକୁ ନିୟନ୍ତ୍ରଣ କରିଥାଏ ।
ଥାଇରଏଡ୍ କେବଳ ଚିକିତ୍ସା କିମ୍ବା ମେଡି଼ସିନ ଦ୍ବାରା ଭଲ କରାଯାଇ ପାରିବ ତାହା ନୁହେଁ । ଘରୋଇ ଉପଚାର ମାଧ୍ୟମରେ ବି ଉପଶମ ମିଳିପାରିବ । ଏହି ୬ଟି ଖାଦ୍ୟ ଖାଆନ୍ତୁ, ଥାଇରଏଡ ସମସ୍ୟାରୁ ମିଳିପାରେ ଉପଶମ । ଏନେଇ କିଛି ତଥ୍ୟ ଦେଇଛନ୍ତି କ୍ଲିନିକାଲ୍ ଡାଏଟିସିଆନ୍ ଡକ୍ଟର ରିଦ୍ଧିମା ଖାମସେରା ।
ବ୍ରାଜିଲ ବାଦାମ:
ବ୍ରାଜିଲ ବାଦାମରେ ସେଲେନିୟମ୍ ଭରପୁର ରହିଛି । ସେଲେନିୟମ୍ ଇନଆକ୍ଟିଭ T4 ଥାଇରଏଡ୍ ହରମୋନକୁ T3ରେ ପରିଣତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯାହା ଆମ ଶରୀର ବ୍ୟବହାର କରିପାରିବ । ଏନେଇ ଡକ୍ଟର ରିଦ୍ଧିମା ଖାମସେରା କହିଛନ୍ତି ,"ଦିନକୁ ମାତ୍ର ଗୋଟିଏ କିମ୍ବା ଦୁଇଟି ବ୍ରାଜିଲ ବାଦାମ ଖାଇଲେ ଆପଣଙ୍କ ଶରୀରକୁ ଥାଇରଏଡକୁ ଆବଶ୍ୟକୀୟ ସେଲେନିୟମ ଯୋଗାଇପାରିବ । ଥାଇରଏଡର କାର୍ଯ୍ୟରେ ସହାୟକ ହୋଇପାରିବ ।"
ଫର୍ମିନେଣ୍ଟ ଫୁଡ଼:
ଫର୍ମିନେଣ୍ଟ ଫୁଡ୍ ପ୍ରାୟତଃ ସ୍ବାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ । ଏଥିରେ 'ଟାଇରୋସିନ୍ ' ନାମକ ଏକ ଆମିନୋ ଏସିଡ୍ ଥାଏ । ଯାହା ଥାଇରଏଡ୍ ହରମୋନର ଗ୍ରନ୍ଥି ତିଆରି କରିବାରେ ସାହାଯ୍ୟ କରେ । ଫର୍ମିନେଣ୍ଟ ଫୁଡ ଶରୀରକୁ ଦ୍ବିଗୁଣିତ ଲାଭ ପ୍ରଦାନ କରେ । ଏହା ପାକସ୍ଥଳୀକୁ ଠିକ୍ ରଖେ ଏବଂ ଥାଇରଏଡ୍କୁ ହରମୋନ୍ ତିଆରି କରିବା ପାଇଁ ଆବଶ୍ୟକ ପୁଷ୍ଟିକର ପଦାର୍ଥ ଯୋଗାଇଥାଏ ।
ମୂଳା :
ଅନ୍ୟ ପନିପରିବା ଅପେକ୍ଷା ମୂଳାରେ ଅଧିକ ଶକ୍ତି ଥାଏ । ମୂଳାରେ ରାଫାନିନ୍ ଥାଏ, ଯାହା ଥାଇରଏଡ୍ ହରମୋନ ଉତ୍ପାଦନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତେବେ ଡାକ୍ତର ଖାମସେରା କହିଛନ୍ତି," ମୂଳା ଶରୀରରେ ହରମୋନ୍ ସନ୍ତୁଳନ ବଜାୟ ରଖିବା ପାଇଁ ଅତ୍ୟନ୍ତ ଲାଭଦାୟକ ।ଏହାକୁ ସାଲାଡରେ ବ୍ୟବହାର କରି ଖାଇପରିବେ ।"
ଫ୍ୟାଟି ଫିସ୍ (ଚର୍ବି ମାଛ) :
ସାଲମନ ଏବଂ ମ୍ୟାକେରେଲ ପରି ଚର୍ବି ମାଛରେ ଓମେଗା-୩ ଫ୍ୟାଟି ଏସିଡ୍ ଭରପୁର ରହିଥାଏ । ଯାହା ଇନଫ୍ଲାମେସନକୁ (ଥାଇରଏଡ୍ ରୋଗରେ ଏକ ସାଧାରଣ ସମସ୍ୟା ) ହ୍ରାସ କରେ । ଦୀର୍ଘକାଳୀନ ଇନଫ୍ଲାମେସନ ଥାଇରଏଡ୍ ସମସ୍ୟାକୁ ଆହୁରି ଖରାପ କରିପାରେ । ଏହାର ମୁକାବିଲା ପାଇଁ ଓମେଗା-3 ଫ୍ୟାଟି ଏସିଡ୍ ଏକ ଉତ୍ତମ ଉପାୟ ।ସେହିପରି ଏହି ମାଛଗୁଡ଼ିକରେ ଆୟୋଡିନ୍ ମଧ୍ୟ ଭରପୁର ରହିଥାଏ । ଯାହା ଥାଇରଏଡ୍ ହରମୋନ୍ ଉତ୍ପାଦନ ପାଇଁ ଏକ ପ୍ରମୁଖ ଖଣିଜ ପଦାର୍ଥ ଅଟେ ।
ଅଣ୍ଡା:
ଅଣ୍ଡାରେ ଆୟୋଡିନ ଏବଂ ସେଲେନିୟମ୍ ଥାଏ । ଯାହା ଥାଇରଏଡ୍ ପାଇଁ ପୁଷ୍ଟିକର ପଦାର୍ଥ ଅଟେ । ଅଣ୍ଡା ଖାଇବା ଦ୍ବାରା ଆପଣ ଉଭୟ ଆୟୋଡିନ୍ ଏବଂ ସେଲେନିୟମ୍ ପାଇପାରିବେ ।
ସବୁଜ ପତ୍ରଯୁକ୍ତ ଖାଦ୍ୟ:
ପାଳଙ୍ଗ ଶାଗ , ମେଥି ଶାଗ ଏବଂ ମୁନିକା ଶାଗ ଇତ୍ୟାଦି କେବଳ ଆପଣଙ୍କ ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ଭଲ ତାହା ନୁହେଁ । ଏହା ଥାଇରଏଡ୍ ପାଇଁ ମଧ୍ୟ ଉତ୍ତମ ଖାଦ୍ୟ । ଏଥିରେ ମ୍ୟାଗ୍ନେସିୟମ ଏବଂ ଲୌହ ଭରପୁର ରହିଥାଏ । ଯାହା ଥାଇରଏଡ୍ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହରମୋନ କ୍ଷରଣରେ ସାହାଯ୍ୟ କରେ ।
(Disclaimer: ଏଠାରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସକଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ । ଏଗୁଡିକ ଅନୁସରଣ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ ।)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ