ETV Bharat / health

ବ୍ୟାୟାମ ପରେ ଥଣ୍ଡା ପାଣି ପିଉଥିଲେ ସାବଧାନ ! ହୋଇପାରେ .... - DRINKING WATER AFTER WORKOUT

ବ୍ୟାୟାମ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ । ଛୋଟ ଭୁଲ ମଧ୍ୟ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ ?

DRINKING WATER AFTER EXERCISE
DRINKING WATER AFTER EXERCISE (ETV Bharat Odisha)
author img

By ETV Bharat Odisha Team

Published : Jan 21, 2025, 2:43 PM IST

ହାଇଦ୍ରାବାଦ: ଆପଣ ବ୍ୟାୟାମ ସମୟରେ ପାଣି ପିଉଛନ୍ତି କି ? ଯଦି ପିଉଛନ୍ତି ତାହାଲେ ଆଜିଠାରୁ ହୋଇଯାନ୍ତୁ ସାବଧାନ ! ସୁସ୍ଥ ରହିବା ପାଇଁ ଅଧିକାଂଶ ଲୋକ ପ୍ରତିଦିନ ନିୟମିତ ବ୍ୟାୟାମ କରିବାକୁ ପସନ୍ଦ କରନ୍ତି । ଏହା ଲୋକଙ୍କ ଜୀବନର ଏକ ଅଂଶ ହୋଇଯାଇଛି । ବ୍ୟାୟାମ କରିବା ପରେ ଶରୀରରୁ ଝାଳ ବୁହେ । ଏହା ସହିତ ଗଳା ଶୁଖିବା ଆରମ୍ଭ କରେ । ଏହି କାରଣରୁ ଅନେକ ଲୋକ ନିଜ ଶରୀରର ଜଳୀୟ ଅଂଶକୁ ସନ୍ତୁଳିତ ରଖିବା ପାଇଁ ବ୍ୟାୟାମ ପରେ ତୁରନ୍ତ ଥଣ୍ଡା କିମ୍ବା ସାଦା ପାଣି ପିଇଥାନ୍ତି । କିନ୍ତୁ ପ୍ରଶ୍ନ ଉଠେ ଯେ ବ୍ୟାୟାମ ପରେ ତୁରନ୍ତ ପାଣି ପିଇବା ଭଲ କି ନା ? ବ୍ୟାୟାମ ପରେ ଥଣ୍ଡା ପାଣି ପିଇବା ଉଚିତ କି ଅନୁଚିତ ? ଆସନ୍ତୁ ଜାଣିବା କ'ଣ କହୁଛନ୍ତି ବିଶେଷଜ୍ଞ ।

କଣ କୁହନ୍ତି ଯୋଗ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡକ୍ଟର ହଂସଜୀ ଯୋଗେନ୍ଦ୍ର ?

"ବ୍ୟାୟାମ ପରେ ନିଜକୁ ହାଇଡ୍ରେଟେଡ୍ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ବ୍ୟାୟାମ ଯୋଗୁଁ ନିର୍ଗତ ଝାଳ ଆମ ଶରୀରରେ ତରଳ ପଦାର୍ଥ ଏବଂ ଇଲେକ୍ଟ୍ରୋଲାଇଟ୍ସ ହ୍ରାସ ପାଇଥାଏ । ଏହି କାରଣରୁ ପାଣି ପିଇବା ଆବଶ୍ୟକ । ତଥାପି ବ୍ୟାୟାମ ପରେ ତୁରନ୍ତ ଥଣ୍ଡା ପାଣି ପିଇବା କ୍ଷତିକାରକ ହୋଇପାରେ । କାରଣ ବ୍ୟାୟାମ କରିବା ଦ୍ୱାରା ଶରୀରର ତାପମାତ୍ରା ବୃଦ୍ଧି ପାଏ । ଏହି ପରିସ୍ଥିତିରେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।"

ବ୍ୟାୟାମ ପରେ ଥଣ୍ଡା ପାଣି ପିଇବାରେ ଅଛି କ ଅସୁବିଧା ?

ବ୍ୟାୟାମ ପରେ ତୁରନ୍ତ ଥଣ୍ଡା ପାଣି ପିଇବା ଦ୍ବାରା ଶରୀରର ତାପମାତ୍ରା ହ୍ରାସ ପାଇପାରେ । ଏହି କାରଣରୁ ଆପଣଙ୍କୁ ଥଣ୍ଡା ଲାଗିବାର ସମ୍ଭାବନା ଅଧିକ । ଥଣ୍ଡା ପାଣି ପିଇବା ଦ୍ବାରା ଓଜନ ବୃଦ୍ଧି ହୋଇପାରେ । ସେଥିପାଇଁ ବିଶେଷଜ୍ଞମାନେ ବ୍ୟାୟାମ ପରେ ସାଧାରଣ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । ଏହା କେବଳ ଓଜନ ହ୍ରାସ କରେ ନାହିଁ ବରଂ ଅନ୍ୟାନ୍ୟ ସମ୍ଭାବ୍ୟ ବିପଦକୁ ମଧ୍ୟ ଦୂର କରେ । ବ୍ୟାୟାମ ପରେ ତୁରନ୍ତ ପାଣି ପିଇବା ଦ୍ବାରା ହୃଦସ୍ପନ୍ଦନ ମଧ୍ୟ ପ୍ରଭାବିତ ହୁଏ । କାରଣ ବ୍ୟାୟାମ କରିବା ପରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଏ । ଥଣ୍ଡା ପାଣି ପିଇବା ଦ୍ବାରା ହୃଦସ୍ପନ୍ଦନ ଏବଂ ରକ୍ତ ସଞ୍ଚାଳନ ହ୍ରାସ ପାଏ ।

ଏହା ମଧ୍ୟ ପଢନ୍ତୁ...ଠାକୁର ଘରେ ଏସବୁ ଜିନିଷ ରଖିଛନ୍ତି କି ? ହୋଇପାରେ ଅର୍ଥ ସମସ୍ୟା, କ'ଣ କହୁଛି ବାସ୍ତୁଶାସ୍ତ୍ର - VASTU TIPS FOR TEMPLE AT HOME

ଏହା ମଧ୍ୟ ପଢନ୍ତୁ...ମଧୁମେହ ରୋଗୀ ଗୁଡ଼ ଖାଇପାରିବେ କି ? କଣ କୁହନ୍ତି ବିଶେଷଜ୍ଞ - EFFECTS OF JAGGERY ON DIABETES

ଏହା ମଧ୍ୟ ପଢନ୍ତୁ...ଏସବୁ ଲକ୍ଷଣ ଅଛି କି ? ଯକୃତ ପ୍ରତି ବଢ଼ିପାରେ ବିପଦ, କଣ କହୁଛି NIH ରିପୋର୍ଟ ? - LIVER DISEASE SYMPTOMS

ବ୍ୟାୟାମ ପୂର୍ବରୁ କେତେ ପାଣି ପିଇବା ଆବଶ୍ୟକ ?

ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ (NHI) ଅନୁଯାୟୀ, ବ୍ୟାୟାମ ଆରମ୍ଭ କରିବାର ଦୁଇ ଘଣ୍ଟା ପୂର୍ବରୁ 2 ରୁ 3 କପ୍ ପାଣି ପିଅନ୍ତୁ । ଏହା ସହିତ ଆପଣଙ୍କ ବ୍ୟାୟାମର 20 ମିନିଟ୍ ପରେ 7 ରୁ 10 ଆଉନ୍ସ ପାଣି ପିଅନ୍ତୁ । 30 ମିନିଟ୍ ପରେ ଗୋଟିଏ ସ୍ଥାନରେ ଆରାମରେ ବସି ଅଧ ଲିଟର ପାଣି ପିଅନ୍ତୁ ।

(Disclaimer: ଏହି ଖବରରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସକଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁ।)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.