ହାଇଦ୍ରାବାଦ: ଶୀତ ଦିନେ ସାଧାରଣତଃ ତ୍ବଚା ଓ କେଶ ସମସ୍ୟା ଦେଖାଦେଇଥାଏ । ଥଣ୍ଡା କାରଣରୁ ତ୍ବଚା ରୁକ୍ଷ ହୋଇ ଫାଟିଥାଏ । ଏହାସହ କେଶର ମୂଳ ଦୁର୍ବଳ ହେବା କାରଣରୁ କେଶ ଝଡିଥାଏ। ରୂପି ସମସ୍ୟା ମଧ୍ୟ ଦେଖାଦିଏ । ଏଭଳି ସ୍ଥିତିରେ କେଶ ଝଡିବାରୁ ମୁକ୍ତି ପାଇଁ ଗରମ ତେଲ ମସାଜ କରିବା ଦ୍ବାରା କେଶକୁ ପୋଷଣ ମିଳିଥାଏ । ଡାକ୍ତରଙ୍କ ପରାମର୍ଶ ମୁତାବକ, ମୁଣ୍ଡରେ ତେଲ ମସାଜ କରିବା ଦ୍ବାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ । ଏହାସହ କେଶ ଝଡିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଖାଲି ସେତିକି ନୁହେଁ, ତେଲ ମାଲିସ କରିବା ଦ୍ବାରା ଥକ୍କାପଣ ଦୂର ହୋଇ ଆରାମ ଲାଗିବା ସହ ଭଲ ନିଦ ମଧ୍ୟ ହୋଇଥାଏ ।
ନଡିଆ ତେଲ କେଶ ପାଇଁ ଖୁବ ଲାଭଦାୟକ । ଏହି ତେଲକୁ ଆପଣ କେଶରେ ଲଗାଇବା ସହ କେଶର ମୂଳକୁ ଭଲ ଭାବେ ମସାଜ କରିପାରିବେ । ଏହା କେଶର ମୂଳକୁ ମଜବୁତ କରିବା ସହ ବ୍ୟାକ୍ଟେରିଆ ସଂକ୍ରମଣରୁ ରୋକିଥାଏ । ନଡିଆ ତେଲକୁ ନଖ ଉଷୁମ କରି କେଶର ମୂଳରେ ପ୍ରଥମେ ଲଗାନ୍ତୁ ଓ କିଛି ସମୟ ପରେ ମୁଣ୍ଡକୁ ଭଲଭାବେ ଧୋଇ ଦିଅନ୍ତୁ ।
କେଶକୁ ସିଲକି ଏବଂ ଚମକଦାର କରିବାକୁ ଚାହୁଁଥିଲେ ଏହି ତେଲ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହା କେଶର ମୂଳରେ ଥିବା ଚର୍ମକୁ ସୁରକ୍ଷା ଦେବା ସହ ରୁକ୍ଷତା ଦୂର କରିଥାଏ । ଏହାକୁ ଉଷୁମ କରି କେଶରେ ଲଗାଇ ପାଖାପାଖି ଅଧ ଘଣ୍ଟା(30 ମିନିଟ୍) ପର୍ଯ୍ୟନ୍ତ ରଖନ୍ତୁ । ପରେ କେଶକୁ ଭଲଭାବେ ଧୋଇ ନିଅନ୍ତୁ ।
ବାଦାମ ତେଲରେ ଭିଟାମିନ-E, ମିନେରାଲ୍ସ ଆଦି ଭରପୂର ରହିଥାଏ । ଯାହାକୁ କେଶକୁ ପୋଷକତତ୍ତ୍ବ ଯୋଗାଇବାରେ ସହାୟକ ହୋଇଥାଏ । ଆପଣଙ୍କ କେଶରେ ଏହି ଉଷୁମ ତେଲକୁ ଲଗାଇ 20 ମିନିଟ୍ ପର୍ଯ୍ୟନ୍ତ ରଖି ପରେ ଭଲ ଭାବେ ଧୋଇ ନିଅନ୍ତୁ ।
ଏହା ବି ପଢନ୍ତୁ...ଏହି ୬ ପ୍ରକାର ଖାଦ୍ୟ ଖାଆନ୍ତୁ, ଥାଇରଏଡ ସମସ୍ୟାର ସମାଧାନ କରନ୍ତୁ !
ଏହା ବି ପଢନ୍ତୁ...କାହିଁକି ହୁଏ ରକ୍ତ କର୍କଟ ? ବ୍ଲଡ କ୍ୟାନସର ଲକ୍ଷଣ ସାମାନ୍ୟ ହେଲେ ରୋଗ ଭୟଙ୍କର ...
ଜଡା ତେଲରେ ଥାଏ ରେସିନୋଲିକ୍ ଏସିଡ ବା ଫ୍ୟାଟି ଏସିଡ୍ । ଯାହା କେଶକୁ ମଜବୁତ ରଖିବାରେ ସାହାଯ୍ୟ କରେ । ଚର୍ମକୁ ହାଇଡ୍ରେଟ୍ ରଖିବା ସହ କେଶ ଝଡିବାକୁ ରୋକିଥାଏ । ଏହି ତେଲ ବ୍ୟବହାର କରିବା ଦ୍ବାରା ଆପଣଙ୍କ କେଶ ବଢିବା ସହ ମଜବୁତ ମଧ୍ୟ ହୋଇଥାଏ । ଏହି ତେଲକୁ ମଧ୍ୟ ଉଷୁମ କରି ଲଗାଇବା ପରେ 20 ମିନିଟ୍ ପର୍ଯ୍ୟନ୍ତ ରଖି ପରେ ଧୋଇନିଅନ୍ତୁ । ଏକ ସପ୍ତାହ ମଧ୍ୟରେ ଏହାକୁ 3-4 ଦିନ ଆପଣ ବ୍ୟବହାର କରିପାରିବେ ।
ଏହା ବି ପଢନ୍ତୁ...ମଧୁମେହ ରୋଗୀ ଗୁଡ଼ ଖାଇପାରିବେ କି ? କଣ କୁହନ୍ତି ବିଶେଷଜ୍ଞ
(DISCLAIMER: ଉପରୋକ୍ତ ସୂଚନା କେବଳ ସମ୍ୟକ ଧାରଣା ପାଇଁ । ଏହି ତଥ୍ୟ ବୈଜ୍ଞାନିକ ଅନୁସନ୍ଧାନ ଉପରେ ଏହା ଆଧାରିତ । ଚିକିତ୍ସା କିମ୍ବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।)