ETV Bharat / entertainment

ଓସ୍କାରେ 'ଅନୁଜା' ଏଣ୍ଟ୍ରି, ଖୁସିବ୍ୟକ୍ତ କଲେ ପ୍ରିୟଙ୍କା-ଗୁନିତ - ANUJA NOMINATED FOR OSCAR 2025

ଗୁନୀତ ମୋଙ୍ଗା ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର 'ଅନୁଜା' ଓସ୍କାର 2025ରେ ମନୋନୀତ ହୋଇଛି । ଏହି ଘୋଷଣା ପରେ ଖୁସିରେ ଝୁମିଛନ୍ତି ଉଭୟ ।

ANUJA NOMINATED FOR OSCAR 2025
ANUJA NOMINATED FOR OSCAR 2025 (ANI)
author img

By ETV Bharat Entertainment Team

Published : Jan 24, 2025, 11:03 AM IST

ହାଇଦ୍ରାବାଦ: ଓସ୍କାରକୁ ନେଇ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଭଲ ଖବର ଆସିଛି । 'ଅନୁଜା' ଚଳଚ୍ଚିତ୍ରଟି ଅସ୍କାର 2025 ରେସରେ ଭାରତକୁ ପ୍ରତିନିଧିତ୍ୱ କରିବ । 'ଅନୁଜା'କୁ ଓସ୍କାର 2025ରେ ଶ୍ରେଷ୍ଠ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ମନୋନୀତ କରାଯାଇଛି । ଏହି ଫିଲ୍ମଟି ପ୍ରିୟଙ୍କା ଚୋପ୍ରାଙ୍କ ପର୍ପଲ ପେବଲ୍ ପିକଚର୍ସ ଦ୍ୱାରା ମିଣ୍ଡି କାଲିଂ ଏବଂ ଗୁନୀତ ମୋଙ୍ଗାଙ୍କ ସହ ମିଶି ନିର୍ମିତ । ଏହି ଘୋଷଣା ପରେ ଖୁସିରେ ଝୁମିଛନ୍ତି ପ୍ରିୟଙ୍କା ଚୋପ୍ରା ଓ ଗୁନିତ ମୋଙ୍ଗା ।

୧୮୦ଟି ଚଳଚ୍ଚିତ୍ର ମଧ୍ୟରେ ପ୍ରତିଯୋଗିତା ହୋଇଥିଲା

ଗୁରୁବାର ୯୭ତମ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଥିଲା । ଶ୍ରେଷ୍ଠ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ବିଭିନ୍ନ ଦେଶର 180ଟି ଫିଲ୍ମ ମଧ୍ୟରେ ଏକ କଠିନ ପ୍ରତିଯୋଗିତା ହୋଇଥିଲା । ଏଥିମଧ୍ୟରୁ କେବଳ ପାଞ୍ଚଟି ଚଳଚ୍ଚିତ୍ର ଫାଇନାଲ ରାଉଣ୍ଡରେ ପ୍ରବେଶ କରିପାରିଥିଲା । ସେଥିମଧ୍ୟରେ 'ଏଲିନ', 'ଅନୁଜା', 'ଆଇ ଏମ ନଟ ଏ ରୋବୋଟ', 'ଦ ଲାଷ୍ଟ ରେଞ୍ଜର', 'ଦ ମ୍ୟାନ ହୁ କୁଡ ନଟ ରିମେନ ସାଇଲେଣ୍ଟ' ।

ତୃତୀୟ ଥର ପାଇଁ ଓସ୍କାରରେ ପହଞ୍ଚିଲେ ଗୁନିତ

ଅନୁଜା ଫିଲ୍ମ ଏବେ 5ଟି ବିଦେଶୀ ଫିଲ୍ମ ସହ କଡା ଟକ୍କର ଦେବ । ବିଶେଷ କଥା ହେଉଛି ଏହା ଗୁନୀତ ମୋଙ୍ଗାଙ୍କ ପାଇଁ ତୃତୀୟ ଓସ୍କାର ମନୋନୀତ ଫିଲ୍ମ । ଗୁନୀତ ମୋଙ୍ଗା ପୂର୍ବରୁ 'ଦି ଏଲିଫ୍ୟାଣ୍ଟ ହ୍ୱିସପରର' ସହିତ ଜଡିତ ଥିଲେ, ଏହି ଫିଲ୍ମଟି ଭାରତୀୟ ସିନେମାକୁ ଓସ୍କାର ପ୍ଲାଟଫର୍ମରେ ଏକ ବଡ଼ ପରିଚୟ ଦେଇଥିଲା । ଏଥିସହ 'ପିରିୟଡ: ଏଣ୍ଡ ଅଫ ସେଣ୍ଟେସ' ପାଇଁ ଓସ୍କାର ଜିତିଥିଲେ । ଏବେ ଏହି ପ୍ଲାଟଫର୍ମରେ 'ଅନୁଜା' କ'ଣ ଚମତ୍କାର ଦେଖାଇବ? ସେଥିପାଇଁ ଏବେ ଅପେକ୍ଷା କରିବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ: ଓସ୍କାର ରେସରୁ ବାଦ ପଡିଲା ଏହି ଭାରତୀୟ ଫିଲ୍ମସ୍, ବାଜି ମାରିଲା ପ୍ରିୟଙ୍କାଙ୍କ ଏହି ଫିଲ୍ମ

ଖୁସିବ୍ୟକ୍ତ କଲେ ପ୍ରିୟଙ୍କା ଚୋପ୍ରା ଓ ଗୁନିତ

ପ୍ରିୟଙ୍କା ଚୋପ୍ରା ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଫିଲ୍ମଟି ଅସ୍କାର ପାଇଁ ମନୋନୀତ ହେବା ଉପରେ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇ ସେ ଲେଖିଛନ୍ତି - 'ଅବିଶ୍ୱସନୀୟ'। ଏହି ପୋଷ୍ଟରେ ସେ ଫିଲ୍ମରେ କାମ କରୁଥିବା ଅଭିନେତ୍ରୀ ସଜଦା ପଠାନ ଏବଂ ଅନନ୍ୟା ଶାନବାଗଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେହିପରି ଗୁନୀତ ମଧ୍ୟ ଇନଷ୍ଟାଗ୍ରାମରେ ଅନୁଜାଙ୍କ ପୋଷ୍ଟର ସେୟାର କରି ନିଜର ଭାବନା ପ୍ରକାଶ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ୯୭ତମ ଅସ୍କାରରେ ଏହି ମନୋନୟନ ପାଇବା ଅତ୍ୟନ୍ତ ସମ୍ମାନିତ । ସଲାମ ବାଲାକ ଟ୍ରଷ୍ଟ ଇଣ୍ଡିଆର କାର୍ଯ୍ୟକୁ ପ୍ରତିନିଧିତ୍ୱ କରୁଥିବା ଅନୁଜାଙ୍କ କାହାଣୀ ବାଣ୍ଟିବା ଏକ ସୌଭାଗ୍ୟର କଥା । ଆମେ ଆମ ଟିମ୍, ଅଂଶୀଦାର ଏବଂ ଦର୍ଶକଙ୍କ ପ୍ରତି ଗଭୀର କୃତଜ୍ଞ ।''

୨୦୨୫ରେ ଓସ୍କାର କିଏ ହୋଷ୍ଟ କରିବେ?

କୋନାନ୍ ଓ' ବ୍ରାଏନ୍ ୨୦୨୫ ଓସ୍କାର କାର୍ଯ୍ୟକ୍ରମ ହୋଷ୍ଟ କରିବେ। ଏହା କୋନାନ୍ ଓ'ବ୍ରାଏନ୍‌ଙ୍କର ପ୍ରଥମ ଥର ପାଇଁ ଓସ୍କାର ମଞ୍ଚରେ ଉପସ୍ଥିତ ହେବ । ୯୭ତମ ଏକାଡେମୀ ପୁରସ୍କାର ମାର୍ଚ୍ଚ ୨ରେ ଲସ୍ ଆଞ୍ଜେଲସର ଡଲବି ଥିଏଟରରେ ଅନୁଷ୍ଠିତ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.