ETV Bharat / bharat

'ତାମିଲନାଡୁରୁ ଲୌହ ଯୁଗ ଆରମ୍ଭ', ୫୩୦୦ ବର୍ଷ ଇତିହାସ ହିସାବ ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ - IRON AGE BEGAN IN TAMIL NADU

ଲୌହ ଯୁଗ ଇତିହାସକୁ ନେଇ ଏମ କେ ଷ୍ଟାଲିନଙ୍କ ବଡ଼ ଦାବି । '୫ ହଜାର ବର୍ଷ ପୂର୍ବେ ତାମିଲନାଡୁରେ ବ୍ୟବହାର ହେଉଥିଲା ଲୁହା । '

Iron age began in Tamil Nadu
Iron age began in Tamil Nadu (ETV Bharat)
author img

By ETV Bharat Odisha Team

Published : Jan 24, 2025, 10:56 AM IST

ଚେନ୍ନାଇ(ତାମିଲନାଡୁ): ତାମିଲନାଡୁରୁ ଆରମ୍ଭ ହୋଇଥିଲା ଲୌହ ଯୁଗ ! ଇତିହାସକୁ ନେଇ ଏଭଳି ଏକ ବଡ଼ ଦାବି କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ତାମିଲନାଡୁରେ ହୋଇଥିବା ଖନନ କାର୍ଯ୍ୟରୁ ମିଳିଥିବା ସୂଚନା ଅନୁଯାୟୀ, ୫୩୦୦ ବର୍ଷ ପୂର୍ବରୁ ତାମିଲନାଡୁରେ ଲୁହାର ପ୍ରଚଳନ ହୋଇଥିଲା ।

ଆଣ୍ଟିକ୍ୱିଟି ଅଫ୍ ଆଇରନ୍ :

ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ପ୍ରକାଶନ 'ଆଣ୍ଟିକ୍ୱିଟି ଅଫ୍ ଆଇରନ୍'(Antiquity of Iron) ପୁସ୍ତକର ଲୋକାପର୍ଣ ସମୟରେ ଏହା କହିଛନ୍ତି । ଥୋଥୁକୁଡି ଜିଲ୍ଲାର ଶିବଗଲାଇ ଖନନ ସ୍ଥାନରୁ ମିଳିଥିବା ଖଣ୍ଡା ସମେତ ଲୁହାରେ ନିର୍ମିତ ବସ୍ତୁର ବୟସ ଜାଣିବା ପାଇଁ ବଡ ବଡ ଲ୍ୟାବକୁ ଏହାର ପରୀକ୍ଷଣ ନିମନ୍ତେ ପଠାଯାଇଥିଲା । ପରୀକ୍ଷଣର ରିପୋର୍ଟରୁ ଏହି ପୁସ୍ତକ ଲେଖାଯାଇଥିବା ସେ କହିଛନ୍ତି । ତାମିଲନାଡୁ ରାଜ୍ୟ ପତ୍ନତତ୍ତ୍ବ ବିଭାଗର ଏକାଡେମିକ ଓ ଅନୁସନ୍ଧାନ ପରାମର୍ଶଦାତା ପ୍ରଫେସର କେ ରଞ୍ଜନ ଓ ତାମିଲନାଡୁ ରାଜ୍ୟ ପତ୍ନତତ୍ତ୍ବ ବିଭାଗର ସଂଯୁକ୍ତ ନିର୍ଦ୍ଦେଶକ ଆର. ଶିବନାଥମ ଏହି ପୁସ୍ତକର ମୁଖ୍ୟ ଲେଖକ ।

Iron age began in Tamil Nadu
Iron age began in Tamil Nadu (ETV Bharat)

'ଲୌହ ଯୁଗର ଆରମ୍ଭ ତାମିଲ ମାଟିରୁ...'

ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି," କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱକୁ ତାମିଲନାଡୁର ଏହା ଏକ ଉପହାର ସ୍ୱରୂପ । ତାମିଲ ଭୂମିରୁ ଲୌହ ଯୁଗର ଆରମ୍ଭ ହୋଇଛି । ଲୁହାର ପ୍ରଚଳନ 5,300 ବର୍ଷ ପୂର୍ବରୁ ତାମିଲନାଡୁରେ ହୋଇଆସୁଛି । ଖନନରୁ କରାଯାଇଥିବା ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡୁଛି ଯେ ୪୦୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ଲୁହାର ପ୍ରଚଳନ ହୋଇଆସୁଛି ।

ରାଜ୍ୟରେ ହୋଇଥିବା ଖନନ କାର୍ଯ୍ୟରୁ ମିଳିଥିବା ନମୁନାକୁ ଆମେରିକାର ବେଟା ଆନାଲିଟିକ୍ସ, ଲକ୍ଷ୍ମୌ ବୀରବଲ ସାହାନି ଇନଷ୍ଟିଚ୍ୟୁଟ ଅଫ ପାଲାଇସାଇନ୍ସ ଓ ଅହମ୍ମଦାବାଦର ଦ ଫିଜିକାଲ ଲାବୋରେଟୋରୀକୁ ପଠାଯାଇଥିଲା । ଏହି ତିନୋଟି ଭିନ୍ନ ବିଶ୍ଳେଷଣ ଫଳାଫଳକୁ ସମୀକ୍ଷା କରାଯାଇଥିଲା । ଖ୍ରୀଷ୍ଟପୂର୍ବ 3500 ପୂର୍ବରୁ ଦକ୍ଷିଣ ଭାରତରେ ଏହି ଲୁହା ବ୍ୟବହାର ହୋଇଆସୁଛି ବୋଲି ଜଣାପଡିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୁହା ବ୍ୟବହାର ଏବଂ ଲୁହା ତରଳାଇବା ପ୍ରକ୍ରିୟା ମଧ୍ୟ ଭାରତରେ ଆରମ୍ଭ ହୋଇଥିବା ସେ କହିଛନ୍ତି ।

'ଭାରତର ଇତିହାସ ତାମିଲନାଡୁ ହିଁ ଲେଖାହେବା ଉଚିତ':

ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଆଉ ମଧ୍ୟ କହିଛନ୍ତି," ଭାରତର ଇତିହାସ ତାମିଲନାଡୁରୁ ଲେଖାହେବା ଉଚିତ । ତାମିଲନାଡୁ ପ୍ରତ୍ନତତ୍ତ୍ବ ବିଭାଗ ଲଗାତର ଅଧ୍ୟୟନ କରିଆସୁଛି । ଏହି ଅଧ୍ୟୟନ ଅନେକ ନୂଆ କଥା ସାମ୍ନାକୁ ଆଣୁଛି । କିଞ୍ଝାଡି ଖନନ ଫଳାଫଳରୁ ଏହା ଜଣାପଡୁଛି ଯେ, ତାମିଲନାଡୁ ସହରୀ ସଭ୍ୟତା ସ୍ଥାପନା ଓ ସାକ୍ଷରତା, ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ପୁରୋନାଇ ନଦୀ କୂଳରେ ଧାନ ଚାଷ ୩୨୦୦ ବର୍ଷ ପୂର୍ବେ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ...

ସ୍କୁଲରେ ଛାତ୍ରଛାତ୍ରୀ ପଢିବେ ପୁରାଣ କଥା, ପାଠ୍ୟକ୍ରମରେ ସାମିଲ ହେବ NCERT

ଓଡ଼ିଶା ଇତିହାସ ଉପରେ ହେବ ଗବେଷଣା, ବଡ଼ ଘୋଷଣା କଲେ ଆଇନମନ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.