ETV Bharat / technology

ୟୁଜରଙ୍କୁ ଉପହାର ଦେଲା YouTube; ଫ୍ରିରେ ମିଳୁଛି ଏହି ଦମଦାର ଫିଚର, ଆଜି ଉଠାନ୍ତୁ ମଜା - YOUTUBE PREMIUM FEATURES

ୟୁଟ୍ୟୁବ ଏହାର ପ୍ରିମିୟମ ୟୁଜରଙ୍କ ସହିତ ଅନେକ ଫିଚରକୁ ଟେଷ୍ଟ କରୁଛି । ଏଥିରେ ବିନା କୌଣସି ଟଙ୍କା ଦେଇ ୟୁଜର ଦମଦାର ଫିଚରର ମଜା ଉଠାଇପାରିବେ । ଅଧିକ ପଢନ୍ତୁ

YouTube Premium Rolls Out Experimental Features
YouTube Premium Rolls Out Experimental Features (File Photo)
author img

By ETV Bharat Tech Team

Published : Jan 24, 2025, 1:13 PM IST

ହାଇଦ୍ରାବାଦ: ଟେକ୍‌ ଜାଏଣ୍ଟ ଗୁଗଲ୍‌ର ମାଲିକାନାରେ ଥିବା ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ଅନେକ ନୂଆ ଫିଚର ଉପରେ ପରୀକ୍ଷଣ କରୁଛି । କମ୍ପାନୀର ଏକ ବ୍ଲଗ ପୋଷ୍ଟ ଅନୁସାରେ ୟୁଟ୍ୟୁବ ଏହାର ପ୍ରିମିୟମ ୟୁଜରଙ୍କ ସହିତ ଟେଷ୍ଟିଂର ଆରମ୍ଭ କରିଛି । ଏହାର ଅର୍ଥ ଏବେ ୟୁଟ୍ୟୁବର ପ୍ରିମିୟମ ୟୁଜର ବିନା କୌଣସି ଟଙ୍କା ଖର୍ଚ୍ଚ କରି ଏହି ଫିଚରର ମଜା ଉଠାଇପାରିବେ । ଏହି ଫିଚର ଅଡିଓ ଶୁଣିବା ଓ ଭିଡିଓ ଦେଖିବା ଅଭିଜ୍ଞତାକୁ ଉନ୍ନତ କରିବା ଲାଗି ଟେଷ୍ଟ କରାଯାଉଛି । ଆସନ୍ତୁ ଏ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

ଏହି ଫିଚର ଉପରେ ଟେଷ୍ଟ କରୁଛି ୟୁଟ୍ୟୁବ

  • ହାଇ କ୍ବାଲିଟି ଅଡିଓ: ୟୁଟ୍ୟୁବ ଅଡିଓକୁ ଆହୁରି ଉନ୍ନତ କରିବା ଲାଗି କ୍ବାଲିଟି ଅଡିଓ ଫିଚର ଟେଷ୍ଟ କରୁଛି । ଏଥିରେ ୟୁଜରଙ୍କୁ ମ୍ୟୁଜିକ ଭିଡିଓ ଉପରେ 256kbpsର ଅଡିଓ ଅଫର କରାଯାଉଛି । ଏଥିରେ ସ୍ପଷ୍ଟ ଭାବେ ଅଡିଓ ଶୁଣିବାକୁ ମିଳିବ ।
  • AI-ଜେନେରେଟଡ ରେଡିଓ ଷ୍ଟେସନ: କମ୍ପାନୀ ୟୁଟ୍ୟୁବ ମ୍ୟୁଜିକ୍‌ରେ ଏଆଇ ଆଧାରିତ ରେଡିଓ ଷ୍ଟେସନକୁ ବି ଟେଷ୍ଟ କରୁଛି । ଏଥିରେ ୟୁଜରଙ୍କୁ ନିଜର ପସନ୍ଦ କହିବାକୁ ହେବ । ଏହାପରେ ୟୁଟ୍ୟୁବର ଏଆଇ ମଡେଲ୍‌ ସେହି ଅନୁସାରେ ଟ୍ରାକ୍‌ଲିଷ୍ଟ ପ୍ରସ୍ତୁତ କରିବ ।
  • ଜମ୍ପ୍‌ ଆହେଡ୍‌ ଫିଚର ଅନ୍‌ ୱେବ୍‌: ଏହି ଫିଚର ମୋବାଇଲରେ ପୂର୍ବରୁ ଉପଲବ୍ଧ । ଏବେ ପ୍ରିମିୟମ ୟୁଜରଙ୍କ ଲାଗି ଏହାକୁ ୱେବରେ ଅଣାଯାଉଛି । ଏଥିରେ ୟୁଜର ଡେସ୍କଟପ୍‌ ବ୍ରାଉଜ କରିବା ସମୟରେ ସିଧା ଭିଡିଓର ବେଷ୍ଟ ପାର୍ଟରେ ପହଞ୍ଚିପାରିବେ । ଏହାବ୍ୟତୀତ ପ୍ଲାଟଫର୍ମରେ ପ୍ଲେବ୍ୟାକ୍‌ ସ୍ପିଡ୍‌ ଅପସନ ଯୋଡ଼ା ଯାଉଛି । ଏବେ ୟୁଜର 4x ସ୍ପିଡ୍‌ରେ ବି ଭିଡିଓ ଦେଖିପାରିବେ ।
  • iOSରେ ସର୍ଟ୍ସ ଲାଗି ପିକ୍ଚର-ଇନ-ପିକ୍ଚର ଓ ସ୍ମାର୍ଟ ଡାଉନଲୋଡ: ଏବେ ମଲ୍ଟିଟାସ୍କିଂ ସହ ସର୍ଟ୍ସ ଦେଖିବା ସହଜ ହେବ । କମ୍ପାନୀ iOSରେ ପ୍ରିମିୟମ ୟୁଜର ଲାଗି ସର୍ଟ୍ସରେ ପିକ୍ଚର-ଇନ-ପିକ୍ଚର ମୋଡ୍‌ ଟେଷ୍ଟ କରୁଛି । ଏହାସହ ଅଫଲାଇନରେ ସର୍ଟ୍ସ ଦେଖିବା ଲାଗି ଡାଉନଲୋଡ ପ୍ରକ୍ରିୟା ମଧ୍ୟ ଆସିବାକୁ ଯାଉଛି ।

କେଉଁ ୟୁଜର ପାଇବେ ସୁବିଧା ?

ସମ୍ପ୍ରତି, ଏହି ଫିଚର କେବଳ ୟୁଟ୍ୟୁବ ପ୍ରିମିୟମ ୟୁଜରଙ୍କ ଲାଗି ଟେଷ୍ଟ କରାଯାଉଛି । ପରୀକ୍ଷଣ ଶେଷ ହେବା ପରେ କମ୍ପାନୀ ଏହାକୁ ସମସ୍ତ ୟୁଜରଙ୍କ ଲାଗି ଜାରି କରିପାରେ । କିନ୍ତୁ ଏହି ସମସ୍ତ ୟୁଜର କେବେ ସୁଦ୍ଧା ସମସ୍ତ ୟୁଜରଙ୍କ ନିକଟରେ ଉପଲବ୍ଧ ହେବ ସେ ସମ୍ପର୍କରେ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ଏହା ବି ପଢନ୍ତୁ
  1. Jio ଆଣିଲା ବମ୍ଫର ଅଫର; ଏହି ପ୍ଲାନରେ ମିଳିବ 2ବର୍ଷ ପାଇଁ ଫ୍ରି YouTube Premium
  2. YouTubeର ବଡ଼ ଘୋଷଣା; ପ୍ଲାଟଫର୍ମରୁ ହଟିବ Clickbait ଭିଡିଓ
  3. ଯେକୌଣସି ଭାଷାରେ ଅପଲୋଡ କରନ୍ତୁ ଭିଡିଓ; YouTube ଆଣିଲା Auto Dub ଫିଚର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.