କୋଲକାତା: ଇଣ୍ଡିଆ-ଇଂଲଣ୍ଡ T-20 ସିରିଜର ପ୍ରଥମ ମ୍ୟାଚରେ ଗୁରୁଙ୍କ ରେକର୍ଡ ଭାଙ୍ଗିଛନ୍ତି ଶିଷ୍ୟ । ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ଅଭିଷକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା କରିବା ସହ ନିଜ ଗୁରୁ ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଅଭିଷେକ ଭାଙ୍ଗିଲେ ଯୁବରାଜଙ୍କ ରେକର୍ଡ:
କୋଲକାତା ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆ- ଇଂଲଣ୍ଡ T-20 ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟର ଅଭିଷେକ ଶର୍ମାଙ୍କ ରୋମାଞ୍ଚକର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବାମ ହାତୀ ବ୍ୟାଟର ଅଭିଷେକ କେବଳ ୩୪ ବଲ ଖେଳି ୮ ଟି ଛକା ସହ ୭୯ ରନ ହାସଲ କରିଥିଲେ । ଅଭିଷେକ ଏହି ପାରିରେ ୮ଟି ଛକା ମାରି ଟି-୨୦ ମ୍ୟାଚରେ ଇଂଲଣ୍ଡ ବିପକ୍ଷ ଇନିଂସରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଖେଳାଳି ହେବାର ସୌଭାଗ୍ୟ ହାସଲ କରିଛନ୍ତି । ଏଥିସହ ଯୁବରାଜ ସିଂହଙ୍କ ନାମରେ ଥିବା ଏହି ରେକର୍ଡକୁ ଭାଙ୍ଗିଥିଲେ । ଯୁବରାଜ ସିଂହ ୨୦୦୭ ମସିହାରେ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିବା ସହ ସେହି ଇନିଂସରେ ୭ଟି ଛକା ମାରିଥିଲେ ।
Abhishek Sharma weaving magic and how! 🪄
— BCCI (@BCCI) January 22, 2025
Follow The Match ▶️ https://t.co/4jwTIC5zzs #TeamIndia | #INDvENG | @IamAbhiSharma4 | @IDFCFIRSTBank pic.twitter.com/5xhtG6IN1F
୨୦ ବଲରେ ଅର୍ଦ୍ଧଶତକ :
ଏହାଛଡା, ଅଭିଷେକ ଶର୍ମା କେବଳ ୨୦ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ଏଥିସହ ସେ ଇଂଲଣ୍ଡ ବିପକ୍ଷରୁ କମ ବଲ ଖେଳି ଅର୍ଦ୍ଧଶତକ ହାସଲ କରିବାରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ୨୦୦୭ ମସିହାରେ ଇଂଲଣ୍ଡ ବିପକ୍ଷରେ ଯୁବରାଜ ସିଂ ଟି-୨୦ ବିଶ୍ୱକପ ମ୍ୟାଚରେ ମାତ୍ର ୧୨ ବଲ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ମ୍ୟାଚରେ ଯୁବରାଜ ଗୋଟିଏ ଓଭରରେ ୬ଟି ବଲରେ ୬ଟି ଛକା ମାରି ବିରଳ ରେକର୍ଡ କରିଥିଲେ ।
ଅଭିଷେକଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିଅର:
୨୪ ବର୍ଷୀୟ ଅଭିଷେକ ଶର୍ମା ଏପର୍ଯ୍ୟନ୍ତ ୧୩ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଏଥିରେ ୧୮୩.୦୬ ଷ୍ଟ୍ରାଇକ ରେଟ୍ ସହ ୩୩୫ ରନ ସେ ସଂଗ୍ରହ କରିଛନ୍ତି । ଏହି ଇନିଂସ ପରେ ଅନ୍ୟ ମ୍ୟାଚଗୁଡିକରେ ତାଙ୍କ ସ୍ଥାନ ପକ୍କା ହେବାର ସମ୍ଭାବନା ବେଶ ଅଧିକ ରହିଛି ।
𝘼 𝙎𝙩𝙮𝙡𝙞𝙨𝙝 𝙁𝙞𝙛𝙩𝙮 😎
— BCCI (@BCCI) January 22, 2025
Abhishek Sharma starts the #INDvENG T20I series on the right note 👍
Follow The Match ▶️ https://t.co/4jwTIC5zzs#TeamIndia | #INDvENG | @IDFCFIRSTBank pic.twitter.com/U7Mkaamnfv
ଇଣ୍ଡିଆ-ଇଂଲଣ୍ଡ ଟି-୨୦ ଦ୍ୱିତୀୟ ମ୍ୟାଚ:
ଆସନ୍ତାକାଲି (ଶନିବାର) ସନ୍ଧ୍ୟା ୭.୦୦ରେ ଇଣ୍ଡିଆ-ଇଂଲଣ୍ଡ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ । ତାମିଲନାଡୁର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ Disney+ Hotstar ଆପ୍ ଏବଂ ୱେବସାଇଟରେ ଉପଲବ୍ଧ ରହିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ, ପ୍ରଥମ ମ୍ୟାଚରେ ୭ ଓ୍ବିକେଟରେ ଇଂଲଣ୍ଡକୁ ହରାଇ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।
- ଭାରତ-ଇଂଲଣ୍ଡ ଦ୍ବିତୀୟ T-20
- ତାରିଖ- ଜାନୁଆରୀ ୨୫ ତାରିଖ
- ସ୍ଥାନ- ତାମିଲନାଡୁ ଏମଏ ଚିଦାମ୍ବରମ ଷ୍ଟାଡିୟମ
- ସମୟ- ସନ୍ଧ୍ୟା ୭ଟାରେ ଆରମ୍ଭ
- ମ୍ୟାଚ୍ ଲାଇଭ୍ ଷ୍ଟ୍ରିମିଂ- Disney+ Hotstar ଆପ୍ ଏବଂ ୱେବସାଇଟ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ