ETV Bharat / state

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବନ୍ୟଜନ୍ତୁ ସୁରକ୍ଷାକୁ ପୂର୍ବତଟ ରେଳବାଇର ଗୁରୁତ୍ବ - ECR ON WILDLIFE PROTECTION

ଆଗେଇ ଚାଲିଛି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କରାଯାଇଛି ଭାୟାଡକ୍ଟ, ଅଣ୍ଡରପାସ ଏବଂ ଓଭରପାସ ଡିଜାଇନ ।

Khordha road balangir railway projec
Khordha road balangir railway projec (ETV Bharat Odisha)
author img

By ETV Bharat Odisha Team

Published : Jan 24, 2025, 2:46 PM IST

ଭୁବନେଶ୍ୱର: ରେଳ ପ୍ରକଳ୍ପରେ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ଚିନ୍ତା । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଜାରି ରହିଥିବା ବେଳେ ଏଥିରେ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଦଶପଲ୍ଲାରୁ ଆଢ଼େଣିଗଡ଼ ମଧ୍ୟରେ ଥିବା ରେଳ ସେକ୍ସନରେ ବନ୍ୟଜନ୍ତୁଙ୍କ ଯାତାୟତ ଅଧିକ ଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯାଇଛି ।

ଜଙ୍ଗଲ ପରିବର୍ତ୍ତନ ଏବଂ ପରିବେଶଗତ ପଦକ୍ଷେପ:

ବିଶେଷ ଭାବରେ ଏହି ପ୍ରକଳ୍ପ ପାଇଁ ୩,୨୭୪.୩୩୬ ହେକ୍ଟର ଜମି ଅଧିଗ୍ରହଣ ଆବଶ୍ୟକ ଥିଲା । ଯେଉଁଥିରେ ୭୪୬.୪୨ ହେକ୍ଟର ଜଙ୍ଗଲ ଜମି ଅନ୍ତର୍ଭୁକ୍ତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଥିଲା ଦଶପଲ୍ଲା ଏବଂ ପୁରୁଣାକଟକ (କିଲୋମିଟର ୧୧୨-୧୮୦) ମଧ୍ୟରେ ଜଙ୍ଗଲ ଜମିରେ ନିର୍ମାଣ କାର୍ଯ୍ୟ ପାଇଁ ଅନୁମୋଦନ କରିବା । ଯେଉଁଥିରେ ୫୯୪.୬୧୮ ହେକ୍ଟର ଘନ ଜଙ୍ଗଲ ଅନ୍ତର୍ଭୁକ୍ତ ଥିଲା । ବିଶେଷ ଭାବରେ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏଡାଇବା ଏବଂ ଆଖପାଖର ପରିବେଶ ଉପରେ ପ୍ରଭାବକୁ କମ କରିବା ପାଇଁ ସତର୍କତାର ସହିତ ପ୍ରକଳ୍ପକୁ ଆଗେଇ ନିଆଯାଇଛି ।

Khordha road balangir railway projec
Khordha road balangir railway projec (ETV Bharat Odisha)
ସୁଡ଼ଙ୍ଗ ନିର୍ମାଣ ଏବଂ ଇଞ୍ଜିନିୟରିଂ ଚ୍ୟାଲେଞ୍ଜ:

ଏହି ରେଳ ଲାଇନରେ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ୭୫ କିଲୋମିଟର ଦୈର୍ଘ୍ୟରେ ସାତୋଟି ସୁଡ଼ଙ୍ଗ ଅନ୍ତର୍ଭୁକ୍ତ କରାଯାଇଛି । ଯାହାର ମୋଟ ଲମ୍ବ ୧୨.୭୬ କିଲୋମିଟର । ଏହି ସୁଡ଼ଙ୍ଗ ଗୁଡ଼ିକ ରେଳ ମାର୍ଗ ନିର୍ମାଣରେ ସବୁଠାରୁ ଚ୍ୟାଲେଞ୍ଜିଂ । ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ୪. ୮୮୫ କିଲୋମିଟର ଦୈର୍ଘ୍ୟ ଟନେଲ୍ ନିର୍ମାଣ କରାଯାଉଛି ଯାହାର ନମ୍ବର T4, ଏହି ପ୍ରକଳ୍ପର ସବୁଠାରୁ ଲମ୍ବା ଏବଂ ଏଥିରେ ସୁରକ୍ଷା ପାଇଁ ୭୦୦ ମିଟରର ଏକ ଏସ୍କେପ୍ ଟନେଲ୍ ଅନ୍ତର୍ଭୁକ୍ତ । ଟନେଲ୍ ନମ୍ବର T1 ଏବଂ ଟନେଲ୍ ନମ୍ବର T3 ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । କଠିନ ଭୂତାତ୍ତ୍ୱିକ ପରିସ୍ଥିତି, ବିଭିନ୍ନ ମୃତ୍ତିକା ଘନତ୍ୱ ଏବଂ ପଥରକୁ କଟାଯାଇ ଟନେଲ ନିର୍ମାଣ କରିବା ବେଶ ଚ୍ୟାଲେଞ୍ଜିଂ ଥିଲା । ମୋଟାମୋଟି ଭାବରେ, ପ୍ରକଳ୍ପର ୭ଟି ସୁଡଙ୍ଗ ମଧ୍ୟରୁ ୫ଟି ସୁଡଙ୍ଗ ସଫଳତାର ସହ ହୋଇଛି ।

ବନ୍ୟପ୍ରାଣୀ ସୁରକ୍ଷା:

ଏହି ରେଳ ଲାଇନ ପ୍ରକଳ୍ପଟି ବନ୍ୟପ୍ରାଣୀ ଅଭୟାରଣ୍ୟ ସମେତ ପରିବେଶଗତ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ଦେଇ ଗତି କରୁଛି । ବନ୍ୟପ୍ରାଣୀଙ୍କୁ ସୁରକ୍ଷା ନେଇ ଏହାର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଭାୟାଡକ୍ଟ, ଅଣ୍ଡରପାସ୍ ଏବଂ ଓଭରପାସ୍ ଡିଜାଇନରେ ସାମିଲ କରାଯାଇଛି । ଯାହା ଦ୍ୱାରା ଅଭୟାରଣ୍ୟ ମଧ୍ୟରେ ଜଙ୍ଗଲୀ ପଶୁମାନେ ସହଜରେ ଚଳପ୍ରଚଳ କରିପାରିବେ । ଜଙ୍ଗଲ ଜମି ଅଧିଗ୍ରହଣକୁ କମ କରିବା ଏବଂ ପରିବେଶଗତ ପ୍ରଭାବକୁ ହ୍ରାସ କରିବା ପାଇଁ ସାତଟି ସୁଡ଼ଙ୍ଗ ଏବଂ ଏକ ୪.୮ କିଲୋମିଟର ଭାୟାଡକ୍ଟ ଯୋଜନା କରାଯାଇ ନିର୍ମାଣ କାର୍ଯ୍ୟ ଚାଲୁ ରହିଅଛି । ମୋଟ ଚାରୋଟି ଭାୟାଡକ୍ଟ (ସମୁଦାୟ ୬.୯୪ କିଲୋମିଟର) ଅଛି । ଯେଉଁଥିରେ ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଦୁଇଟି (୪.୮ କିମି ଏବଂ ୦.୨୯ କିମି) ଏବଂ ଚାରିଛକ ଏବଂ ଆଢ଼େନିଗଡ଼ ମଧ୍ୟରେ ଦୁଇଟି (୧.୩ କିମି ଏବଂ ୦.୫୫ କିମି) ଭାୟାଡକ୍ଟ ରହିଛି । ଏହି ପଦକ୍ଷେପ ଗୁଡ଼ିକ ସ୍ଥାନୀୟ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ସଂରକ୍ଷଣ କରିବା ପାଇଁ ଉଦ୍ଦିଷ୍ଟ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

  • ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଭାୟାଡକ୍ଟ, ଅଣ୍ଡରପାସ୍ ଏବଂ ଓଭରପାସ୍ ଡିଜାଇନ
  • ଜଙ୍ଗଲ ଜମି ଅଧିଗ୍ରହଣ କମ କରିବା ଏବଂ ପରିବେଶଗତ ପ୍ରଭାବକୁ ହ୍ରାସ ପାଇଁ ୭ଟି ସୁଡ଼ଙ୍ଗ ନିର୍ମାଣ
  • ୪.୮ କିଲୋମିଟର ଭାୟାଡକ୍ଟ ଯୋଜନା ମାଧ୍ୟମରେ ନିର୍ମାଣ କାର୍ଯ୍ୟ
  • ମୋଟ ୪ଟି ଭାୟାଡକ୍ଟ (ସମୁଦାୟ ୬.୯୪ କିଲୋମିଟର)

ଏହାମଧ୍ୟ ପଢନ୍ତୁ...

ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ, ସରିଲା ନୟାଗଡର T3 ଟନେଲ କାର୍ଯ୍ୟ

ରାୟଗଡା ରେଳ ଡିଭିଜନର ନୂଆ ଡିଆରଏମ ହେଲେ ଅମିତାଭ ସିଙ୍ଗାଲ

ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ, ସମୀକ୍ଷା କଲେ ସାଂସଦ ଅପରାଜିତା

ଅର୍ଥନୈତିକ ଏବଂ ସାମାଜିକ ପ୍ରଭାବ:
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ । ଯାତ୍ରୀ ଏବଂ ପଣ୍ୟ ପରିବହନକୁ ଅଳ୍ପ ସମୟ ମଧ୍ୟରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିପାରିବ । ଏହି ରେଳ ଲାଇନ ବଜାର ଚାହିଦା, ଶିଳ୍ପ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବ । ଯାହା ଫଳରେ ସମଗ୍ର ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧି ଘଟିବ । ଏହା ଶିଳ୍ପ ଅଭିବୃଦ୍ଧିକୁ ଏକ ନୂତନ ଦିଗ ଦେବ, ନିବେଶକୁ ଆକର୍ଷିତ କରିବ ଏବଂ ନୂତନ ନିଯୁକ୍ତି ସୃଷ୍ଟି କରିବ ଯାହା ପୂର୍ବ ଭାରତରେ ଓଡ଼ିଶାକୁ ଏକ ପ୍ରମୁଖ ଅର୍ଥନୈତିକ କେନ୍ଦ୍ରରେ ପରିଣତ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.