ମୁମ୍ବାଇ: ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ । ପ୍ରାଥମିକ ତଦନ୍ତରୁ ୮ ଜଣଙ୍କର ମୃତ୍ୟୁ ସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଅନେକ ଆହତ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ଆଜି (ଶୁକ୍ରବାର) ସକାଳ ପାଖାପାଖି ୧୦ଟା ୩୦ ସମୟରେ ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଥିବା ଏହି କାରାଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଭଣ୍ଡାରା ଜବାହାର ନଗର ଅଞ୍ଚଳରେ ଥିବା ଏହି କାରଖାନାର LTP ସେକ୍ସନରେ ବିସ୍ଫୋରଣ ଘଟିଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସଞ୍ଜୟ କୋଲ୍ଟେ ।
ବିସ୍ଫୋରଣରେ 8 ମୃତ:
କାରଖାନାରେ ବିସ୍ଫୋରଣ ହେବା ସମୟରେ ପାଖାପାଖି ୧୩ ରୁ ୧୪ ଜଣ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ୭ ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେବେ ବିସ୍ଫୋରଣର ତୀବ୍ରତା ଏତେ ଜୋର ଥିଲା ଯେ, କାରାଖାନାଠାରୁ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ଥିବା ଘରଗୁଡ଼ିକୁ ଥରାଇ ଦେଇଥିଲା ।
There is a news of incident where 13-14 workers are trapped due roof collapse caused by an explosion at the ordnance factory in Bhandara.
— Devendra Fadnavis (@Dev_Fadnavis) January 24, 2025
5 workers have been safely rescued.
Bhandara Collector and SP are at the site and ensuring immediate rescue measures and all required support.… https://t.co/sMssvTcjIh
ଏହା ମଧ୍ୟ ପଢ଼ନ୍ତୁ...ଜଗତସିଂହପୁର ବାଣ ବିସ୍ଫୋରଣ: ମୃତକଙ୍କ ଘରୁ ବିପୁଳ ବିସ୍ଫୋରକ ଜବତ ଏହା ମଧ୍ୟ ପଢ଼ନ୍ତୁ...ବଡବାଗ ବିସ୍ଫୋରଣ, ଭଗ୍ନାବଶେଷ ତଳୁ ରହସ୍ୟ ଖୋଜୁଛି ସାଇଣ୍ଟିଫିକ ଟିମ୍ |
ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ:
ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଭଡନିସ ଟ୍ବିଟ (X) କରି ଲେଖିଥିଲେ, "ଭଣ୍ଡାରା ଜିଲ୍ଲାର ଏକ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟି ଛାତ ଭୁଶୁଡ଼ି ପଡ଼ିବା ଫଳରେ ୧୩ ରୁ ୧୪ ଜଣ ଶ୍ରମିକ ଫସି ରହିଥିବା ରିପୋର୍ଟ ରହିଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲାପାଳ ଏବଂ ପୋଲିସ ଅଧୀକ୍ଷକ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ SDRF ଏବଂ ନାଗପୁର ମ୍ୟୁନିସିପାଲ କର୍ପୋରେସନ ଦଳକୁ ମଧ୍ୟ ଡକାଯାଇଛି ଉଦ୍ଧାର କାର୍ଯ୍ୟ କରାଯାଉଛି । ଜିଲ୍ଲା ପ୍ରଶାସନ ପ୍ରତିରକ୍ଷା ବାହିନୀ ସହିତ ସମନ୍ୱୟ ରଖି ରିଲିଫ କାର୍ଯ୍ୟରେ ସାମିଲ ହୋଇଥିଲେ । ଡାକ୍ତରୀ ସହାୟତା ପାଇଁ ପ୍ରସ୍ତୁତି କରାଯାଇଛି । ମୁଁ ମୃତକଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।"