ଭୁବନେଶ୍ୱର: ଧୀରେ ଧୀରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଣ୍ଟା ସଳଖିବାରେ ଲାଗିଛି । ଚଳିତ ବର୍, ପ୍ରାରମ୍ଭରେ 'ରଙ୍ଗଶୁର', 'ହ୍ୱାଇଫ' ଭଳି ଫିଲ୍ମ ରିଲିଜ ହୋଇଥିବା ବେଳେ ଦର୍ଶକଙ୍କ ମନ ଜିତିଛି । ବର୍ତ୍ତମାନ ଅନେକ ଚଳିତ ବର୍ଷ ଧମାକା କରିବାକୁ ପ୍ରସ୍ତୁତ ମଧ୍ୟ ରହିଛନ୍ତି । ଏହାରି ମଧ୍ୟରେ ଓଡ଼ିଆ ଫିଲ୍ମ 'ଆଞ୍ଜେଲ' ରିଲିଜ ତାରିଖ ଘୋଷଣା ହୋଇଛି । ଯାହା ଚଳିତ ମାସରେ ମୁକ୍ତିଲାଭ କରିବ । ନିର୍ମାତା ଫିଲ୍ମର ଟିଜର ଓ ମ୍ୟୁଜିକ ରିଲିଜ କରିବା ସହ ଫିଲ୍ମ କେବେ ପରଦାକୁ ଆସିବ ତାହାର ଡେଟ୍ ଘୋଷଣା କରିଛନ୍ତି ।
ଏହି ଦିନ ପରଦାକୁ ଆସିବ 'ଆଞ୍ଜେଲ'
ଶୁଭମ ସିନେ ପ୍ରଡ଼କସନ ବ୍ୟାନରରେ ନିର୍ମିତ, ଶ୍ରୀମତୀ ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ସସ୍ପେନ୍ସ, ଥ୍ରୀଲର ଭରା ଓଡ଼ିଆ ଚଳଚ୍ଚିତ୍ର "ଆଞ୍ଜେଲ" ର ଟିଜର ଏବଂ ମ୍ୟୁଜିକ୍ ରିଲିଜ୍ ହୋଇଛି । ବିଭିନ୍ନ ମୌଳିକ କାହାଣୀ ଆଧାରିତ ଚଳଚ୍ଚିତ୍ରଗୁଡିକୁ ଦର୍ଶକ ବେଶୀ ପସନ୍ଦ କରୁଥିବାରୁ ଓଲିଉଡ଼ର ସିନେ ନିର୍ମାତା ଠିକ୍ ସେଇଭଳି ରୁଚିର ସିନେମା ଗୋଟିଏ ପରେ ଗୋଟିଏ ନିର୍ମାଣ କରି ଚାଲିଛନ୍ତି । ଏହି କ୍ରମରେ ଏକ ମୌଳିକ ଓ ଓ ଆମ ନିଜ ମାଟି କାହାଣୀକୁ ଚଳଚିତ୍ର "ଆଞ୍ଜେଲ" । ୩୧ ଜାନୁଆରୀ ରେ ବଡ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର "ଆଞ୍ଜେଲ" ।
'ଆଞ୍ଜେଲ' ଫିଲ୍ମର କାହାଣୀ
ଜଣେ ସାହସୀ ପୋଲିସ ଅଧିକାରୀ ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କ ୮ ବର୍ଷର ଝିଅକୁ ତାଙ୍କ ବାସଭବନରୁ ଅପହରଣ କରାଯାଇଛି ଏବଂ ବିଭାଗର ଖ୍ୟାତିକୁ ବଞ୍ଚାଇରଖିବା ପାଇଁ ୨୪ ଘଣ୍ଟା ମଧ୍ୟରେ ମାଷ୍ଟରମାଇଣ୍ଡକୁ ଧରିବା ପୋଲିସ ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି । କିଏ କରିଛି ଏ ଅପହରଣ ଏବଂ କାହିଁକି କରିଛି ? ସୂର୍ଯ୍ୟକାନ୍ତ ମାଷ୍ଟରମାଇଣ୍ଡକୁ ଧରିପାରିଛନ୍ତି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିଛି । ଦକ୍ଷ ପୋଲିସର କର୍ତ୍ତବ୍ୟନିଷ୍ଠାର ପରାକାଷ୍ଠା ସହ ସସପେନ୍ସ ଥ୍ରୀଲର ଏବଂ ମର୍ମସ୍ପର୍ଶୀ ଆକ୍ସନ୍ ଏହି ଓଡିଆ ସିନେମା "ଆଞ୍ଜେଲ" ରେ ଦେଖିବାକୁ ପାଇବେ ଦର୍ଶକ । ତେଣୁ ମନୋରଞ୍ଜନର ଭରପୁର ପ୍ୟାକେଜ ରହିଥିବା ବେଳେ ଦର୍ଶକଙ୍କ ବେଶ ପସନ୍ଦ ଆସିବା ବୋଲି କହିଛି ପ୍ରଯୋଜନା ସଂସ୍ଥା ।
ଏହା ମଧ୍ୟ ପଢନ୍ତୁ: ତ୍ରୀକୋଣୀୟ ପ୍ରେମ କାହାଣୀକୁ ନେଇ ଆସୁଛି 'ଆଶିକ ଦିୱାନା', ଏହି ଦିନରୁ ଆରମ୍ଭ ସୁଟିଂ
'ଆଞ୍ଜେଲ' ଫିଲ୍ମର ଷ୍ଟାରକାଷ୍ଟ
ଏହି ଚଳଚ୍ଚିତ୍ରର ଲେଖକ ଏବଂ ନିର୍ଦ୍ଦେଶକ ଜିତେନ୍ଦ୍ରୀୟ ପ୍ରଧାନ ରହିଛନ୍ତି । ମୁଖ୍ୟ ଅଭିନୟରେ ନାୟକ ପାର୍ଥସାରଥୀ ରାୟ, ନାୟିକା କାଭ୍ୟା କିରଣ ଏବଂ ପ୍ରସନଜିତ ମହାପାତ୍ର ରହିଛନ୍ତି । ଅନ୍ୟାନ୍ୟ ଭୂମିକାରେ ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ, ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଭଳି ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବିଶେଷ ଭୂମିକାରେ ଶିଶୁ କଳାକାର ସାଇ ତ୍ରିଷ୍ଣା ଯିଏ କି ଆଞ୍ଜେଲ ଚରିତ୍ରରେ ଅଭିନୟ କରିଛନ୍ତି । କାର୍ଯ୍ୟନିର୍ବାହୀ ପ୍ରଯୋଜକ ବିକାଶ ଚନ୍ଦ୍ର ପରିଡା, ଚିତ୍ରତ୍ତୋଳନ ଦାୟିତ୍ୱରେ ଯୁଧିଷ୍ଠିର ବେହେରା ଓ ସମ୍ପାଦନାରେ ଭୀର କୁମାର ନନ୍ଦ ରହିଛନ୍ତି ।
ଭୁବନେଶ୍ୱର, ଇଟିଭି ଭାରତ