ହାଇଦ୍ରାବାଦ: ଯୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ମାମଲା ଫ୍ୟାନ୍ସଙ୍କ ମନରୁ ଲିଭିନଥିବା ବେଳେ ଏବେ ଆଉ ଏକ କ୍ରିକେଟରଙ୍କ ବିବାହରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି । ଭେଟେରାନ ଭାରତୀୟ କ୍ରିକେଟର ନିଜର ୨୦ ବର୍ଷର ବୈବାହିକ ସମ୍ପର୍କରେ ଯବନିକା ପକାଇବାକୁ ଯାଉଛନ୍ତି । ମହମ୍ମହ ସାମି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯୁଜବେନ୍ଦ୍ର ଚହଲଙ୍କ ପରେ ଏବେ ଆଉ ଜଣେ କ୍ରିକେଟ କପଲଙ୍କର ଛାଡପତ୍ର ଚର୍ଚ୍ଚା ଜୋର ଧରିଛି ।
ଛାଡପତ୍ର ଲିଷ୍ଟରେ ଆଉ ଜଣେ କ୍ରିକେଟର:
ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହେଓ୍ବାଗ (ବୀରୁ) ନିଜର ୨୦ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଉଥିବା ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଏହି ଖବର ଘୁରି ବୁଲୁଥିବା ବେଳେ ଏହାକୁ ଖୋରାକ ଯୋଗାଇଛି ବୀରେନ୍ଦ୍ର ଓ ତାଙ୍କ ପତ୍ନୀ ଆରତୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ । ଉଭୟ ଉଭୟଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଥିବା ଜଣାପଡିଛି । ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଯେଭଳି ପ୍ରଥମେ ଉଭୟଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିବା ସହ ଉଭୟଙ୍କ ଫଟୋ ଡିଲିଟ କରିବା ପରେ ଛାଡପତ୍ର ମାମଲା ସାମ୍ନାକୁ ଆସିଥିଲା ସେଭଳି ସେହଓ୍ବାଗ ଓ ଆରତୀ ମଧ୍ୟ ପ୍ରଥମେ ସୋସିଆଲ ମିଡିଆରେ ଉଭୟଙ୍କୁ ଅନଫଲୋ କରିଥିବା ଫ୍ୟାନ୍ସମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।
ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କଲେ ସେହଓ୍ବାଗ-ଆରତୀ:
ହିନ୍ଦୁସ୍ତାନ ଟାଇମ୍ସ ସୂଚନା ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଉଭୟ ଉଭୟଙ୍କୁ ଅନଫଲୋ କରିଛନ୍ତି । ଏହି କପଲ ଦୀର୍ଘ ମାସ ହେଲା ଅଲଗା ରହୁଥିବା ନେଇ ମଧ୍ୟ କୁହାଯାଉଛି । ତେବେ ଏନେଇ ଏବେସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସେହଓ୍ବାଗ ଓ ତାଙ୍କ ପତ୍ନୀଙ୍କ ଛାଡପତ୍ରକୁ ନେଇ ଇଟିଭି ଭାରତ, କୌଣସି ସ୍ପଷ୍ଟୀକରଣ ରଖୁନାହିଁ ।
୨୦ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ !
୨୦୦୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବୀରେନ୍ଦ୍ର ସେହୱାଗ ଏବଂ ଆରତୀ । ସେମାନଙ୍କର ଆର୍ଯ୍ୟବୀର ଏବଂ ବେଦାନ୍ତ ନାମକ ଦୁଇ ପୁଅ ଅଛନ୍ତି । ଛାଡପତ୍ର ଖବର ନେଇ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ବେଳେ ଉଭୟଙ୍କ ପକ୍ଷରୁ ଏବେସୁଦ୍ଧା କୌଣସି ସ୍ପଷ୍ଟୀକରଣ ରଖାଯାଇନାହିଁ । ଯଦିଓ ସେହଓ୍ବାଗ ଏବେସୁଦ୍ଧା ତାଙ୍କ ପତ୍ନୀଙ୍କ ଫଟୋ ସୋସିଆଲ ମିଡିଆରୁ ଡିଲିଟ କରିନାହାନ୍ତି । କିନ୍ତୁ ବର୍ଷେ ପୂର୍ବରୁ ଅର୍ଥାତ ୨୦୨୩ ଏପ୍ରିଲ ମାସରେ ସେ ପତ୍ନୀ ଆରତୀଙ୍କ ସହ ଫଟୋ ସେୟାର କରିଛନ୍ତି । ଉଭୟଙ୍କ ୨୦ତମ ବିବାହ ବାର୍ଷିକୀ ଏପ୍ରିଲ ୨୦୨୨ ଏବଂ ୨୦୨୪ରେ ଯାଇଥିଲେ ସୁଦ୍ଧା ଉଭୟ କୌଣସି ଫଟୋ ସେୟାର କରିନଥିଲେ ।
ଏହାମଧ୍ୟ ପଢନ୍ତୁ... ଚହଲଙ୍କ ସହ ଛାଡ଼ପତ୍ର ଗୁଜବ ନେଇ ମୁହଁ ଖୋଲିଲେ ଧନଶ୍ରୀ, କହୁ କହୁ କହିଦେଲେ ... |
ସେହଓ୍ବାଗଙ୍କ ଟେଷ୍ଟ ରେକର୍ଡ:
କ୍ରିକେଟ ଜଗତର ବାଦଶାହ ବୀରେନ୍ଦ୍ର ସେହଓ୍ବାଗ ନିଜ ନାଁରେ ଅନେକ ରେକର୍ଡ ରହିଛି । ଟେଷ୍ଟ କ୍ରିକେଟରେ ଓପନର ଭାବେ ସର୍ବାଧିକ ରନ ସଂଗ୍ରହକାରୀ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସେହଓ୍ବାଗଙ୍କ ସ୍ଥାନ ଦ୍ୱିତୀୟରେ ରହିଛି । ୧୮୦ଟି ଇନିଂସ ଖେଳି ସେ ୮ହଜାର ୫୮୬ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ରହିଛି ୨୩ ଶତକ ଓ ୩୨ ଅର୍ଦ୍ଧଶତକ ରହିଛି ।ତାଙ୍କର ୮୨.୨୩ ଷ୍ଟ୍ରାଇକ ରେଟ ରହିଛି । ୨୦୦୪ରେ ମୁଲତାନରେ ପାକିସ୍ତାନ ବିପକ୍ଷରେ ଟ୍ରିପଲ୍ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇ ରେକର୍ଡ କରିଥିଲେ । ୨୦୦୮ରେ ସେ ଚେନ୍ନାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଉ ଏକ ଟ୍ରିପଲ ଶତକ ହାସଲ କରିଥିଲେ । ଟେଷ୍ଟରେ ଦୁଇଟି ଟ୍ରିପଲ୍ ଶତକ ହାସଲ କରିଥିଲେ ବୀରେନ୍ଦ୍ର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ